STORYMIRROR

Snigdharani Panda

Inspirational

3  

Snigdharani Panda

Inspirational

ବାପାଙ୍କ ସ୍ନେହ

ବାପାଙ୍କ ସ୍ନେହ

2 mins
152

ସହରଠାରୁ ଅନେକ ଦୂର ଏକ ନିଘଞ୍ଚ ଜଙ୍ଗଲର ଆଖପାଖରେ ବହୁ ବର୍ଷ ତଳେ ଗଢ଼ି ଉଠିଥିଲା ଗୋଟିଏ ଛୋଟ ଜନବସତି। ଇତି ମଧ୍ୟରେ ତାହା ଗୋଟେ ବଡ଼ ଗାଆଁରେ ପରିଣତ ହୋଇ ଯାଇଛି। ସେ ଗ୍ରାମରେ ଅନେକ ପୁରୁଖା ଲୋକଙ୍କ ସହିତ ଅନ୍ୟମାନେ ବି ରୁହନ୍ତି। ସେ ଗାଆଁର ଜଣେ ବୃଦ୍ଧଙ୍କୁ ସମସ୍ତେ ମୁରବୀ ବୋଲି ମାନନ୍ତି। ଗାଆଁର ଯେକୌଣସି କାମ ପାଇଁ ତାଙ୍କଠାରୁ ପରାମର୍ଶ ନିଅନ୍ତି। ତାଙ୍କର ପରିବାର କହିଲେ ସ୍ତ୍ରୀ, ଦୁଇ ଝିଅ ଓ ଗୋଟିଏ ପୁଅ। ବଡ଼ ଝିଅର ବାହାଘର ବର୍ଷେ-ଦୁଇ ବର୍ଷ ହେବ ସରିଯାଇଛି। ପୁଅଟି ସ୍କୁଲରେ ପଢ଼େ। ସାନ ଝିଅର ପ୍ରାୟ ବିବାହ ବୟସ ହୋଇଥିଲେ ମଧ୍ୟ ଉପଯୁକ୍ତ ବରପାତ୍ରର ଅପେକ୍ଷାରେ ତା'ର ବିବାହ ହୋଇନାହିଁ। ବହୁଜାଗାରୁ ଝିଅ ପାଇଁ ବିବାହ ପ୍ରସ୍ତାବ ଆସୁଥାଏ। କିନ୍ତୁ ଏଯାଏଁ ବାପାଙ୍କର ମନଲାଖି ବରପାତ୍ର ମିଳି ନଥାଏ। ଝିଅର କିନ୍ତୁ ମନ ନଥାଏ ବାହା ହେବା ପାଇଁ। କାରଣ ସେ ଉଚ୍ଚଶିକ୍ଷା କରିବା ପାଇଁ ଚାହୁଁଥାଏ। କିନ୍ତୁ ବାପାଙ୍କର ଯଥେଷ୍ଟ ସମ୍ବଳ ନଥିବାରୁ କିଛି କହି ପାରୁ ନଥାଏ। ହଠାତ୍ ଗୋଟେ ଦିନ ବାପା ଜାଣିବାକୁ ପାଇଲେ କି ତାଙ୍କ ଝିଅ ତାଙ୍କର ଅଜାଣତରେ ଗୋଟିଏ ପୁଅକୁ ବାହାହେବା ପାଇଁ ନିଷ୍ପତ୍ତି ନେଇ ସାରିଛି। ଏକଥା ଶୁଣିବା ପରେ ବାପାଙ୍କ ପାଦତଳୁ ମାଟି ଖସିଗଲା। ଯେଉଁ ଝିଅ କେବେ ବି ତା' ନିଜ ପସନ୍ଦରେ ଡ୍ରେସ୍ ଖଣ୍ଡେ କିଣିନି, କେବେଠାରୁ ନିଜ ଜୀବନର ସବୁଠୁ ବଡ଼ ନିଷ୍ପତ୍ତି ନେଇସାରିଲାଣି; ସେ ବି ସମସ୍ତଙ୍କ ଅଜାଣତରେ। ପିଲାବେଳୁ ବହୁତ ଅଲିଅଳିରେ ବଢ଼େଇଛନ୍ତି ତ, ମନରେ ଯେତେ ରାଗ ଥିଲେ ବି ଝିଅକୁ କିଛି କହି ପାରିଲେନି। ଭାବିଲେ ଝିଅ ମୋର କେବେ କିଛି ମୋତେ ମାଗିନି। ଆଉ ଏବେ ଯଦି ତା' ମନ ପସନ୍ଦରେ ବିବାହ କରିବାକୁ ଚାହୁଁଛି, ତାହେଲେ ତା' ଖୁସିରେ ଆମର ଖୁସି। ଏକଥା ନିଜ ସ୍ତ୍ରୀ ଆଗରେ କହି ବାପା ସାମାନ୍ୟ କାନ୍ଦି ପକେଇଲେ। ମାଆ ଝିଅ ପାଖକୁ ଆସି ସବୁ କଥା ବୁଝି ତାକୁ ବାପାଙ୍କ କଥା କହିଲେ। ଝିଅ ଯେତେବେଳେ ଏକଥା ଜାଣିଲା, ମନେମନେ ବହୁତ ଖୁସି ହେଲା କି ସେ କହିବା ଆଗରୁ ବାପା ତା' ଖୁସିକୁ ହାତରେ ଆଣି ଅଜାଡ଼ି ଦେଉଛନ୍ତି। କିନ୍ତୁ ନିଜ ଉପରେ ଅନେକ ଅଭିମାନ କଲା । କାରଣ ସେ ନିଜ ଅଜାଣତରେ ଏମିତି ଭୁଲ କରିଛି, ଯେଉଁଥିପାଇଁ ତା' ବାପାଙ୍କ ଆଖିରେ ଲୁହ ଆସିଲା। ରାତି ସାରା ନଶୋଇ ବହୁତ କାନ୍ଦିଲା। ବାପାଙ୍କ ସହ କଥା ହେବା ତ ଦୂରର କଥା, ଠିକରେ ଆଖି ମିଶେଇ ପାରୁ ନଥାଏ। ବାପା ତାକୁ ପାଖକୁ ଡାକି କହିଲେ କି ସବୁବେଳେ ଗୋଟେ କଥା ମନେରଖିବୁ; ଏମିତି କିଛି କରିବୁନି, ଯାହାପାଇଁ ଲାଜରେ ତୋ ମୁଣ୍ଡ ତଳକୁ ହୋଇଯିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational