ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ବେଙ୍ଗ ରାଜକୁମାର

ବେଙ୍ଗ ରାଜକୁମାର

2 mins
7.1K


ଶ୍ରୀମତୀ ସୁଜାତା ସିହ୍ନା

ଚନ୍ଦ୍ରଭାନୁ ନାମରେ ଜଣେ ରାଜା ଥିଲେ l ସେ ପ୍ରଜାମାନଙ୍କୁ ବହୁତ ଭଲ ପାଉଥିଲେ l ତାଙ୍କର ପାଞ୍ଚ କନ୍ୟା ମଧ୍ୟରେ ସାନ ରାଜକୁମାରୀ ଚନ୍ଦ୍ରାବତୀ ସବୁଠାରୁ ସୁନ୍ଦରୀ ଥିଲେ l ତାଙ୍କୁ ବଡ ଚାରିଭଉଣୀ ମାନେ ଈର୍ଷା କରୁଥିଲେ l ଦିନେ ପାଞ୍ଚ ଭଉଣୀ ଏକ ସୁନାର ପେଣ୍ଡୁରେ ଖେଳୁ ଖେଳୁ ନିଜ ଅଜାଣତରେ ଜଙ୍ଗଲକୁ ପଳାଇ ଆସିଲେ l ସେଠାରେ ଏକ ପୁରୁଣା ଦୁର୍ଗ ଥିଲା l ସମସ୍ତଙ୍କର ବିଶ୍ଵାସ ଯେ ଏହି ଦୁର୍ଗରେ ଭୁତ ପ୍ରେତ ସବୁ ରୁହନ୍ତି ଆଉ ଏ ଦୁର୍ଗରେ ଯିଏ ଗୋଟିଏ ରାତି କଟାଇବ ସେ ଆଉ ଜୀବନରେ ଫେରିବ ନାହିଁ l ଏହାର ସୁଯୋଗ ନେଇ ବଡ ଚାରି ଭଉଣୀ ଚନ୍ଦ୍ରାବତୀକୁ ସେଠାରେ ଛାଡି ଦେଇ ପଳାଇ ଆସିଲେ l ଚନ୍ଦ୍ରାବତୀ ଏକାକୀ ପେଣ୍ଡୁରେ ଖେଳୁଥାଏ l ହଠାତ୍ ତା’ ହାତରୁ ପେଣ୍ଡୁଟି ଖସି ଯାଇ ଏକ ପୁଷ୍କରିଣୀରେ ପଡିଲା l ସେ ଯେତେ ହାତ ବଢାଇଲା ପେଣ୍ଡୁଟି ପୁଷ୍କରିଣୀର ଭିତରକୁ ଚାଲିଗଲା l ଏହି ସମୟରେ ଏକ ବେଙ୍ଗର କର୍କଶ ଏସଡ଼ବଲଇଉଆର ଶୁଣାଗଲା l ବେଙ୍ଗଟି ମଣିଷର ପରି କହିଲା-ସେ ରାଜ ଜେମା ! ତୁମେ କାହିଁକି କାନ୍ଦୁଛ ? ଏହା ଶୁଣି ଚନ୍ଦ୍ରାବତୀ କହିଲା- ମୋର ସୁନାର ପେଣ୍ଡୁଟି ପାଣି ଭିତରେ ହଜି ଯାଇଛି l ତୁମେ କ’ଣ ଖୋଜି ଆଣି ପାରିବ ? ବେଙ୍ଗଟି କହିଲା ମୁଁ ଯଦି ଆଣି ଦେବି ତୁମେ ମତେ କ’ଣ ଦେବ ?

ଚନ୍ଦ୍ରାବତୀ କହିଲା- ତୁ ଯାହା ମାଗିବୁ, ମୁଁ ଦେବି l ବେଙ୍ଗ କହିଲା- ମୋର କିଛିଦରକାର ନାହିଁ l ମୁଁ କେବଳ ତୁମ ସହ ସାଙ୍ଗ ଆହୋଇ ଖେଳିବି l ଚନ୍ଦ୍ରାବତୀ ଭାବିଲା ଏ ଅପରିଷ୍କାର ବେଙ୍ଗଟିକୁ କିଏ ସାଥିରେ ରଖିବ ?

ବେଙ୍ଗଟି ସଙ୍ଗେ ସଙ୍ଗେ ପାଣି ଭିତରୁ ପେଣ୍ଡୁଟିକୁ ନେଇ ଆସିଲା l

ପେଣ୍ଡୁଟିକୁ ଝିଙ୍କି ନେଇ ଚନ୍ଦ୍ରାବତୀ ଦଉଡି ଦଉଡି ଘରକୁ ପଳାଇ ଆସିଲା l ସେ ଯେମିତି ଖାଇବାକୁ ବସିଛି ତ ଥାଳି ପାଖରେ ହଠାତ୍ ବେଙ୍ଗଟି ଆସି ବସି ପଡିଲା l ହଠାତ୍ ବେଙ୍ଗକୁ ତା ଥାଳି ପାଖରେ ଦେଖି ଚନ୍ଦ୍ରାବତୀ ଚମକି ପଡି କହିଲା- ତୁ ଏଠାରୁ ଶୀଘ୍ର ପଳା ନ ହେଲେ ମୁଁ ବାନ୍ତିକରି ପକାଇବି l ଏ ସବୁ ଦୃଶ୍ୟ ରାଜା ଚନ୍ଦ୍ରଭାନୁ ଦେଖି ତାକୁ ବେଙ୍ଗ ଏଠାକୁ କାହିଁକି ଆସିଛି ବୋଲି ପଚାରିଲେ l ଚନ୍ଦ୍ରାବତୀ ତାର ପିତାଙ୍କୁ ସବୁ ସତ କଥା କହିଦେଲା l ରାଜା କହିଲେ ତୁମେ କଥା ଦେଇଛ ମାନେ ତାକୁ ପାଳନ କରିବାକୁ ହେବ l ତେଣୁ ତୁମେ ଏହି ବେଙ୍ଗ ସାଥିରେ ଖେଳିବ, ଖାଇବ ଏବଂ ତାକୁ ତୁମ ପାଖରେ ମଧ୍ୟ ଖୁଆଇବ l

ପିତାଙ୍କ କଥାରେ ଚନ୍ଦ୍ରାବତୀ ସମ୍ମତି ଜଣାଇ ଘୃଣା ଲାଗୁଥିଲେ ମଧ୍ୟ ତାକୁ ସାଥିରେ ଖୁଆଇଲା l ତା’ପରେ ସେ ଶୋଇବାକୁ ଗଲା l ବେଙ୍ଗଟି ମଧ୍ୟ ତା ପଛେ ପଛେ ଯାଇ କ୍ଷତ ଉପରେ ବସିଲା l ଚନ୍ଦ୍ରାବତୀ ଯେମିତି ରେଜେଇ ଘୋଡେଇ ହୋଇଛି ବେଙ୍ଗଟି ତା ରେଜେଇ ଭିତରେ ପଶିଗଲା l ରାଜକୁମାରୀ ପିତାଙ୍କ ଭୟରେ ବେଙ୍ଗକୁ କିଛି ନ କହି ଆଖି ବନ୍ଦକରି ଶୋଇ ରହିଲା l କିଛି ସମୟ ପରେ ସେ ଆଖି ଖୋଲି ଦଖେ ତ ତା’ ପାଖରେ ଏକ ସୁନ୍ଦର ଯୁବକ ଟିଏ ସୋଇଛି l ସେ ଚମକି ପଡି ରାଜାଙ୍କୁ ଯାଇ ଏ କଥା ଜଣାଇଲା l ରାଜା ଆସି ସେ ଯୁବକର ପ୍ରକୃତ ପରିଚୟ ମାଗିବାରୁ ସେ କହିଲା ମୁଁ ହେଉଛି ବଙ୍ଗ ଦେଶର ରାଜକୁମାର l ଏକ ଯାଦୁଗର ତାର ମନ୍ତ୍ର ବଳରେ ମତେ ବେଙ୍ଗ କରି ଦେଇଥିଲା l ତେଣୁ ଏ ରାଜକୁମାରୀ ମୋର ବହୁତ ଉପକାର କରିଛନ୍ତି l ତେଣୁ ମୁଁ ଏହାକୁ ବିବାହ କରିବାକୁ ଚାହେଁ l ରାଜାଙ୍କର ସମ୍ମତି କ୍ରମେ ଦୁଇଜଣଙ୍କ ବିବାହ ହେଲା l


Rate this content
Log in

Similar oriya story from Children