STORYMIRROR

Apalata Aruk

Others

3  

Apalata Aruk

Others

ଦୃଷ୍ଟିକୋଣ

ଦୃଷ୍ଟିକୋଣ

1 min
182

ଶତରୂପା ଆବେଗରେ ପଚାରିଦେଲା,"ତମେ ସତ କହିଲ..ଦେବାର୍ଚ୍ଚନ,  ନାରୀମାନଙ୍କୁ ନେଇ କେମିତି ତମର ଦୃଷ୍ଟିକୋଣ ?" ଦେବାର୍ଚ୍ଚନ କହିଲେ,"ତମେ କ'ଣ ମୋତେ ଜାଣିନ ଶତରୂପା?ତମେ କ'ଣ ମୋର ପରୀକ୍ଷା ନେଉଛ?

ତମର କ'ଣ ସନ୍ଦେହ ହେଉଛି କି ମୋ ଉପରେ ?

ମୋ ଦୃଷ୍ଟିରେ ତ ନାରୀ ପ୍ରଥମେ ମାଆ।ମୁଁ ସେଇ ମହନୀୟା ନାରୀଙ୍କୁ ସମ୍ମାନ ଦିଏ ,ପୂଜା କରେ । ନିଜ ମାଆ କିମ୍ବା ଭଉଣୀ ପାଖରେ ଯଦି ମନରେ ସୃଷ୍ଟି ହୁଏ ଏତେ ଅନାବିଳ ଦିବ୍ୟ ଭାବନା, ତେବେ ଅନ୍ୟ ଝିଅଟି ପ୍ରତି କିଛି ଲୋକଙ୍କ ମନରେ କାହିଁକି ଏତେ କୁତ୍ସିତ ଭାବନା?ସେ ଝିଅକୁ କଳେବଳେ କୌଶଳେ ହାସଲ କରିବା,ତାକୁ ନପାଇଲେ ତା' ଉପରକୁ ଏସିଡ୍ ଫିଙ୍ଗିବା,ତା' ଇଜ୍ଜତ ନେବା, ତାକୁ

ଜୀବନରୁ ମାରିଦେବା,ତା' ଶବକୁ ଖଣ୍ଡ ଖଣ୍ଡ କରି କାଟିବା ଏସବୁ ବିକୃତ ମାନସିକତା ନୁହେଁ ତ ଆଉ କ'ଣ ?

ଶତରୂପା, ତମେ କିନ୍ତୁ ମୋତେ ଦେଖ,ମୁଁ କେମିତି ତମକୁ ମୋ ହୃଦୟ -ରତ୍ନବେଦୀରେ ଦେବୀଟିଏ କରି ସଜେଇ ରଖିଛି।ତମକୁ ମୁଁ ଯେଉଁ ଉଚ୍ଚ ଆସନରେ ସ୍ଥାନ ଦେଇଛି ତମେ ସେଇଠି ସର୍ବଦା ବିରାଜମାନ କରିଥାଅ । ମୁଁ କଥା ଦେଉଛି, ଭକ୍ଷକ ନୁହେଁ ମୁଁ ତମର ରକ୍ଷକ ସାଜିବି,ଅପମାନ ନୁହେଁ ମୁଁ ତମର ସମ୍ମାନ ରକ୍ଷା କରିବି, ପ୍ରତାରଣା ନୁହେଁ ମୁଁ ତମକୁ ଆନ୍ତରିକତାରେ ଆପଣେଇ ନେବି।"


ଏଥର ଶତରୂପା କହିଲା," ତମେ ଜାଣିଛ ଦେବାର୍ଚ୍ଚନ,ନାରୀମାନଙ୍କ ପ୍ରତି ତମର ଏଇ ଉଦାର ଦୃଷ୍ଟିକୋଣ ଆଉ ସମ୍ମାନବୋଧ ମୋତେ ଅଭିଭୂତ କରିଦେଇଛି।ତମେ ହିଁ ପ୍ରକୃତରେ ମୋର ଏକାନ୍ତ ଅନ୍ତରଙ୍ଗ ବିଶ୍ୱାସଯୋଗ୍ୟ ସାଥୀଟିଏ।



Rate this content
Log in