Lalita Mohan Mishra

Tragedy

2  

Lalita Mohan Mishra

Tragedy

ଭାଗ୍ୟଫଳ

ଭାଗ୍ୟଫଳ

2 mins
124



   ସମସ୍ତେ ବୁଝୋଉ ଥିଲେ, ଭଗବାନ ଜନମ ଦେଇଛନ୍ତି ତା ପାଇଁ ବରଟିଏ ଦେଇଛନ୍ତି l ଏତେ ଚିନ୍ତା କାହିଁକି l କାହା କଥା ମନକୁ ପାଏନି ନାଥ ନନାର l ଜାତିରେ ବ୍ରାହ୍ମଣ l ଆଜି କାଲି ପିଲାଙ୍କ କଥା ଯାହା, କାଳେ କଣ ହୋଇଯିବ l ପଞ୍ଚୁ ପାଟକରେ ମୁହଁ  ଦେଖାଇ ପାରିବିନି l କହନ୍ତି ନାଥ ନନା l


ବ୍ରାହ୍ମଣ ଘର ପିଲାଟିଏ l ଦୂର ଗାଆଁରେ l ତାର ହାନି ଲାଭ, ଭଲ ମନ୍ଦ ବୁଝିବାକୁ ବେଳ ନାହିଁ ନାଥ ନନାର l ଗେଲିକୁ ଷୋହଳ ବର୍ଷ ପୂରି ଗଲାଣି, ବାହା କରିଦେଲେ ଚିନ୍ତା ଯିବ l ଦୂର ଗାଆଁର ଲୋକମାନେ ଟୁପୁର ଟାପର ହେଉଥିଲେ, ଧରମାଟା ବାହାହୋଇଗଲା l ଭବିଷ୍ୟତ କଣ ହେବ କେଜାଣି l 

    

ବାହାଘର ମାନେ, ବର ଆସିବ, ବେଦୀ ହେବ l ବାସ ଏତିକି ଜାଣେ ଗେଲି l ପଡିଶା ଘର ରମା ଭାଉଜ ସବୁ କଥା ବୁଝେଇ ଦେଲେ l ମନର ମଣିଷଟିଏ ମିଳିବ, ସୁଖ ଦୁଃଖ ରେ ସାଥି ହବ, ନିଜର କରି ରଖିବ, କେବେ ଦୁଃଖ ଦବନି l ଏତେ ସବୁ ଆଶାକୁ ନେଇ ବେଦୀକୁ ଗଲା ଗେଲି l


ବାହାଘରର ପ୍ରଥମ ରାତିରୁ ଆଜିଯାଏ ଖୋଜୁଛି ରମା ଭାଉଜ କହିଥିବା କଥାକୁ l ସବୁଦିନ ରାତିରେ ଧରମା ମାରେ l ସିଏ ଵୁଝିଚି, ସ୍ତ୍ରୀକୁ ମାରିବା ପୁରୁଷ ପଣିଆ l ଶାଶୁ ଶଶୁର କହିଲେ, ତୋ ଭାଗ୍ୟରେ ସୁଖ ନାହିଁ, 

ମଲା ଯାଏ ଦୁଃଖ ପାଇବୁ ଲୋ ଝିଅ l ଧରମାଟା ବଦଳିବନି l 

     

ବାପା ମାଆ କହିଲେ,, ଆମେ ସିନା ଜନ୍ମ ଦେଇଚୁ, ଭାଗ୍ୟ ତ ଭଗବାନଙ୍କ ହାତରେ l


ବାହାଘରର ଚାରି ବରଷ ବିତିଗଲାଣି l କୋଳରେ ଛୁଆଟିଏ ନାହିଁ l ସବୁଦିନ ମାଡ ଗାଳି ଖାଇ ଖାଇ, ଭୋକିଲା ପେଟରେ ରହି ରହି, ଏବେ ହାର୍ଟ ବେମାର ବାହାରିପଡିଲାଣି l ଆଉ ଅଵା କେଇଟା ଦିନ..... l


ସକାଳୁ ଚାହିଁ ବସେ, କେତେବେଳେ ସଞ୍ଜ ଆସିବ, ଧରମା ଆସିବ, ବିଧା ଗୋଇଠା ମାରି ତା ପୁରୁଷ ପଣିଆ ଦେଖାଇବ l

     

ସମୟ ଅପରାହ୍ନ l ବାରି ଦୁଆରେ ଡାମରା କାଉଟା ରହି ରହି ରାବୁଛି l ଗେଲି ଏକାକି ବସି ଭାବୁଛି,,,,, ମୋ ଭାଗ୍ୟର ବିନ୍ଧାଣୀ ବାପା ମାଆ ଶାଶୁ ଶଶୁର ମୋ ଜୀବନକୁ ଖେଳନା କରି, ମିଳିଥିବା ଭାଗ୍ୟଫଳକୁ ଜଳ.. ଜଳ କରି ଦେଖୁଛନ୍ତି ଆଉ ମାପୁଛନ୍ତି ତାଙ୍କ ପାରିବାପଣିଆକୁ l 


କବାଟ ଖଟ ଖଟ ହେଲାଣି l ଧରମା ଆସିଲା ବୋଧହୁଏ...............


Rate this content
Log in

Similar oriya story from Tragedy