ବାପା ଜଲ୍ଦି ଘରକୁ ଆସ
ବାପା ଜଲ୍ଦି ଘରକୁ ଆସ


ମୁକେଶ ଏକ ଆଇଟି କମ୍ପାନୀର ଡିରେକଟର , ମାସରେ 15 ଦିନ ବିଦେଶରେ ରୁହନ୍ତି । ଗଲା ମାର୍ଚ୍ଚରେ ଏକ ପ୍ରୋଜେକ୍ଟ କାମରେ ଜାକର୍ତ୍ତା ଯାଇଥିଲେ । ସେଠି 10 ଦିନର କାମ ଥିଲା । କିଛି ଦିନ ପରେ କାରଣ ପାଇଁ ଲକ ଡାଉନ ଆରମ୍ଭ ହେଲା ପୁରା ବିଶ୍ୱରେ । ସେଠୁ କିଛି ଫ୍ଲାଇଟ ଉଡିଲାନି । କଣ କରିବେ ମୁକେଶ ଠିକ କରି ପାରୁ ନଥାନ୍ତି । ହୋଟେଲରେ କେତେଦିନ ବା ରହିବେ । ଘରୁ ସବୁଦିନ ଝିଅ ଓ ସ୍ତ୍ରୀ ମିନା ପଚାରନ୍ତି କେବେ ଆସିବ । ଛୋଟ ଝିଅ କୁହେ ବାପା ଜଲ୍ଦି ଘରକୁ ପଳାଇ ଆସ ବାଟରେ କରୋନା ବାହାରିଛି । ମୁକେଶ ସବୁଦିନ କଥା ହେଲାବେଳେ ତାଙ୍କ ମାଆଙ୍କ କଥା ପଚାରନ୍ତି ଓ ଝିଅ ସାଙ୍ଗରେ ଭିଡିଓ କଲ କରି କଥା ହୁଅନ୍ତି । 15 ଦିନ ପରେ ଲକ ଡାଉନ ଫୁଣି ଥରେ ଆଉ 15 ଦିନ ପାଇଁ ବଢିଗଲା । ମୁକେଶ ଓ ତାଙ୍କ ଘରେ ସବୁ ହତାଶ ହୋଇଗଲେ । ମୁକେଶ ରହୁଥିବା ହୋଟେଲରେ କିଛି ବାହାର ଲୋକ ଆସି ରହିଲେ । ସେଥିରେ କେତେ ଜଣ ଭାରତୀୟ ଥିଲେ । ମୁକେଶ ତାଙ୍କ ସଂଗେ ମିଶି ଖୁସିହେଲେ । ଦୂର ଦେଶରେ କିଛିଟା ଭଲ ସମୟ କଟିବ ବୋଲି ଭାବିଲେ । ଗୋଟେ ଟେବୁଲରେ ବସି ତାଙ୍କ ସଂଗେ ଖାଇଲେ ଓ ପୁରୁଣା ହିନ୍ଦୀ ଗଜଲ ଶୁଣିଲେ ।
ଦି ତିନ ଦିନ ପରେ ଦିନେ ମୁକେଶଙ୍କୁ ଜ୍ୱର ଆସିଲା କିଛି ଟାବଲେଟ ଖାଇ ସେ ଶୋଇପଡିଲେ । ରାତିକୁ ଜ୍ୱର ଛାଡିଗଲା ହେଲେ ତାଙ୍କୁ ବହୁତ ଟାୟାର୍ଡ଼ ଲାଗିଲା ଘରୁ ଆସିଥିବା ଫୋନ ସେ ରିସିଭ କଲେନି । ରାତି 10ଟାରେ ଘରକୁ ଫୋନ କରି ସବୁ କହିଲେ । ତାଙ୍କ ସ୍ତ୍ରୀ ତାଙ୍କୁ ତା ପରଦିନ ଡାକ୍ତରଙ୍କୁ ଦେଖାଇବାକୁ କହିଲେ । ଅଳ୍ପ କିଛି ଖାଇ ସେ ଶୋଇ ପଡିଲେ । ସକାଳୁ ପ୍ରାୟ ଠିକ ଲାଗିଲା ତେଣୁ ସେ ହସ୍ପିଟାଲ ଗଲେନି । ରାତିରେ ଫୁଣି ଜ୍ୱର ଆସିଲା କଣ କରିବେ ଜାଣି ପାରିଲେନି । କିଛି ଟାବଲେଟ ଖାଇଲେ ଘରକୁ କଲ ନ କରି ଶୋଇପଡିଲେ । ତା ପରଦିନ ତାଙ୍କ ଦେହ ଟିକେ ଠିକ ଲାଗିଲା ଘରକୁ ଫୋନ କରି କଥା ହେଲେ ଝିଅର ଅନଲାଇନ କ୍ଲାସ ଚାଲିଥିଲା । ସନ୍ଧ୍ୟାରେ କଥା ହେବାକୁ କହି ଫୋନ ରଖିଲେ ଶ୍ରୀମତୀ । ରଖିବା ଆଗରୁ କହିଲେ କି ଆଜି ଯାଇ ଡାକ୍ତର ଦେଖାଇବାକୁ । ମୁକେଶ ହୋଟେଲ ମ୍ୟାନେଜରଙ୍କୁ ଡାକ୍ତର କଥା ପଚାରିଲେ ସେ କହିଲେ ଏବେ ସମସ୍ତେ କରୋନା ଟ୍ରିଟମେଣ୍ଟରେ ଲାଗିଛନ୍ତି । ବାକି ହସ୍ପିଟାଲ ବନ୍ଦ ଅଛି । ମୁକେଶ କହିଲେ କାଲି ଭଲ ନହେଲେ ଯିବା ।
ସନ୍ଧ୍ୟାରେ ତାଙ୍କୁ ବହୁତ ଜ୍ଵର ଆସିଲା ଠିକ ଏତିକି ବେଳେ ଝିଅର କଲ ଆସିଲା ସେ କଲ ଉଠାଇଲେ କିନ୍ତୁ କଥା ହେବାକୁ ତାଙ୍କର ବାଳ ନଥିଲା 10 ମିନିଟ କଥା ହେବା ଭିତରେ ସେ ଖାଲି ହୁଁ ହଁ... କରୁଥିଲେ । ତା ପରେ ସେ ବେଡ଼ ଉପରେ ପଡିଗଲେ ଓ ଫୋନ ବି ପଡିଗଲା । ମିନା ସେ ହୋଟେଲକୁ ଫୋନ କଲେ ହୋଟେଲ ଷ୍ଟାଫ କବାଟ ବାଡେଇ ବାଡେଇ ଥକିଲା ପରେ କବାଟ ଭାଙ୍ଗି ଭିତରେ ପଶିଲେ ଓ ଦେଖିଲେ ମୁକେଶ ବେଡ଼ ଉପରେ ପଡିଛନ୍ତି ହେଲେ ତାଙ୍କର ପ୍ରାଣ ନାହିଁ । ଡାକ୍ତର ଓ ପୋଲିସ ଆସିଲେ ବଡି଼କୁ ହସ୍ପିଟାଲ ନିଆଗଲା । ଓ ସେଠି ପରେ ମର୍ଚାରୀ ରଖାଗଲା । କେହି ଯିବା ଆସିବାର ବାଟ ନଥିଲା ଜାକର୍ତ୍ତା । ମିନା ଓ ମାଆ କାନ୍ଦି କାନ୍ଦି ବେହୋସ୍ ହୋଇଯାଉଥିଲେ । ଆଫିସର କିଛି ଷ୍ଟାଫ ଓ ପାଖରେ ରହୁଥିବା ଭାଇ ଭାଉଜ ଆସି ପହଁଚିଲେ ହେଲେ ସେମାନଙ୍କୁ ବୁଝାଇବ କିଏ । ଯିଏ ଶୁଣୁଥିଲା ସିଏ କାନ୍ଦି ପକାଉଥିଲା କୁନି ଝିଅ କିଛି ବୁଝି ପାରୁ ନଥିଲା ସେ ସମସ୍ତଙ୍କୁ ପଚାରୁଥିଲା ବାପା କେତେବେଳେ ଆସିବେ ।