ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଭକ୍ତର ଭଗବାନ

ଭକ୍ତର ଭଗବାନ

2 mins
7.1K


ଶ୍ରୀମତୀ ସୁଜାତା ସିହ୍ନା

ଦିନେ ବିରବଲଙ୍କୁ ଆକବର ବାଦଶାହ ପଚାରିଲେ ବୀରବଲ ! ଏହା କା’ ଣ ସତ ଯେ ବିପଦରେ ପଡ଼ିଥିବା ଭକ୍ତ ଯଦି ଆକୁଳ ହୋଇ ପ୍ରାର୍ଥନା କରେ ତେବେ ତୁମ ଭଗବାନ ନିଜେ ଯାଇ ସେଠି ପହଞ୍ଚି ଯାଆନ୍ତି ? ହଁ ଆଜ୍ଞା ! ଏଥିରେ କିଛି ସନ୍ଦେହ ନାହିଁ ବୋଲି ବୀରବଲ ଉତ୍ତର ଦେଲେ l ଏଥର ବାଦଶାହ କୌତୁହଳ ହୋଇ କହିଲେ, ଯେତେବେଳେ ଗଜେନ୍ଦ୍ରର ପାଦକୁ ଏକ କୁମ୍ଭୀର ଟାଣି ଧରିଥିଲା ସେତିକିବେଳେ ସେ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କରିଥିଲା l ଲକ୍ଷେ ଯୋଜନରେ ଥାଇ ଭଗବାନ ବିଷ୍ଣୁ ପଳେଈ ଆସିଥିଲେ ଭକ୍ତକୁ ରକ୍ଷା କରିବା ପାଇଁ l ହେଲେ ଭଗବାନ ବିଷ୍ଣୁ ଏମିତି କାହିଁକି କଲେ ? ତାଙ୍କ ପାଖରେ କ’ଣ କୌଣସି ସେବକ ନଥିଲେ ? ସେବକ ତ ଏ କାମ ସହଜରେ କରି ପାରିଥାଆନ୍ତା l

ଏହା ଶୁଣି ବୀରବଲ କହିଲେ- ହେ ବାଦଶାହ ! ମୁଁ ଏହାର ଉତ୍ତର ଅନ୍ୟ ଏକ ଦିନ ଆପଣଙ୍କୁ ବୁଝାଇଦେବି l ସବୁଦିନ ରାଜକୁମାର ତାଙ୍କର ସେବକଙ୍କ ସହିତ ସନ୍ଧ୍ୟା ସମୟରେ ଚାଲିଚାଲି ବୁଲିବାକୁ ଯାଆନ୍ତି l ବୀରବଲ ସେହି ସେବକଟି ସହିତ ଆସ୍ତେ ଆସ୍ତେ ବନ୍ଧୁତା ସ୍ଥାପନ କରିନେଲେ l କିଛିଦିନ ପରେ ବୀରବଲ ରାଜକୁମାରଙ୍କର ଏକ ମହମର ପୁତଳିକା ତିଆରି କରି ତାକୁ ରାଜକୀୟ ପୋଷାକ ପିନ୍ଧାଇ ଦେଲେ l ତା’ ପରେ ସେ ସେବକକୁ କହିଲେ ତୁମେ ଆଜି ରାଜକୁମାରଙ୍କୁ ମୋ ପାଖରେ ରଖି ଏ ପୁତଳିକାକୁ ସଙ୍ଗରେ ନେଇ ଯାଅ l ସେବକତି ବିରବଲଙ୍କ କହିବା ଅନୁସାରେ କାମ କଲା l ତାପରେ ସେ ବାଦଶାହଙ୍କ ନିକଟକୁ ଦଉଡ଼ି ଯାଇ କାନ୍ଦିକରି କହିଲା- କ୍ଷମା କରିବେ ହଜୁର ! ରାଜକୁମାର ପୁଷ୍କରିଣୀ ମଧ୍ୟକୁ ଦେଇପଡ଼ିଲେ l ତାଙ୍କୁ ରକ୍ଷା କରନ୍ତୁ l ବାଦଶାହ ସଙ୍ଗେ ସଙ୍ଗେ ଦଉଡ଼ି ଆସି ପୁଷ୍କରିଣୀ ମଧ୍ୟକୁ ଝାସ ଦେଲେ l ବହୁତ ଖୋଜା ଖୋଜି କରିବା ପରେ ସେ ପାଣି ଭିତରୁ ଗୋଟିଏ ରାଜକୁମାରଙ୍କ ଭଳି ପ୍ରତିମୂର୍ତ୍ତିଟିଏ ପାଇଲେ l ସେ ଦୀର୍ଘନିଃଶ୍ଵାସଟିଏ ଛାଡ଼ି ଜଳରୁ ଉଠି ଆସିଲେ l ଭାବିଲେ ଯା ହେଉ ମୋ ପୁଅ କିନ୍ତୁ ନିଶ୍ଚୟ ସୁରକ୍ଷିତ ଥିବ l ସେହି ସମୟରେ ବୀରବଲ ରାଜକୁମାରଙ୍କୁ ଧରି ସେଠି ପହଞ୍ଚି ପଚାରିଲେ ଜାହାଁପନା l ଆପଣ କାହିଁକି ପୁଷ୍କରିଣୀ ମଧ୍ୟକୁ ଡ଼େଇଁ ପଡ଼ିଲେ ? ଆପଣଙ୍କର କା’ଣ ସେବକର ଅଭାବ ଥିଲା କି ? ସେମାନଙ୍କୁ ଯଦି ଆପଣ ଆଦେଶ ଦେଇ ଥାଆନ୍ତେ ତେବେ ସେମାନେ ସମସ୍ତେ ତ ପାଣି ଭିତରକୁ ଡେଇଁ ପଡ଼ିଥାଆନ୍ତେ ?

ଏହା ଶୁଣି ଆକବର ତାଙ୍କୁ ଆଉ କୌଣସି ଉତ୍ତର ଦେଲେ ନାହିଁ l ତାଙ୍କର ସେହି ଭଗବାନ ଓ ଭକ୍ତର କଟା ମନେ ପଡ଼ିଗଲା l

ବୀରବଲ କହିଲେ- ଭଗବାନ ସବୁ ଭକ୍ତମାନ୍ନକୁ ନିଜ ପୁଅ ଭଳି ଭଲ ପାଆନ୍ତି l ସେମାନେ ଯେତେବେଳେ ଖୋଲା ହୃଦୟରେ ଆର୍ତ୍ତସ୍ଵରରେ ଭଗବାନଙ୍କୁ ଡ଼ାକାନ୍ତି ସେ ସଙ୍ଗେ ସଙ୍ଗେ ଆସି ତାଙ୍କୁ ଉଦ୍ଧାର କରିଥାଆନ୍ତି l ଆପଣ ଯେମିତି ଆପଣଙ୍କ ପୁଅର ବୁଡିଯିବା ଖବର ଶୁଣି ସଙ୍ଗେ ସଙ୍ଗେ ସବୁ ଖିଛି ଛାଡ଼ି ପୁଷ୍କରିଣୀ ମଧ୍ୟକୁ ଝାସ ଦେଇଥିଲେ l ସେହିପରି ଭଗବାନ ବିଷ୍ଣୁ ଗଜେନ୍ଦ୍ରକୁ କୁମ୍ଭୀର କବଳରୁ ରକ୍ଷା କରିବା ପାଇଁ ଲକ୍ଷେ ଯୋଜନରୁ ପଳାଇ ଆସି ତାର ମୁଣ୍ଡକୁ ଚକ୍ରରେ କାଟି ଦେଇଥିଲେ l

ଆକବର ଏଥର ଜାଣିପାରିଲେ ବୀରବଲ ତାଙ୍କୁ ବୁଝାଇବା ପାଇଁ ଏମିତି ଉଦାହରଣ ବ୍ୟବସ୍ଥା କରିଛନ୍ତି l


Rate this content
Log in

Similar oriya story from Children