STORYMIRROR

Snigdharani Panda

Children Stories

3  

Snigdharani Panda

Children Stories

କଥା କୁହା ଗଛ ଓ ମଲା ନଈ କାହାଣୀ

କଥା କୁହା ଗଛ ଓ ମଲା ନଈ କାହାଣୀ

1 min
229

‌‌‌ ଆମ ଗାଁରେ ନଈଟିଏ ଥିଲା। ନାଁଟି ତା'ର ମଲା ନଈ। ସେ ନଈଟି ବହୁତ ଧୀରେ ଧୀରେ ବହୁଥାଏ। ସେଥିପାଇଁ ଲୋକମାନେ ତା' ନାଁ ଦେଇଥିଲେ ମଲା ନଈ। ସେଇ ନଈ କୂଳରେ ଥିଲା ଗୋଟିଏ ବୃହତକାୟ ଗଛ। ସେ ଗଛଟି କୁଆଡ଼େ ମଣିଷଙ୍କ ପରି କଥା କୁହେ। ସବୁଦିନ ସେ କଥା କୁହା ଗଛଟି ମଲା ନଈ ସହ କଥା ହୁଏ। ନଈ ବି ତା'ର ମଧୁର ଜଳରାଶିରେ ସବୁଦିନ କଥା କୁହା ଗଛର ପଦଧୌତ କରିଦିଏ। ଆଉ ବେଳେ ବେଳେ ମଲା ନଈ ତା'ର ଗଭୀର ଜଳରେ କଥା କୁହା ଗଛକୁ ବୁଡ଼େଇ ତା' ସହ ମଜା‌ କରେ। ହଠାତ୍ ଦିନେ ମଲା ନଈ କୁଆଡ଼େ ବହିଗଲା ଯେ ଆଉ କଥା କୁହା ଗଛ ପାଖକୁ ଫେରିଲାନି। ଗଛ କିନ୍ତୁ ମନରେ ଆଶା ବାନ୍ଧି ଥାଏ ଯେ ନଈ ତା' ପାଖକୁ ଦିନେ ନା ଦିନେ ଫେରିବ। ହେଲେ ସେ ଜାଣି ପାରୁ ନଥାଏ କି ମଲା ନଈଟି ଆଜି ସତରେ ମରିଯାଇଛି। ନଈର ବାଟ ଚାହିଁ ଚାହିଁ ଶେଷରେ କଥା କୁହା ଗଛଟି ସବୁଦିନ ପାଇଁ ଚୁପ୍ ହେଇଗଲା। ନଈ ବି ମରିଗଲା ଆଉ ଗଛ‌‌ ବି ଶୁଖିଗଲା। ରହିଗଲା ତ ଖାଲି କଥା କୁହା ଗଛ ଓ ମଲା ନଈ କାହାଣୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍