Dr Jharana Satapathy

Tragedy Others

2  

Dr Jharana Satapathy

Tragedy Others

ଭୁଲ ପଦକ୍ଷେପ

ଭୁଲ ପଦକ୍ଷେପ

2 mins
561


ବାପା ମାଆ ପିଲାମାନଙ୍କର ସବୁବେଳେ ମଙ୍ଗଳ ଚାହାନ୍ତି । ପିଲାମାନଙ୍କର କିଛି ଭୁଲ୍ ଦେଖିଲେ ବାପା ମାଆ ତାକୁ ତାଗିଦ୍ କରିଥାନ୍ତି । ପିଲା କଣ ନିଜେ ଠିକ୍ କରୁଛି ନା ଭୁଲ୍ କରୁଛି ତାର କିଛି ହିତାହିତ ଜ୍ଞାନ ନଥାଏ । ବେଳେବେଳେ ସେ ଜାଣତରେ ହେଉ କିମ୍ବା ଅଜଣାତରେ ଭୁଲ ପଦକ୍ଷେପ ନେଇଥାଏ । ସାଧାରଣତଃ କମ୍ ବୟସର ପିଲାମାନେ କୌଣସି ନା କୌଣସି କାରଣରୁ ଆତ୍ମହତ୍ୟା ଭଳି ବଡ ପଦକ୍ଷେପ ଉଠାଇଥାନ୍ତି । 

ଠିକ୍ ସାକ୍ଷାତ ଏପରି ଘଟଣା ଘଟିଛି ସାଇସ୍ମୃତିର । ସେ ଝିଅ ଆମ ଘରକୁ ଆସେ । ଦେଖିବାକୁ ବହୁତ ସୁନ୍ଦର । ଗୋଟିଏ ଚାଉଳରେ ଗଢା । ଭଲ ପାଠ ମଧ୍ୟ ପଢେ । ତା ବାପା ଜଣେ ଡାକ୍ତର । ମା ମଧ୍ୟ ଉଚ୍ଚ ଶିକ୍ଷିତା । ଭଲ ସଂସ୍କାର ଘରର ଝିଅଟିଏ । ସେମାନେ ଦୁଇ ଭଉଣି।

ଇଏ ସାନ ଝିଅ । ବହୁତ ଗେଲାରେ ବଢିଥାଏ । ସବୁବେଳେ ଦିନରାତି ଖାଲି ମୋବାଇଲ ପଛରେ ପଡିଥାଏ । ସ୍କୁଲରୁ ଫେରିଲା ପରେ ହେଉ ବା ଟ୍ୟୁସନ ଯିବା ପୂର୍ବରୁ ହେଉ ମୋବାଇଲଟାକୁ ଧରି ବସେ ପଡେ ଘଣ୍ଟା ଘଣ୍ଟା ଧରି । କାହା ସହ ଗପ ମାରେ ଚାଟିଙ୍ଗ୍ କରେ । ଏକଥା ଘର ଲୋକଙ୍କୁ ଜଣାନଥାଏ ।

ତା ବାପା ଜଣେ ଡାକ୍ତର ଥିବା ଲାଗି ଦିନରାତି ବ୍ୟସ୍ତ । ମା ଜଣେ ଉଚ୍ଚ ଶିକ୍ଷିତା ଏବଂ ଗୃହିଣୀ ମଧ୍ୟ । ସେ ସବୁବେଳେ ସାଇସ୍ମୃତିକୁ ପାଟି କରନ୍ତି । ଦିନରାତି ମୋବାଇଲ ଧରି ଗପୁଛୁ ।ଆଗକୁ ତୋ ବୋର୍ଡ ପରିକ୍ଷା ଅଛି । ପାଠ ପଢାଉପରେ ଧ୍ୟାନ ରଖ । ବହୁବାର ତାକୁ ସଚେତନ କରାଇଥିଲେ ତା ମା ତାକୁ । ମୁଁ ମଧ୍ୟ ତାକୁ ବହୁବାର ବୁଝାଇଛି । ଦିନେ ତାର ମୋବାଇଲ କଥା ତା ବାପାଙ୍କ କାନରେ ପଡିଥିଲା । ତା ବାପା ତାକୁ ବହୁତ ଗାଳି କରିଥିଲେ । ମୋବାଇଲଟି ତାଠୁ ଛଡାଇଆଣି ଥିଲେ । ପାଠ ପଢିବା ପାଇଁ ଧ୍ୟାନ ଦେବାପାଇଁ କହିଥିଲେ ।ସାମାନ୍ୟ ଏତିକି କଥା ସହ୍ୟ ନ କରି ପାରି ପରିବାରର ସଦସ୍ୟଙ୍କ ଅନୁପସ୍ଥିତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଦେଲା । ଏକଥା କାହାକୁ ଜଣାନଥିଲା ।

ଯେତେବେଳେ ତା ପଢାରୁମରେ କବାଟି ବନ୍ଦ ଥିଲା ସନ୍ଦେହ ପ୍ରକାଶ କରି ସାଇସ୍ମୃତିର ବାପା ମାଆ କବାଟଟିକୁ ଭାଙ୍ଗିଦେଇଥିଲେ ।ଝିଅର ଏଭଳି ଭୁଲ୍ ପଦକ୍ଷେପ ଦେଖି ସ୍ବାମି ସ୍ତ୍ରୀ ଦୁଇଜଣ ମିୟମ୍ରାଣ ହୋଇଯାଇଥିଲେ । ସମସ୍ତଙ୍କ ଆଖିରେ ଦେଖାଗଲା ଦୁଃଖର କରାଳ ଛାୟା । ସେତେବେଳେ ସବୁ ଲୋକଙ୍କ ମୁଖରୁ ଗୋଟିଏ କଥା ଶୁଭୁଥିଲା "ସେ ଏତେ ବଡ ଭୁଲ ପଦକ୍ଷେପ ନେଲା କାହିଁକି ?"।

ମୋର ସମସ୍ତ ପିଲାମାନଙ୍କୁ ଅନୁରୋଧ ଭୁଲ ବାଟରେ ନ ଯାଇ ସଠିକ୍ ମାର୍ଗ ଆପଣାନ୍ତୁ। ସାମାନ୍ୟ ଏତିକି କଥାରେ ଏତେ ବଡ ଭୁଲର ପଦକ୍ଷେପ ନିଅନ୍ତୁ ନାହିଁ । ସମସ୍ତ ବାପା ମାଆଙ୍କୁ ମୋର ଅନୁରୋଧ ପିଲା ବଡ ହେଲା ପରେ ତା ସହିତ ସାଙ୍ଗ ଭଳି ବ୍ୟବହାର କରନ୍ତୁ,ତାର ପ୍ରତ୍ୟେକ ଅସୁବିଧାକୁ ଉପଲବ୍ଧ କରି ତାର ସମସ୍ୟାର ସମାଧାନ କିପରି ହୋଇପାରିବ ସେ ବିଷୟରେ ତାକୁ ସହଯୋଗ କରନ୍ତୁ । ସବୁବେଳ ପିଲାମାନଙ୍କୁ ପଢାର ଚାପ ଦିଅନ୍ତୁ ନାହିଁ । ତାର ଭଲ ମନ୍ଦ କଥା ନିଜେ ବୁଝନ୍ତୁ ଭୟ ଦେଖାନ୍ତୁ ନାହିଁ।


Rate this content
Log in

Similar oriya story from Tragedy