STORYMIRROR

Dr.sudhamayee Behura

Inspirational

3  

Dr.sudhamayee Behura

Inspirational

ବାପା ଓ ଅତୀତ

ବାପା ଓ ଅତୀତ

1 min
162

ବାପା , ବଡ କ୍ଷୁଦ୍ର କିନ୍ତୁ ଗମ୍ଭୀର ଓ ତାତ୍ପର୍ଯ୍ୟ ଭରା ଶବ୍ଦଟିଏ। ମୋ ପିଲାବେଳୁ ଆଜିଯାଏ ମୋ ସଂଘର୍ଷପୂର୍ଣ୍ଣ ରାସ୍ତାର ସାଥୀ, ଦାର୍ଶନିକ, ଶିକ୍ଷକ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜିବି ମନେପଡେ ସେଦିନ ଯେବେ ମୁଁ ଜନ୍ମ ନେଲି କେତେକ ସମ୍ପର୍କୀୟ ହସି କି ଅଟ୍ଟହାସ୍ୟକରି ଶୁଭେଛା ଜଣାଇ ଥିଲେ କାଳେ ମୋ ବାପାଙ୍କୁ ଯେ ପୁଣି ଝିଅଟିଏ ହୋଇଛି ବୋଲି। ମୁଁ ଥିଲି ଦ୍ୱିତୀୟ କନ୍ୟା ସନ୍ତାନ ସେତେବେଳର ରକ୍ଷଣଶୀଳ ସମାଜରେ । ତଥାପି ବାପା ମୋର ହାରି ଯାଇ ନଥିଲେ। ସଂଘର୍ଷ ଜାରି ରଖିଥିଲେ ଆମ ଦୁଇ ଭଉଣୀଙ୍କୁ ମଣିଷ କରିବା ପାଇଁ। ବୋଉ ମଧ୍ୟ ସମତାଳ ଭାବେ ବାପାଙ୍କୁ ସହଯୋଗ କରେ। ବେସ୍ ଆଗେଇ ଚାଲେ ଆମ ସୁଖ ର ଘର। ହଠାତ୍ ଦିନେ ଦୁଃଖର ବାଦଲ ଘୋଟି ଆସିଲା ଆମ ଘର ଉପରେ।ଗୋଟେ ଦୁର୍ଘଟଣା ରେ ମୋ ବଡ଼ ଭଉଣୀକି ଈଶ୍ୱର ଛଡେଇନେଲେ ଆମାପଖରୁ। ତାପରେ ବାପା ଆମର ଭାଙ୍ଗିପଡିଲେ। ବାପା ଓ ମା ଦୁହେଁ ସେ ଦୁଃଖକୁ ଭୂଳିନପରି ଗୁମୁରି ଗୁମୁରି କାନ୍ଦୁଥିବାର ସବୁବେଳେ ଦେଖେ। ଈଶ୍ୱର ଏମିତି ଦଣ୍ଡ କୋଉ ବାପା, ମା ଙ୍କୁ ନଦିଅନ୍ତୁ । ତାପରେ ମୁଁ ଏକୁଟିଆ ହେଇଗଲି। ଆଜିପର୍ଯନ୍ତ ଜୀବନ ରାସ୍ତାରେ ଯେଉଁଠି ଟିକେ ବି ଝୁନ୍ତିଯାଏ ବାପାଙ୍କୁ ହିଁ ଜଣାଇବା ମାତ୍ରେ ବାପା ଚୁଟକିରେ ସମାଧାନ କରିବାକୁ ଆଗେଇ ଆସିଛନ୍ତି କେବେବି ପଛକୁ ନ ହଟି। ଈଶ୍ୱର ଦୁନିଆର ସବୁ ବାପା ମା ମାନଙ୍କୁ ଦୀର୍ଘାୟୁ କରନ୍ତୁ। ଏତିକି କାମନା ମୋର ଆଜିର ଏ ପବିତ୍ର ଦିବସରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Dr.sudhamayee Behura

ମେଘ

ମେଘ

1 min ପଢ଼ନ୍ତୁ

ଦରମା

ଦରମା

1 min ପଢ଼ନ୍ତୁ

Similar oriya story from Inspirational