STORYMIRROR

Apalata Aruk

Tragedy Others

3  

Apalata Aruk

Tragedy Others

ଭଡାଘର

ଭଡାଘର

1 min
688


ପ୍ରଭଞ୍ଜନ ନିଜକୁ ହିଁ ଅପରାଧୀ ମନେ କରୁଥିଲା।ବୟସର ଅପରାହ୍ନରେ ପୁଅ ବୋହୂ ନାତି ନାତୁଣୀଙ୍କ ଗହଣରେ

ଖୁସିରେ ଜୀବନ ଅତିବାହିତ କରିବେ ବୋଲି ବାପା ବୋଉ କେତେ ସ୍ୱପ୍ନ ଦେଖିଥିଲେ ।ହେଲେ ତାଙ୍କର ସବୁଯାକ ସ୍ୱପ୍ନ

ଉଜୁଡିଗଲା।ନିଜର ଏକମାତ୍ର ପୁଅର ଉଜ୍ଜ୍ୱଳ ଭବିଷ୍ୟତ ଲାଗି କେତେ ପରିଶ୍ରମ ନ କରିଛନ୍ତି ସେମାନେ !ତାଙ୍କ ତ୍ଯାଗର ତୁଳନା ବି କାହିଁ !ଅଥଚ ଆଜି ସେଇ ବାପା ବୋଉ ସର୍ବସ୍ବ ହରାଇ ରହୁଛନ୍ତି ଏକ ଭଡା ଘରେ ।ବାପାଙ୍କୁ ତ ସେ ନିଜେ କହିଥିଲା, "ବାପା ଏ ପୁରୁଣା ଘର ବିକ୍ରି କରିଦିଅ ।ଏଥର ଚାଲ ମୁଁ ତିଆରି କରିଥିବା କୋଠାଘରେ ରହିବା"।

ସେଇ କଥା ହିଁ ହେଲା।ବାପାଙ୍କ ଘର ବିକ୍ରି ହେଲା। ସେମାନେ କୋଠାଘରକୁ ଚାଲିଗଲେ ।ହେଲେ କୋଠାଘରକୁ ଯିବାର ମାସଟିଏ ନ ଯାଉଣୁ ସ୍ତ୍ରୀ ଶ୍ୱେତା କହିଲା, "ତମେ କ'ଣ ଏ ବୁଢାବୁଢୀଙ୍କ ପାଇଁ କୋଠା ତିଆରି କରିଥିଲ ? ସେମାନେ ରହୁଥିବା ବଖରାକୁ ଭଡାରେ ଲଗେଇଦିଅ ।ଘରଭଡା ଟଙ୍କାରେ ଆମେ ତ ମାସଟିଏ ଚଳିଯାଇପାରିବା। " ।ପ୍ରଭଞ୍ଜନ ଏହାର ପ୍ରତିବାଦ କରିଥିଲା ।ହେଲେ ଶୁଣୁଛି କିଏ ?ଏକଥା ବାପା ବୋଉଙ୍କ କାନକୁ ଗଲା।ସେମାନେ ଚାହିଁଲେନି ପୁଅର ସଂସାରରେ ଝଡ ଉଠୁ।ଘରଛାଡି ଛୋଟ ଭଡାଘରଟିଏ ନେଇ ସେଇଠି ରହିଲେ ସେ ଦୁହେଁ ।

ଘରଭଡା ଦେବାକୁ ବାପା ଏ ବୟସରେ ବି ଟିଉସନ କରୁଛନ୍ତି।ବୋଉ ବି ଏଠି ସେଠି କାମ କରୁଛି।ପ୍ରଭଞ୍ଜନ ଭାବିଲା ଶତଧିକ୍ ତା' ପୁଅପଣିଆକୁ ।କିଛିବି ହେଇଯାଉ ଆଜି ସେ ଭଡାଘରୁ ବାପାବୋଉଙ୍କୁ ଫେରେଇଆଣିବ ନିଜଘରକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy