STORYMIRROR

Lopamudra Parida

Tragedy Inspirational

3  

Lopamudra Parida

Tragedy Inspirational

ବାର୍ବୀ

ବାର୍ବୀ

2 mins
206


ମୁଁ ସ୍ମୟଙ୍କ୍ 

ସ୍ମୟଙ୍କ୍ ଦାସଚୌଧୁରୀ ( ଡି ସି )

ଗ୍ରେଡ୍ ଥ୍ରି 

ମାଇଣ୍ଡ ଷ୍ଟାଟସ୍: କନ୍ଫ୍ଯୁସ୍ଡ ଆଣ୍ଡ ସ୍ଯାଡ୍ 


ହଁ ସ୍ଯାଡ୍ ।ମୁଁ ଜାଣିନି ଭୁଲ୍ କାହାର, କିନ୍ତୁ ମୁଁ ବୁଝିଛି କିଛି ତ ଭୁଲ୍ ଘଟିଛି ,ଘଟୁଛି ।ସମଥିଙ୍ଗ୍ ଗୋଜ୍ ରଂଗ୍ ।


ଆମେ ଉପର ଘରେ ରହୁ ,ମୁଁ ଆଉ ମୋ ମାମା ।ତଳଘରେ ହାଉସ୍ ଓନର୍ ..ଆଉ ତାଙ୍କ ବେବିସ୍ ...... ସୁହାନୀ, ଆଣ୍ଡ ମେହୁଲ୍ .... ସିବଲିଂଗ୍ ।ଗ୍ରେଡ୍ ଥ୍ରି ଆଣ୍ଡ ଫାଇଭ୍ ।ଆମେ ସେମ୍ ସ୍କୁଲ ।ତଳ ମ୍ଯାନ୍ଗୋ ଟ୍ରି ଅଗଣା ରେ ଆମେ ଢେର୍ ଖେଳୁ, ଢେର୍ ।ମାମା ତ ଅଧା ଦିନ ଚୁପ୍ ରହେ ,ଅଧା ଦିନ ଆକାଶ କୁ ଚାହେଁ ଆଉ ବାକି ଟାଇମ୍ ସାୱାର୍ ଖୋଲି ଥାଏ ବାଥ୍ ରୁମ୍ ରେ ,କଣ କରେ କେଜାଣି ଏତେ ଟାଇମ୍ ।ମୋ ପାଖେ ପାଖେ ଜଗିଥାଏ କିନ୍ତୁ, ମୁଁ କଣ କହିଲି, କେମିତି ବିହେଭ୍ କଲି, କଣ ରିଆକ୍ଟ କଲି ସବୁ ସାଇଲେଣ୍ଟଲି ନୋଟିସ୍ କରେ ଆଉ ରାତିରେ ତା ' କୋଳରେ ପେଟେଇଲେ ମୋରାଲ ଷ୍ଟୋରୀ ରେ କୁହେ ।ମୁଁ ବୁଝେ କିଛି ଆଉ ଅନେକ ଅବୁଝା ରହେ ।ସେ ସିଲିଂ ର ଫ୍ଯାନ୍ ଟାକୁ ଅନେଇ ଥାଏ ଯେ ଅନେଇଥାଏ, ମୁଁ ଶୋଉପଡେ କେତେ ବେଳେ ଶୁଣୁ ଶୁଣୁ ସେ ସୁନ୍ଦର ରାଜକୁମାରୀ ଆଉ ଧଳା ଘୋଡାର ପ୍ରିନ୍ସ କଥା ।


କିଛି ଲୁହ ପୋଛାହୁଏ ପଣତ କାନିରେ 

କିଛି ଲୁହ ପି ' ଯାଏ ଓଠ  


ଗାଏ ମାମା, ତା ଠୁ ଶୁଣି ଶୁଣି ଶିଖିଛି।ତା ପୁରୁଣା ଫଟୋରେ ସେ ହସୁଥାଏ ,ଭଲ ଦିଶେ ..... ଏବେ ଲାଗେ ଯେମିତି ଗୋଟେ ଡ୍ରାଏ ଲିଫ୍ ।

ସେଦିନ ଆମ ଗଳି ପାଖ ସ୍ଲମର ପିଲେ ଖୁସିରେ ଚକ ଗଡେଇ ଗଡେଇ ହାପି ଗେମ୍ ଖେଳୁଥିଲେ ।ସ୍ମାଇଲସ ଆର ସୋ ବିଉଟିଫୁଲ ।ମୋର ବି ଇଛ୍ଛା ହଉଥିଲା ତାଙ୍କ ସହ ଦଉଡିବାକୁ ।ମାମା କୁ ପଚାରିଲି, " ମାମା, ତାଙ୍କର ସାର୍ଟ, ସୁ, ଟ୍ରାଏସ୍କୁଟର କିଛି ନାହିଁ ହା ଓ ଦେ ଆର ସୋ ହାପି? "ମାମା କହିଲା ସବୁବେଳେ ମାନେ ନାହିଁ ବାବା, ଦୋକାନର କାଚ ପଛର ବାର୍ବୀ ମାନେ ହିଁ ଦୁନିଆର ସବୁଠୁ ସୁଖୀ! ଯାହା ଦିଶେ ତାହା ସବୁବେଳେ ସତ ନୁହେଁ ।ନେପଥ୍ଯରେ ଘଟୁଥାଏ ଅନେକ ଯନ୍ତ୍ରଣା ସୁନାକାନ୍ଥ ପଛରେ ବି ।" ଏମିତି ଅଦ୍ଭୁତ ଆନସର୍ କରେ ବୋଲି ମୁଁ ତାକୁ କିଛି ପଚାରେନି ।


ସେଦିନ ତଳ ଘର ସୁହାନୀ ଘର_ଘର ଖେଳୁ ଖେଳୁ ପଚାରିଲା, " ଏ ସ୍ମୟଙ୍କ୍ ତୋର ପାପା କୋଉଠି ଥାନ୍ତି? ତୁ ତ ଜାଣିନୁ ପାପା କେମିତି ସୋ ଘର_ ଘର ଖେଳରେ ତୁ କଣ ହବୁ ? "


ମୁଁ କହିଲି, ମୋ ପାପା ଆଉଟ୍ ଅଫ୍ ଷ୍ଟେସନ୍, ହି ୱିଲ୍ ବ୍ଯାକ୍ ସୁନ୍ ।ମୁଁ ଜାଣୁଥିଲି ମୁଁ ନିଜକୁ ବୋଧ ଦେଉଛି ମିଛ କହି ।ମାମା ବି ବେଞ୍ଚରୁ ଉଠି ଭିତରକୁ ଚାଲିଗଲା ମୋ ଉତ୍ତର ଶୁଣି ଆଉ ପୁଣି ସେ ସାୱାର୍ ସାଉଣ୍ଡ ଆସିଲା ଭିତରୁ ।ଥଣ୍ଡା ହୁଏନି ଏତେ ଓଦା ହେଲେ ତାକୁ ? ମୁଁ ଟିକେ ପାଣିହାତ ହେଲେ ହି ନୋ_ ନୋ କହେ ।


ମତେ ଆଉ ଖେଳିବାକୁ ଇଛ୍ଛା ନଥିଲା, ସୋ ମୁଁ ସିଡି ଗଣି ଗଣି ଫେରିଲି. ..... 


ରାତିରେ ମାମା ପେଟରେ ଆଉଜିଲାରୁ ମାମା ମୋ ମୁହଁ କୁ ସିଧା ଚାହିଁ କହିଲା ," ବି ଷ୍ଟ୍ରଙ୍ଗ ବେଟା, ଫେସ୍ ଦ ଟ୍ରୁଥ୍....... ତୁ ସାନ ହେଲେ ବି ମୁଁ ତ ତତେ ସବୁ କହିସାରିଛି ".... ମୁଁ ବୁଝୁଥିଲି ସେ ସକାଳ କଥା ନେଇ କହୁଛି ।


ମୁଁ ତା ଫିକା ପିଙ୍କ୍ ଲିପ୍ ରେ ଗେଲ୍ହା କରି କହିଲି, ମାମା ନେଷ୍ଟ ଅନୱାର୍ଡ ୱିଲ୍ ସେ ,ଆମ୍ ପ୍ରାଉଡ୍ ଅଫ୍ ମାଇଁ ଷ୍ଟ୍ରଙ୍ଗ ସିଙ୍ଗଲ୍ ମମ୍ ।ସି ଲଭ୍ସ ମି ଅ ଲଟ୍ ।"


ମୁଁ ସ୍ମୟଙ୍କ୍ 

ବୟସ ଆଠ

ଆମ୍ ନଟ୍ ଟିନ୍ ଷ୍ଟିଲ୍ ..... ଆମ୍ ଗ୍ରୋନ୍ ଅପ୍ ଏନଫ୍ ।

ଆମ୍ ଷ୍ଟ୍ରଙ୍ଗ ।

ଆଇ ଲଭ୍ ଅଲ୍ ମମ୍ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy