STORYMIRROR

Dr Jharana Satapathy

Tragedy

2  

Dr Jharana Satapathy

Tragedy

ଭାରତ ମାଆ ଆଖିରେ ଲୁହ

ଭାରତ ମାଆ ଆଖିରେ ଲୁହ

1 min
298

ଲିଲିମାର ପ୍ରତ୍ୟକ ଦିନ ଅଭ୍ୟାସ ଚିତ୍ର ଆଙ୍କିବା। ତାର ସେ କୁନି କୁନି ହାତରେ ବିଭିନ୍ନ ପ୍ରକାର ଚିତ୍ର ଆଙ୍କି ସେଥିରେ ରଙ୍ଗ ଦେଇଥାଏ। ଦିନେ ସେ ଭାରତମାତା କାନ୍ଦୁଥିବା ଚିତ୍ରଟିଏ ଆଙ୍କି ତା ମାଆ ପାଖକୁ ଆସି ପଚାରିଲା ମାଆ ମାଆ ଆମ ଭାରତମାଆ ଆଖିରୁ ପ୍ରକୃତରେ ଲୁହ ଝରେ ? କେତେବେଳେ କାନ୍ଦେ ଆମ ଭାରତ ମାଆ !


କୁନି ଛୁଆଟିର କଥାରେ ତା ମାଆ ତାକୁ ବୁଝାଇ କହେ ଭାରତ ମାଆର ହୃଦୟକୁ ଆଘାତ ଦେଲାବଳି କୌଣସି ଘଟଣାମାନ ହୁଏ ଠିକ୍ ଏ ସମୟରେ ସେ କାନ୍ଦେ । ତାକୁ କେହି ଅପମାନ କଲେ , ଦେଶରେ ଅଶାନ୍ତି ବଢି ଅରାଜକତା ଦେଖାଗଲେ ଏବଂ ପରଷ୍ପର ମଧ୍ୟରେ କଳହ ଦେଖା ଦେଲେ ଭାରତ ମାଆ ଆଖିରୁ ଲୁହ ଝରେ। ଚାରିଆଡେ ଅନ୍ୟାୟ ଅତ୍ୟାଚାର, ଧର୍ଷଣ, ଲୁଣ୍ଠନ, ହତ୍ୟା ଏବଂ ଆତଙ୍କବାଦୀଙ୍କ କାରନାମା ଦେଖି ଆମ ଭାରତ ମାଆ କଇଁ କଇଁ କାନ୍ଦେ। 


ଠିକ୍ ତୁମେ ଲୁହ ଝରାଇଲାଭଳି । ମୁଁ ଦୁଷ୍ଟ ହେଲେ, ମୋର ଟିକେ ଦେହ ଖରାପ ହୋଇଗଲେ ମତେ କିଛି ଆଘାତ ଲାଗିଲେ ତୁମକୁ ଯେମିତି ବାଧେ ଏବଂ କାଟେ ଠିକ୍ ସେମିତି ଭାରତମାତା କୁ କିଛି କଷ୍ଟ ହେଲେ ସେ କାନ୍ଦିଥାଏ।


ମାଆ ତୁମେ ଆଉ ଗୋଟେ କଥା ଛାଡିଦେଲ ବାପା ଭଳି ଏ ଦେଶର ବୀର ଯବାନ ମାନଙ୍କୁ ହରାଇ ଭାରତମାଆ କଇଁ କଇଁ କାନ୍ଦୁଛି।


ଏତିକି କଥାରେ ଝିଅଟିର ଚକ୍ଷୁରୁ ଝରିପଡିଥିବା ଧାର ଧାର ଅଶ୍ରୁର ପ୍ରବାହ ଦେଖି ତା ମାଆ ଜକେଇ ରଖିଥିବା ଲୁହ ସବୁକୁ ନିଗାଡି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy