STORYMIRROR

Apalata Aruk

Others

4  

Apalata Aruk

Others

ଆସିଛି ମକର

ଆସିଛି ମକର

1 min
264


ଜିତ୍ ସିନା ରହୁଛି ସୁଦୂର ଆମେରିକାରେ ହେଲେ ତା' ମନ ଆଜି ଅଛି ତା' ପ୍ରିୟ ଜନ୍ମଭୂମି ଓଡିଶାମାଟିରେ ।କାରଣ ଆଜି ପବିତ୍ର ମକର ସଂକ୍ରାନ୍ତି।ତା'ର ମନେ ପଡିଯାଉଛି ପିଲାଦିନେ ସେ କେମିତି ମକର ସଂକ୍ରାନ୍ତିର ମାସକ ପୂର୍ବରୁ ତା' ସାଙ୍ଗମାନଙ୍କ ସହିତ ମକର କାଠ ସଂଗ୍ରହ କରୁଥିଲା। ମକର ଦିନ ପାହାନ୍ତାରୁ ଯାଇ ସେମାନେ ବାଜା ବଜାଇ ବାଣ ଫୁଟାଇ ମକର ବୁଡ ଦେଉଥଲେ ।ସଂଗ୍ରହ କରିଥିବା ମକର କାଠ ଜାଳୁଥିଲେ ।ନୂଆ ନୂଆ ପୋଷାକ ପିନ୍ଧି ଖୁସିରେ ନାଚୁଥିଲେ ।

ଘରେ ବୋଉ ନୂଆ ଚାଉଳରେ ଗୁଡ କ୍ଷୀର, ଛେନା, ନଡିଆ, କଦଳୀ ମିଶାଇ ମକର ଚାଉଳ ପ୍ରସ୍ତୁତ କରି ଇଷ୍ଟ ଦେବ ଦେବୀଙ୍କୁ ଅର୍ପଣ କରୁଥିଲା ।କେତେ ପ୍ରକାର ପିଠା ପଣା କରି ଆଦରରେ ଖୁଆଉଥିଲା ସବୁ ଭାଇ ଭଉଣୀଙ୍କୁ।ଜିତ୍ ତା' ସାଙ୍ଗ ସାଥୀଙ୍କୁ ମଧ୍ୟ ତାଙ୍କ ଘରକୁ ଆଣି ପିଠାପଣା ଖୁଆଉଥିଲା।ଗାଆଁରେ କେହି କେହି ଏହି ଦିନ ମିତ ମକର ବସି ସାରା ଜୀବନ ପାଇଁ ପରସ୍ପରକୁ ଆପଣାପଣରେ ବାନ୍ଧି ରଖୁଥିଲେ । ଜିତ୍ ବି ମକର ବସିଥିଲା ଅଭି ସହିତ । ତା' ସହ ସେ ଯାଉଥିଲା ମକରମେଳା ଦେଖିବାକୁ। ସେଇ ମଧୁର ଅନୁଭୂତି ସବୁ ମନେ ପଡିଲା ବେଳକୁ ଜିତ୍ ଭାବ ବିହ୍ୱଳ ହୋଇଯାଉଥିଲା।ସତରେ କେଡେ ଗୌରବମୟ ତା' ଜନ୍ମମାଟିର ସଂସ୍କୃତି ଆଉ ପରମ୍ପରା!

ହଠାତ୍ ପୁଅ ବଣ୍ଟି ଆସି କହିଲା, ' ବାପା, ତମେ କ'ଣ ଭାବୁଛ?"

ଜିତ୍ ପ୍ରକୃତିସ୍ଥ ହୋଇ କହିଲା,"ମୋ ଗାଆଁର ସବୁଠୁ ଶ୍ରେଷ୍ଠ ପର୍ବ ମକର ସଂକ୍ରାନ୍ତି କଥା ଆଜି ମୋର ମନେ ପଡିଯାଉଛି। ଆଜି ସମସ୍ତେ କେତେ ଜାକ ଜମକରେ ଏ ପର୍ବ ପାଳନ କରୁଥିବେ ।ଆନନ୍ଦରେ ଉଛୁଳି ପଡୁଥିବ ଗାଆଁ । କେବଳ ଗାଆଁ ନୁହେଁ ସାରା ଭାରତ ବର୍ଷରେ ଆଜି ଖୁସିର ଲହରୀ ଖେଳି ଯାଉଥିବ।" ବଣ୍ଟି କହିଲା, "ଚାଲନା ବାପା, ଆମେ ବି ଏଇଠି ପାଳନ କରିବା ସେଇ ମକର ସଂକ୍ରାନ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍