ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଭାଲୁ ଓ ଦୁଇ ବାମନ

ଭାଲୁ ଓ ଦୁଇ ବାମନ

2 mins
7.3K


ଶ୍ରୀମତୀ ସୁଜାତା ସିହ୍ନା

ଜଣେ ଗରିବ ବିଧବା ସ୍ତ୍ରୀ ଲୋକର ଗଙ୍ଗା ଯମୁନା ନାମରେ ଦୁଇଟି ଝିଅ ଥିଲେ l ସେମାନେ ସବୁବେଳେ ଏକାଠି ଖେଳନ୍ତି, ବୁଲନ୍ତି ଏବଂ ସବୁ କାମ ସାଙ୍ଗ ହୋଇ କରନ୍ତି l ମାଆ ଜଙ୍ଗଲକୁ ପ୍ରତିଦିନ କାଠ ଆଣିବାକୁ ଗଲେ ଏ ଦୁଇ ଭଉଣୀ ଦୁଆର ବନ୍ଦ କରି ଘରେ ରୁହନ୍ତି l ଦୁଇ ଭଉଣୀ ମଧ୍ୟରେ କ୍ଷୀର ନିରର ସମ୍ପର୍କ ଥିଲା l କେହି କାହାକୁ ଦଣ୍ଡେ ନ ଦେଖିଲେ ରହି ପାରନ୍ତି ନାହିଁ l

ଦିନେ ସେମାନେ ଘରେ ଏକାକୀ ଥିବାବେଳେ କେହି ଜଣେ ଆସି ଦୁଆର ବାଡେଇଲା l ବୋଧହୁଏ ଭିକାରିଟିଏ ହୋଇଥିବ ଭାବି ସେମାନେ ଦୁଆର ଖୋଲି ଦେଖନ୍ତି ତ ଏକ ବିରାଟକାୟ ଭାଲୁ ତାଙ୍କ ସମ୍ମୁଖରେ ଠିଆ ହୋଇଛି l ତାକୁ ଦେଖି ଦୁହେଁ ଥରିବାକୁ ଲାଗିଲେ ଭାଲୁ ତାଙ୍କ ପାଖକୁ ଆସି ମଣିଷଙ୍କ ପରି କହିଲା- ତୁମେ ଦୁହେଁ ମତେ ଡର ନାହିଁ l ମୁଁ ତୁମର କିଛି କ୍ଷତି କରିବି ନାହିଁ l ବାହାରେ ଭାରି ଥଣ୍ଡା ହେଉଛି l ତେଣୁ ମୁଁ ତୁମ ଘରେ ଜଳୁଥିବା ଚୁଲି ପାଖରେ ବସି ଟିକେ ସେକି ହେବି l ଦୁଇ ଭଉଣୀ ଡରି ଡରି ଭାଲୁକୁ ଚୁଲି ପାଖକୁ ନେଇ ଗଲେ l କିଛି ସାମୟ ପରେ ଭାଲୁ ଚାଲିଗଲା l ଏହି ପରି ଭାଲୁ ସବୁଦିନ ତାଙ୍କ ଘରକୁ ଆସି ତାଙ୍କ ସହ ମିଶିଗଲା l

ଦିନେ ବିଧବା ମାଆର ଦେହ ଭୀଷଣ ଖରାପ ହୋଇଗଲା l ସେ ତାର ଦୁଇ ଝିଅକୁ ଜଙ୍ଗଲକୁ କାଠ ଆଣିବାକୁ ପଠାଇଲା l ଦୁଇଝିଅ ଖୁସିରେ ଜଙ୍ଗଲ ସାରା ବୁଲି ବୁଲି ଶୁଖିଲା କାଠ ଗୋଟାଇ ଫେରୁଥିବା ବେଳେ ଦେଖିଲେ ଏକ ବାମନ ଗଛ କୋରଡରେ ମୁହଁ ପୁରାଇ ସାହାଯ୍ୟ ନିମନ୍ତେ ଚିତ୍କାର କରୁଛି l ସେମାନେ ତା ପାଖକୁ ଯାଇ ବାମନଟିର ଲାମ୍ବା ଦାଢି ଗଛ କୋରଡରେ ପଶି ଯାଇଛି l ଯେତେ ଭିଡିଲେ ମଧ୍ୟ ବାହାରୁ ନାହିଁ l ଲୋକଟି କଷ୍ଟ ସହି ନପାରି ଗଙ୍ଗା କତୁରି ଦ୍ଵାରା ଦାଢିର ଅଗରୁ କାଟିଦେଲା l ଏହାଦ୍ବାରା ବାମନଟି ଖୁସି ହେବା ପରିବର୍ତ୍ତେ ତାକୁ ଗାଳି ଦେଇ ମାରିବାକୁ ଗୋଡ଼େଇଲା l

କିଛି ବାଟ ଦୌଡ଼ିବା ପରେ ସେମାନେ ଦେଖିଲେ ଆଉ ଜଣେ ବାମନର ଲମ୍ବା ଦାଢିକୁ ଏକ ମାଛ ଗିଳି ପକାଉଛି l ଏ ମଧ୍ୟ କଷ୍ଟରେ ଚିତ୍କାର କରୁଥାଏ l ଏହା ଦେଖି ଯମୁନା ଦାଢିର ଆଗକୁ କତୁରିରେ କାଟି ଦେଲା l ଦ୍ଵିତୀୟ ବାମନଟି ମଧ୍ୟ ଖୁସି ହେବା ପରିବର୍ତ୍ତେ ତାକୁ ବନିଶି ଧରି ମାରିବାକୁ ଗୋଡେଇଲା ଦୁହେଁ ଜୀବନ ବିକଳରେ ଦୌଡିଲେ l କିଛିବାଟ ଯିବାପରେ ଦେଖିଲେ ସେହି ଦୁଇ ବାମନ ଏକ ଗାତ ଖୋଳି ସେଥିରେ ସୁନା ରୂପା ହୀରା ଲୀଳା ସବୁ ରଖୁଛନ୍ତି l କାଳେ ସେମାନେ ନେଇଯିବେ ଭାବି ସେ ଦୁଇ ବାମନ ଏ ଦୁଇ ଭଉଣୀଙ୍କୁ କୋଦାଳ ଧରି ହାଣିବାକୁ ଗୋଡେଇଲେ l ଏହି ସମୟରେ ଭାଲୁ ଆସି ବାମନ ମାନଙ୍କ ଉପରକୁ ଝାମ୍ପ ମାରିଲା ଓ ଦୁଇ ଜଣଙ୍କ ଦାଢିକୁ ଦୁଇ ହାତରେ ଧରି ବୁଲାଇବାକୁ ଲାଗିଲା l କିଛି ସମୟ ପରେ ସେମାନଙ୍କ ଦାଢି ଉପୁଡିଗଲା ଏବଂ ସେମାନେ କିଛି ଦୂରରେ ଯାଇ ଛିଟିକି ପଡିଲେ l ଦୁଇ ଭଉଣୀ ଭାବିଲେ ବୋଧ ହୁଏ ସେମାନେ ମରିଗଲେ l ହେଲେ କିଛି ସମୟ ପରେ ସେମାନଙ୍କର ଚେତା ଫେରିଲା l ସେମାନେ ଆସ୍ତେ ଆସ୍ତେ ବାମନରୁ ସୁନ୍ଦର ଯୁବକର ରୂପ ନେଲେ ଏବଂ କହିଲେ ଭାଲୁ ମହାରାଜ ! ତୁମ ଯୋଗୁଁ ଆମେ ଆମର ପୂର୍ବ ରୂପ ପାଇଲୁ ଆମକୁ ଏକ ଯାଦୁଗର ଏପେରି ବାମନ ରୂପ ଦେଇଥିଲା l ଯାହାଦ୍ୱାରା କି ଆମକୁ ଆଉ ଘର ଲୋକ ଚିହ୍ନି ପାରୁ ନ ଥିଲେ l ଏହାପରେ ସେମାନେ ନିଜ ଘରକୁ ଫେରିଗଲେ ଓ କିଛି ଦିନ ପରେ ଦୁଇ ଯୁବକ ଦୁଇ ଭଉଣୀଙ୍କୁ ବିବାହ କରି ଖୁସିରେ ରହିଲେ l


Rate this content
Log in

Similar oriya story from Children