STORYMIRROR

... ..

Classics Inspirational Others

3  

... ..

Classics Inspirational Others

ଭିଜା ଭିଜା ରାସ୍ତାରେ

ଭିଜା ଭିଜା ରାସ୍ତାରେ

2 mins
122

        


ବିଦ୍ର: ଲେଖକ ନୁହେଁ ମୁଁ ଭାବୁକଟିଏ।

(ନିଜର କିଛି ଭାବନାକୁ ଏଠି ସ୍ଥାନ ଦେବାକୁ ଆସିଛି।)

ସାରାଂଶ :-

(ନୀରବ ଭିଜା ଭିଜା ରାସ୍ତା ଓ ଗୋଟିଏ ପ୍ରେମିକର କଥା ବର୍ଣ୍ଣନା କରାଯାଇଛି। )


ମନେ ଅଛି ଆମ ସେ ପ୍ରଥମ ଦେଖା ମନେଅଛି ସେଇ ପ୍ରଥମ ଦେଖାର ରାସ୍ତା। ଆଜି ବି ସେଇ ରାସ୍ତାରେ ମୁଁ ଯାଉଛି ହେଲେ ତୁମେ ଦେଖାଯାଉନ। ରାସ୍ତାକୁ ପଚାରେ ତୁମ କଥା ହେଲେ ରାସ୍ତା କିଛିବି ଉତ୍ତର ଦିଏ ନାହିଁ। କିନ୍ତୁ ଗଛ ଓ ପବନକୁ ସବୁ କିଛି ଜଣା ତଥାପି ସେ ନିରବ ରହିଥାଏ। 

ଆଜିବି ସେଇ ରାସ୍ତାରେ ମୁଁ ଅପେକ୍ଷା କରିଥାଏ ପ୍ରତ୍ୟେକ ଦିନ ସଞ୍ଜବେଳେ, ରାତିରେ ସ୍ବପ୍ନରେ ଆସୁଥିଲ। ସ୍ବପ୍ନରେ ଦେଖାହୋଇ କେତେ କଥା ହେଉଥିଲ ହେଲେ ଆଜି କଉଠି ନା ତୁମର କଥା ନା ତୁମର ଦେଖା, ରାତିରେ ଆଗରୁ ଖୁସିରେ ତୁମକଥା ଭାବି ନିଦ ହେଉନଥିଲା କିନ୍ତୁ ଏବେ ତୁମ ବିରହର ଦୁଃଖକୁ ଭାବି ଭାବି ନିଦ ହେଉନି। ଆଖିକୁ ଯେତେ ମନା କଲେବି ସେ ଯମା ମାନେନି ଝରି ପଡ଼େ କିଛି ଲୁହ। ସକାଳ ସଞ୍ଜବେଳେ ତୁମ କଥା ଭାରି ମନେ ପଡୁଚି।  

                   ଆଜି ସେ ରାସ୍ତା ଆଉ ଆଗଭଳି ଗୋଡ଼ି ମାଟି ନାହିଁ। ସେ ବର୍ତ୍ତମାନ ପିଚୁ କଳା ରାସ୍ତା ହୋଇଯାଇଛି, ଆଗ ଭଳି ଆଉ ହସୁ ନାହିଁ , ଭିଜି ଯାଇଛି ମୋ ଆଖି ଲୁହରେ। ତୁମେ ଯାଣିନ ଆଜିବି ତୁମକୁ ଅପେକ୍ଷା କରିଥାଏ ସକାଳ ସଞ୍ଜବେଳେ ହଁ କେତେବେଳେ କିଛି ଲୋକ ମୋତେ ପାଗଳ କହନ୍ତି ତ ଆଉ କିଏ କେତେ କ'ଣ କହନ୍ତି କିନ୍ତୁ ମୁଁ ତ ତୁମକୁ ଅପେକ୍ଷା କରିରହିଛି। 

     ତୁମ ବିନା ମୋ କାହାଣୀ ଅଧୁରା, ଯଉଠି ଯାଅନା କାହିଁକି ପୁଣି ଫେରିଆସିବ। କାହିଁକି ନା ସେଇ ନୀରବ ଭିଜା ଭିଜା ରାସ୍ତାରେ ତୁମ ବାଟକୁ ମୁଁ ନିତିଦିନ ଚାହିଁ ରହିଛି। 

                       ତୁମେ ଯାଣିନ ତୁମ ପାଇଁ ବଞ୍ଚିରହିଛି ମନରେ ବିଶ୍ୱାସ ଅଛି ପୁଣି ଥରେ ଦେଖାହେବ। ଗଲାବେଳେ କାହିଁ କହିଲନି ରାଗିଚ ନା ରୁଷିଚ। ଯେତେ ବର୍ଷା, ଶୀତ,ଖରା ଯାହା ହେଲେବି ଯଗି ରହିଥାଏ ସେଇ ବର୍ଷାର ନୀରବ ଭିଜା ଭିଜା ରାସ୍ତାରେ ତ ଆଉ କେବେ କେବେ ଝାପସା ଝାପସା ସନ୍ଧ୍ୟା ସମୟରେ ହେଲେ ତୁମେ କେବେବି ଫେରନି..


       " ଫେରି ଆସ ପୁଣିଥରେ ଦେଖିଯାଅ ଥରେ ଖାଲି ମୁଁ ସେମିତି ଚାହିଁ ରହିଛି ନୀରବ ଭିଜା ଭିଜା ରାସ୍ତାରେ.. ।"     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics