STORYMIRROR

Dr.sudhamayee Behura

Action

4  

Dr.sudhamayee Behura

Action

ଦରମା

ଦରମା

1 min
210

ମାସର ପ୍ରଥମ ଦିନ। ସମସ୍ତଙ୍କ ମନରେ ଥାଏ ନୂଆ ଉନ୍ମାଦନା। ମାସଟିରେ କିଛି ନୂଆ କରିବାର ଅଭିଳାଷା। ଠିକ୍ ସେମିତି ପ୍ରଥମ ସପ୍ତାହରେ କର୍ମମୟ ଜୀବନରେ ଚାକିରି ସମୟର ଦରମା ଟଙ୍କା ଟିକୁ ସମସ୍ତେ ଚାତକ ପରି ଚାହିଁ ରହିଥାନ୍ତି। ପରିବାର ରେ ସମସ୍ତଙ୍କର କିଛି କିଛି ଯୋଜନା ବି ଆଗରୁ ପ୍ରସ୍ତୁତି ହେଇଥାଏ କାହାର କଣ ଖର୍ଚ୍ଚ ହେବ ଏ ମାସରେ। ଆଉ ଯଦି ଦରମା ଆସିବାଟା ଦିଦିନ ଗଡିଯାଏ, ତେବେ ତ କଥା ସରିଲା କହିଲେ ଜାଣ । ଆଜି ଆମ ଘରେ ସେଇ ପରିସ୍ଥିତି। ଦରମା ଆସିବ ଆସିବ ଭାବି ଆକାଉଣ୍ଟ ଟିକୁ ବାରମ୍ବାର ନଜର ପକାଉଥିଲେ ସ୍ବାମୀ। ସାବିତ୍ରୀ, ରଜ ସମୟ । ଜଲଦି ଜଲଦି ପକେଟ୍ ଟା ଗରମ ହେଲେ ସିନା ପରିବାର କୁ ଖୁସି କରିପାରିବେ ବୋଲି ଭାବୁଥାନ୍ତି ସେ। ବହୁ ପ୍ରତ୍ୟାଶା ର ଅନ୍ତ ଘଟାଇ ଶେଷରେ ମଧ୍ୟ ରାତ୍ରରେ କାର୍ଯ୍ୟାଳୟର ଟଙ୍କା ପୁଳାକ ମୁହଁରେ ଚେନାଏ ହସ ଫୁଟାଇ ଘାଏଁ କରି ପଶିଗଲା ଆକାଉଣ୍ଟ ଭିତରେ। ତାପରେ ସ୍ବାମୀ ଟିକେ ସ୍ମିତହାସ୍ୟ ରେ ଆସି ବସିଲେ ସମସ୍ତଙ୍କ ସହ। ୟେଥିରୁ ବେସ୍ ଅନୁମାନ କରିହେଉଥିଲା ଘରେ ଖୁସିର ଏ ମହୋଲ ର କାରଣ ଟା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Dr.sudhamayee Behura

ମେଘ

ମେଘ

1 min ପଢ଼ନ୍ତୁ

ଦରମା

ଦରମା

1 min ପଢ଼ନ୍ତୁ

Similar oriya story from Action