STORYMIRROR

Dr.sudhamayee Behura

Others

4  

Dr.sudhamayee Behura

Others

ମେଘ

ମେଘ

1 min
174

କାହିଁକି କେଜାଣି ଆଜି ଆକାଶରେ ଘୋଟିଆସିଥିବ କଳାହାଣ୍ଡିଆ ମେଘ ଅସରାକୁ ଆଖି ଆଗରେ ଆକାଶର ବକ୍ଷରେ ଦେଖି ଅଟକିଗଲି ଘଡ଼ିଏ ଘର ବାରଣ୍ଡାରେ। ଭାବିଲି ଆରେ ପିଲାଦିନେ ଏଇ ଆକାଶକୁ ମୁଁ ଏତେ ନିଜର ଭାବୁଥିଲି ଯେ ଟିକେ ବି ଅବସର ସମୟ ପାଇଲେ ସବୁ ଛାଡ଼ି ଘାଏ କରି ଛାତ ଉପରକୁ ଦୌଡ଼ି ଆସୁଥିଲି ।ଏକା ଏକା ବସି ବସି ତାର ସୌନ୍ଦର୍ଯ୍ୟକୁ ଉପୋଭୋଗ କରୁଥିଲି। ଏକା ଏକା କେତେକଣ ଗୁଣୁଗୁଣୁ ହୋଇ ଗପୁଥିଲି ଆକାଶକୁ ଚାହିଁ ଆଉ ଆଜି ମୁଁ କଣ ସତରେ ଏତେ ବଡ଼ ହେଇଗଲିନି ଯେ ମୋ ପିଲାଦିନର ସେଇ ଆକାଶର ପରିବର୍ତ୍ତନ, କ୍ଷୋଭ କୁ ଆଡ ଆଖିରେ ଚାହିଁବାକୁ ବି ମୋ ପାଖରେ ସମୟ ନାହିଁ। ଖୁବ୍ ଅଟ୍ଟହାସ୍ୟ କରୁଥିଲା ଦୂରରୁ ସେଇ ମେଘଘେରା ଆକାଶ ମୋତେ, ମୋର ୟେ ଅବସ୍ଥା ଦେଖି। କାହିଁକି କେଜାଣି ହଠାତ୍ ମୋ ଶୂନ୍ୟ ହୃଦୟ ଟି ବ୍ୟତିବ୍ୟସ୍ତ ହୋଇ ଉଠିଲା, ଏତେ ଦିନପରର ନିରବତା ପରେ। ଆଜି ମୁଁ ମୋ ଅତୀତକୁ ଅନୁଭବ କରୁଥିଲି ସେଇ କଳାହାଣ୍ଡିଆ ବାଦଲ କୋଳରୁ ଝରିଆସୁଥିବା ରିମଝିମ୍ ବର୍ଷାର ତାଳେ ତାଳେ ଆଉ ଭାବୁଥିଲି ସତରେ ଏଇ ସୁନ୍ଦରତା ଆଗରେ ଧନ, ସମ୍ପଦ, ଗୌରବ, ଗାରିମା, ଲୋଭ, ମୋହ, ସବୁ ଯେମିତି ତୁଚ୍ଛ । ଏଇ ସମୟରେ ହଠାତ୍ ଘର ଭିତରୁ ମୋବାଇଲ ର ରିଙ୍ଗ ଶୁଣି ମୋର ଭାବନା ସେତିକିରେ ଉଭେଇ ଗଲା। ପୁଣି ବ୍ୟସ୍ତ ହୋଇଗଲି ଜୀବନର ପ୍ରତ୍ୟେକଦିନ ର ସେଇ ଜଞ୍ଜାଳ ଭିତରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Dr.sudhamayee Behura

ମେଘ

ମେଘ

1 min ପଢ଼ନ୍ତୁ

ଦରମା

ଦରମା

1 min ପଢ଼ନ୍ତୁ