ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଭାଇ ଭଉଣୀ ଓ ପିଶାଚୀ ମାଆ

ଭାଇ ଭଉଣୀ ଓ ପିଶାଚୀ ମାଆ

2 mins
7.7K


ଶ୍ରୀମତୀ ସୁଜାତା ସିହ୍ନା

ଦୁଇ ଭାଇଭଉଣୀଙ୍କର ସାବତମାଆ ବ୍ୟତୀତ ଏ ଦୁନିଆରେ ଆଉ କେହି ନଥିଲେ l ପ୍ରକୃତରେ ତାଙ୍କର ସାବତମାଆ ଜଣେ ପିଶାଚୀ ଥିଲା l ତେଣୁ ସେ ଏମାନଙ୍କୁ ସବୁବେଳେ ଡରେଇ ରଖୁଥିଲା l ଦିନେ ସେମାନେ ମାଆର ଅଜାଣତରେ ଘରୁ ଲୁଚି ଜଙ୍ଗଲକୁ ପଳେଈ ଆସିଲେ l ଜଙ୍ଗଲ ସାରା ବୁଲି ବୁଲି ହାଲିଆ ହୋଇଯିବାରୁ ଭାଇଟିକୁ ଭାରି ଶୋଷ ଲାଗିଲା l ସେ ଏକ ଝରଣା ପାଖକୁ ଯାଇ ପାଣି ପିଇବା ପାଇଁ ଯେମିତି ନଇଁଛି ଝରଣା ତାକୁ କହିଲା- ମୋ ପାଣି ଯିଏ ପିଇବ ସେ ବାଘ ହୋଇଯିବ l ଏ କଥା ଶୁଣି ଭାଇଟି ଜାଣିଲା ଯେ ଏଠି ମଧ୍ୟ ତା’ ମାଆର ଜାଦୁ କାମ କରୁଛି l ସେ ପାଣି ନ ପିଇ ଆଗକୁ ଆଉ ଏକ ଝରଣା ପାଖକୁ ଗଲା l ସେ ଝରଣା ମଧ୍ୟ କହିଲା ମୋ ପାଣି ଯିଏ ପିଇବ ସେ ସାପ ହୋଇଯିବ l ଏକଥା ଶୁଣି ସେ ଆଉ ସେଠି ପାଣି ନ ପିଇ ଆଉ ଏକ ଝରଣା ପାଖକୁ ଗଲା l ସେଠି ମଧ୍ୟ ସେ ଝରଣା କହିଲା- ମୋ ପାଣି ଯିଏ ପିଇବ ସେ ମଧ୍ୟ ହରିଣ ହୋଇଯିବ l ଭାଇଟି ଆଉ ତାର ଶୋଷ ସମ୍ଭାଳି ନ ପାରି ଭଉଣୀର ବାରଣ ସତ୍ତ୍ୱେ ସେ ଝରଣାରୁ ପାଣି ଯେମିତି ପିଇଛି ସେ ସଙ୍ଗେ ସଙ୍ଗେ ଏକ ସୁନ୍ଦର ହରିଣରେ ପରିଣତ ହୋଇଗଲା l ଏହା ଦେଖି ଭଉଣୀ ସେ ହରିଣକୁ ଧରି ବହୁତ କାନ୍ଦିଲା l ତା’ ପରେ ସେମାନେ ସେ ଜଙ୍ଗଲ ଛାଡି ଅନ୍ୟ ଏକ ଜଙ୍ଗଲକୁ ପଳାଇ ଆସି ଏକ ଗୁମ୍ଫାରେ ରହିଲେ l

ଭଉଣୀଟି ହରିଣ ଭାଇକୁ ସାଙ୍ଗରେ ଧରି ରହିଲା l ଭାଗ୍ୟକୁ ନିନ୍ଦି ପରସ୍ପର ଦୁଃଖ ସୁଖ ବାଣ୍ଟିଚଳିଲେ l ଏମିତି କେତେବର୍ଷ ବିତିଗଲା l ଦିନେ ଜଣେ ରାଜା ଜଙ୍ଗଲକୁ ହରିଣ ଶିକାର କରିବାକୁ ଆସି ଏହି ହରିଣ ଉପରେ ନଜର ପଡିଲା l ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ଶିକାର କରି ପାରିଲେ ନାହିଁ l ଡ଼ରରେ ହରିଣତି ସକାଳୁ ତା ଗୁମ୍ଫାରୁ ବାହାରି ଯାଇ ସନ୍ଧ୍ୟାକୁ ଫେରେ l ଏମିତି କେତେଦିନ ଚାଲିଲା l ଗୁପ୍ତଚରମାନେ ହରିଣର ସନ୍ଧାନ ରାଜାଙ୍କୁ ଦେଲେ l ରାଜା ଦିନେ ସନ୍ଧ୍ୟାବେଳେ ହରିଣ ପଛେ ପଛେ ଆସି ଗୁମ୍ଫାରେ ପଶିଲେ l ଦେଖିଲେ ହରିଣ ସହିତ ସୁନ୍ଦର ଝିଅଟିଏ ରହୁଛି l ସେ ତା’ ରୂପରେ ମୁଗ୍ଧ ହୋଇ ତାକୁ ବିବାହ କରିବା ପାଇଁ କହିଲେ l ଝିଅଟି କହିଲା- ମୁଁ ଯଦି ଆପଣଙ୍କୁ ବିବାହ କରିବି ମୋ ଭାଇ ହରିଣ ମୋ ସହିତ ଯିବ l ତା’ପରେ ରାଜା ସେ ଝିଅଠାରୁ ତା ଭାଇ ବିଷୟରେ ସବୁ କିଛି ଅବଗତ ହେଲେ l

ଝିଅଟି ରାଜାକୁ ବିବାହ କରି ରାଣୀ ହୋଇ ରହିଲା l କିଛି ଦିନ ପରେ ତାଙ୍କର ପୁଅଟିଏ ହେଲା l ଏ କଥା ସାବତ ମାଆ ଜାଣିପାରି ଏକ ଦାସୀବେଶରେ ଆସି ରାଣୀଙ୍କ ପାଖରେ ରହିଲା l ସୁଯୋଗ ଦେଖି ଦିନେ ସେ ରାଣୀକୁ ମାରିଦେଇ ତା ଜାଗାରେ ନିଜ ଝିଅକୁ ରାଣୀ କରି ରଖିଦେଲା l କିନ୍ତୁ ପ୍ରକୃତ ରାଣୀଙ୍କର ଭୁତ ସବୁଦିନ ରାତିରେ ଆସି ନିଜ ପୁଅକୁ କ୍ଷୀର ଖୁଆଇ ଯାଆନ୍ତି l ଏକଥା ଦାସୀ ଜାଣିପାରି ରାଜାଙ୍କୁ କହିଲା l ରାଜା ଲୁଚି ଲୁଚି ଦେଖନ୍ତି ତ ତାହା ସତ୍ୟ l ସେହି ଭୁତ ପୁଅକୁ କ୍ଷୀର ପିଆଇ ଫେରିଯାଉଥିବା ସମୟରେ ରାଜା ତାର ହାତକୁ ଧରି ପକାଇଲେ l ଭୁତ ପରି ଦେଖା ଯାଉଥିବା ରାଣୀ ହଠାତ୍ ଜୀବନ ଫେରି ପାଇଲେ ଓ ରାଯଙ୍କୁ ସବୁ କଥା କହିଲେ l ରାଜା ଏହାର ସତ୍ୟା ସତ୍ୟ ପରୀକ୍ଷା କରି ଜାଣିଲେ ପ୍ରକୃତରେ ଦାସିଟି ଜଣେ ପିଶାଚୀ l ସେ କୌଶଳ କରି ସେ ମାଆ ଓ ଝିଅଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ l ସେ ଦୁହେଁ ମରିଯିବା ପରେ ଭାଇଟି ତାର ପ୍ରକୃତ ରୂପ ଫେରି ପାଇଲା l


Rate this content
Log in

Similar oriya story from Children