ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଅସୁବିଧାରୁ ଶିକ୍ଷା

ଅସୁବିଧାରୁ ଶିକ୍ଷା

2 mins
7.7K


ଶୁଭନାରାୟଣ ଶତପଥୀ


ମାମୁନି ଓ ତା’ର ବାପା ବୋଉଙ୍କୁ ନେଇ ପରିବାର । ମାମୁନି ଭଲ ପାଠ ପଢେ ସିନା ସକାଳୁ ତା’ର ନିଦ ଜମା ଭାଙ୍ଗେନି । ସେଥିପାଇଁ ମାମୁନିକୁ ତା’ର ବାପା , ବୋଉ ସବୁଦିନ ସକାଳୁ ଡାକି ଡାକି ନୟାନ୍ତ । ସ୍କୁଲ୍‌ ବସ୍‌ ଆସିବା ସମୟ ପାଖାପାଖି ହେଲେ ଉଠିପଡ଼େ ମାମୁନି । ତରତର ହୋଇ ନିଜକୁ ପ୍ରସ୍ତୁତ କରି ଦେଇ ସ୍କୁଲ ଚାଲିଯାଏ । ତେବେ ସେ ନିଜର ନିତ୍ୟକର୍ମ ଠିକ୍‌ ଭାବେ ନ କରିବା ଓ ସକାଳୁ ନ ଉଠିବା କାରଣରୁ ବାପା ବୋଉ ଭାରି ବ୍ୟସ୍ତ ।

ସବୁଦିନ ସମାନ ନଥାଏ । ଦିନେ ନ’ଟା ବାଜିବାକୁ ବସିଲାଣି କିନ୍ତୁ କେହି ମାମୁନିକୁ ଡାକୁ ନାହାଁନ୍ତି । ସେ ସେମିତି ଶୋଇଛି । ହଠାତ୍‌ ନିଦ ଭାଙ୍ଗିଗଲା । ମାମୁନି ଦେଖିଲା ଘରେ କାହାର ପାଟିତୁଣ୍ଡ ଶୁଭୁନି । ଅବାକ ହୋଇ ଚାରି ଆଡ଼କୁ ଚାହିଁଲା । ଉଠିବା ପରେ ମୁହଁ ଧୋଇ ବ୍ରସ କରିବାକୁ ଗଲା । ଏତିକିବେଳେ ପଡ଼ିଶା ଘରର ମାଉସୀ ଆସି ମାମୁନିକୁ କହିଲେ , ତୁମ ବାପାଙ୍କ ଦେହ ଖରାପ ହୋଇଛି । ହଠାତ୍‌ ରାତିରେ ସେ ଆମ୍ବୁଲାନସ୍‌ ଯୋଗେ ଡାକ୍ତରଖାନା ଯାଇଛନ୍ତି । ସେଠାରେ ସେ ଏକ ସପ୍ତାହ ରହିବେ ଓ ଚିକିତ୍ସା ପରେ ଘରକୁ ଫେରିବେ । ମାମୁନି ନିଜର ନିଦ ପାଇଁ ପଶ୍ଚାତାପ କଲା । ଏମିତି ଗୋଟିଏ ଅସୁବିଧାରେ ବାପା ଡାକ୍ତରଖାନା ଗଲାବେଳେ ଟିକେ ଉଠିପାରିଲାନି କି ତାଙ୍କୁ ଦେଖା ବି କରିପାରିଲାନି । ବହୁତ ମନଦୁଃଖ କଲା । ପଡ଼ିଶାଘର ମାଉସୀଙ୍କ ଫୋନ୍‌ରେ ବୋଉଙ୍କ ସହ କଥା ହେଲା ମାମୁନି । ବୋଉ କହୁଥାନ୍ତି... ଝିଅ ଠିକ୍‌ ସମୟରେ ଉଠିବୁ । ନିତ୍ୟକର୍ମ ସାରିବୁ । ମାଉସୀ ଯାହା ଦେବେ ଖାଇକରି ପରୀକ୍ଷାକୁ ଯିବୁ । ତାଙ୍କୁ ହଇରାଣ କରିବୁନି । ମନସ୍ଥିର କରି ପରୀକ୍ଷା ଦବୁ ଇତ୍ୟାଦି । ମାମୁନିକୁ ଚିନ୍ତା ଥାଏ ତା’ର ନିଦ ପାଇଁ । ତଥାପି ମନକୁ ଦୃଢ କଲା ଓ ଆତ୍ମବିଶ୍ୱାସ ବଢାଇ ନିଷ୍ପତ୍ତି ନେଲା ମୁଁ କାଲି ଠିକ୍‌ ସମୟରେ ଉଠିବି । ରାତିରେ ମାମୁନି ଶୋଇବାକୁ ଗଲା । ଘଣ୍ଟାରେ ଆଲାର୍ମ ବି ଦେଲା । ତଥାପି ସେଦିନ ରାତିରେ ତିନି ଚାରିଥର ତା’ର ନିଦ ଭାଙ୍ଗିଯାଇଛି । ସକାଳ ହେଲା । ମାମୁନି ଠିକ୍‌ ସମୟରେ ଉଠିଲା ଓ ନିଜର ନିତ୍ୟକର୍ମ ସାରିଲା । ମାଉସୀ ଯାହା ଦେଲେ ଖାଇ ପରୀକ୍ଷା ଦବାକୁ ଗଲା । ସେହି ସପ୍ତାହକ ଭିତରେ ପରୀକ୍ଷା ସରିଲା । ୟାରି ଭିତରେ ମାମୁନି ନିଜପାଇଁ ଖାଦ୍ୟ ପ୍ରସ୍ତୁତ କରିବା , ଜାମାପଟା ସଫା କରିବା , ଘର ସଜାଡ଼ିବା ଇତ୍ୟାଦି ଶିଖିଯାଇଛି ।

ବାପାଙ୍କ ଦେହ ସୁସ୍ଥ ହେବାରୁ ଘରକୁ ଫେରିଲେ । ବାପା ବୋଉ ମାମୁନିର ଚଳଣୀ ଓ ସମୟାନୁବର୍ତ୍ତୀତା ଦେଖି ଭାରି ଖୁସି ହେଲେ ଓ ତା’କୁ ପ୍ରଶଂସା ବି କଲେ । ବୋଉ ୟାର କାରଣ ପଚାରିବାରୁ ମାମୁନି ଉତ୍ତର ଦେଲା , ମଣିଷ ଅସୁବିଧାରେ ପଡ଼ିଲେ ଅନେକ କିଛି ଶିଖି ଥାଏ ଏବଂ ଏହି ଶିକ୍ଷା ତା’ର ଜୀବନରେ ସଫଳତା ପାଇଁ ସହାୟକ ହୋଇଥାଏ । ଏହା ପରଠାରୁ ମାମୁନି ପାଇଁ ବାପା ବୋଉ କେବେ ହଇରାଣ ହୋଇ ନାହାଁନ୍ତି ।


Rate this content
Log in

Similar oriya story from Classics