STORYMIRROR

Narayan chandra Senapati

Inspirational

4  

Narayan chandra Senapati

Inspirational

ଅସଲ ଚାବିକାଠି

ଅସଲ ଚାବିକାଠି

4 mins
659

  ତିନି ତିନିଟା ଜ୍ଞାନୀ ପୁଅର ବାପା ହିସାବରେ ପୀତବାସ ବାବୁ ବେଶ ଆନନ୍ଦିତ ଜୀବନ ଉପଭୋଗ କରୁଥାନ୍ତି।ହେଲେ ତିନି ଜଣଙ୍କର ଜ୍ଞାନ ଆହରଣ କ୍ଷମତା ସ୍ୱତନ୍ତ୍ର ଭିନ୍ନ।ବଡ଼ ପୁଅ ବହୁତ ଭଲ ପାଠ ପଢେ,ହେଲେ ଘୋଷି ଘୋଷି ପାଠ ମୁଖସ୍ଥ କରି ବହୁତ ନମ୍ବର ରଖେ।ମଝିଆ ଟା ବିଚକ୍ଷଣ ବୁଦ୍ଧିମାନ, ମାତ୍ର ପ୍ରଶ୍ନ ଶୁଣୁ ଶୁଣୁ ବା ପଢୁପଢୁ ଆତର୍କିତ ଉତ୍ତର ଦିଏ,ଯଦ୍ୱାରା ପ୍ରାଥମେ ଭୁଲ କରିଦିଏ ମାତ୍ର ପରେ ସବୁ ନିର୍ଭୁଲ କରେ।ସାନଟା କିନ୍ତୁ ଟିକିଏ ଅନ୍ୟ ଦୁଇ ଭାଇଠାରୁ ଅଲଗା।ଯେକୌଣସି ପ୍ରଶ୍ନ ପାଇଲେ ଭଲଭାବେ ବୁଝି ତାର ସଠିକ ଉତ୍ତର ଦେଇଥାଏ।ସେମାନେ ଏବେ ବଡ଼ ହୋଇଗଲେଣି ମାତ୍ର ସେମାନଙ୍କ ଦାୟିତ୍ୱବୋଧ ଉପରେ ବିଶ୍ୱାସ ନାହିଁ ।


  ପୀତବାସ ବାବୁ ଥିଲେ ଜଣେ ଜ୍ଞାନୀ, ଗୁଣୀ ବ୍ୟକ୍ତି,ଅଚଳାଚଳ ସମ୍ପତ୍ତିର ମାଲିକ ମଧ୍ୟ।ବୁଦ୍ଧିମାନ ଓ ବିଚାରବନ୍ତ ଲୋକ ହିସାବରେ ମଧ୍ୟ ଖୁବ୍ ନାଁ ଅଛି।ପାଖାପାଖି ଅଂଚଳର ନ୍ୟାୟ ନିଶାପ,ବିଭିନ୍ନ ଅଭଯୋଗ ବୁଝି ନିର୍ଦ୍ଦ୍ଵନ୍ଦରେ ବିଚାର କରିଥାନ୍ତି ସେ।ସମସ୍ତଙ୍କ ମୁହଁରେ ଗୋଟିଏ କଥା,ପୀତବାସ ବାବୁ ବୃଦ୍ଧ ହୋଇଆସିଲେଣି।ତାଙ୍କ ଅନ୍ତେ ଅଂଚଳର ନ୍ୟାୟ ବିଚାର କିଏ ବୁଝିବ?ଅବଶ୍ୟ ତାଙ୍କ ପୁଅମାନେ ଜ୍ଞାନୀ ହେଲେ ସେମାନେ କଣ ଏସବୁ ପାଇଁ ସମର୍ଥ ହୋଇପାରିବେ?ଏକଥା ତାଙ୍କ କାନରେ ପଡିଲା।ସେ ଭାବିଲେ ତାଙ୍କ ପୁଅଙ୍କ ଭିତରୁ ପ୍ରକୃତରେ କିଏ ଜ୍ଞାନୀ,ବୁଦ୍ଧିମାନ ଓ ବିଚାରବନ୍ତ କଣ ନାହିଁ,ସେ ନିଶ୍ଚୟ ପରୀକ୍ଷା କରି ଜାଣିବେ।ସେଥିପାଇଁ ଏକ ଉପାୟ ସେ ପାଂଚିଲେ।


  ଦିନେ ସନ୍ଧ୍ୟା ସମୟ ଉପନୀତ,ସେ ତିନି ପୁଅଙ୍କୁ ଏକ ବିଶେଷ ବିଷୟରେ ଆଲୋଚନା କରିବାକୁ ଡକାଇ ପଠେଇଲେ।ସେମାନେ ଉପସ୍ଥିତ ହେବାରୁ କହିଲେ,ପିଲାମାନେ ତୁମେ ବହୁତ ଜ୍ଞାନୀ ଏକଥା ସମସ୍ଥଙ୍କୁ ଜଣା।ମୁଁ ବୃଦ୍ଧ ହେଲିଣି ଓ କେତେବେଳେ ବି ଆରପାରିକୁ ଚାଲିଯିବି।ମୋର ଯେତେ ସମ୍ପତ୍ତି ଅଛି ତା ସମ୍ବନ୍ଧରେ ତୁମର ଜ୍ଞାନ ନାହିଁ।ଅନେକ ଲୋକଙ୍କ ମନରେ ସନ୍ଦେହ ଅଛି ଯେ ତୁମେମାନେ ପ୍ରକୃତରେ କଣ ଜ୍ଞାନୀ।କାରଣ ମୋ ଅଚଳାଚଳ ସମ୍ପତ୍ତିର ସୁରକ୍ଷା ଓ ଯତ୍ନ ସେ ହିଁ ନେଇପାରିବ ଯିଏ ଜ୍ଞାନ,ବୁଦ୍ଧି ଓ ବିଚାରରେ ନିପୁଣ ।ତୁମେ ଯଦି ସମ୍ମତି ଜଣାଇବ ତେବେ ମୁଁ କିଛି ପ୍ରଶ୍ନ ପଚାରିବି।ତିନି ଭାଇ ଯାକ ଭାବିଲେ ସେମାନେ ଏତେ ଜ୍ଞାନୀ,ଏମିତି କଣ ପ୍ରଶ୍ନ ଅଛି ଯେ ତା ଉତ୍ତର ଦେଇହେବନି।ସେମାନେ କହିଲେ,ବାପା ଆପଣ ପ୍ରଶ୍ନ ପଚାରନ୍ତୁ,ଆମେ ଉତ୍ତର ଦେବା ପାଇଁ ପ୍ରସ୍ତୁତ ଅଛୁ।


 ପୀତବାସ ବାବୁ ଏଥର ସେମାନଙ୍କୁ ଗୋଟିଏ ଚିତ୍ର ଦେଖାଇଲେ,ଏବଂ ଏ ଚିତ୍ରପଠନ କରି କଣ ବୁଝୁଛ ମୋତେ ଜଣାଅ ବୋଲି କହିଲେ।ଯିଏ ଏହାର ସମ୍ପୂର୍ଣ୍ଣ ନିର୍ଭୁଲ ଉତ୍ତର ଦେବ,ସେ ମୋର ସମସ୍ତ ସମ୍ପତ୍ତିର ଅଧିକାରୀ ହୋଇପାରିବ।


   ବାସ୍ତବରେ ଏ ଚିତ୍ରଟିରେ ଦୁଇଟି ଚାବିକାଠି ରିଂ ରୁ ଅଲଗା ହୋଇ ଦୂରରେ ପଡିଛନ୍ତି।କାଗଜରେ ଏକ ଘର ଚିତ୍ର ଓ ସେଥିରେ ଏକ ତାଲା(ଚାବି)ର ଚିତ୍ର, ତା ପାଖରେ ଦୁଇପାର୍ଶ୍ଵରେ ମୋଟ ତିନିଜଣ ମଣିଷ ଛିଡା ହୋଇଥିବାର ଦୃଶ୍ୟ।


  ତିନିହେଁ ଭଲଭାବେ ଚିତ୍ରକୁ ଦେଖିଲେ ଓ ବୁଝିବାକୁ ଚେଷ୍ଟା କଲେ।ବାପା ପ୍ରଥମେ ବଡ଼ପୁଅକୁ ଉତ୍ତର ଦେବା ପାଇଁ କହିଲେ।ବଡ଼ପୁଅ ସିନା ପାଠକୁ ଘୋଷି ବହୁତ ନମ୍ବର ରଖେ,ହେଲେ କୌଣସି ଜଟିଳ ଜିନିଷକୁ ମସ୍ତିଷ୍କରେ ପୁରାଇ ଵିଶ୍ଲେଷଣ କରି ସଠିକ ଉତ୍ତର ବା ଦେବ କେମିତି?ପୁନଶ୍ଚ ସେ ଭାବିଲା ତା ବାପା ବୋଧେ ପ୍ରଶ୍ନ କରି ଜାଣନ୍ତି ନାହିଁ।ଚିତ୍ର ସିନା ଦେଖାଯାଏ,ପଢ଼ାଯାଏ କି?ସେ କହିଲା ବାପା, ତୁମ ପ୍ରଶ୍ନ ଭୁଲ।ଚିତ୍ର ଦେଖାଯାଏ,ପଢା ଯାଏନା।ଠିକ୍ ଅଛି ଯଦି ପଚାରିଲ,ଉତ୍ତର ମୁଁ ଦେଇଦେଉଛି।ଚାବି ରିଂ,ତା ଚାବିକାଠି,ଗୋଟିଏ ଘରେ ଚାବି ପଡିଛି,ତିନି ଜଣ ସଦସ୍ୟ ଛିଡା ହୋଇଛନ୍ତି ଘର ଭିତରକୁ ଯିବାକୁ।


 ବାପା ଏଥର ମଝିଆ ପୁଅକୁ କହିଲେ ଉତ୍ତର ଦେବାକୁ।ସେତ ଧୈର୍ଯ୍ୟହୀନ,ତୁରୁତୁରିଆ।ସେ କହିଲା,ବାପା ଏ ତିନିଜଣଯାକ ଚାବି ଟା ହଜେଇ ଦେଇଛନ୍ତି,ଘର ଚାବି ପଡିଛି ଚାବି ଖୋଲିଲେ ସିନା ଯିବେ।ତେଣୁ ବ୍ୟସ୍ତ ହୋଇ ଭାବୁଛନ୍ତି କଣ କରିବେ।


  ବାପା ପୀତବାସ ଏ ଦୁଇ ପୁଅଙ୍କ ଉତ୍ତରରେ ଲାଗୁଥାନ୍ତି ଯେମିତି ଅସନ୍ତୁଷ୍ଟ ।ଏଥର ସବା ସାନ ପୁଅକୁ ଉତ୍ତର ଦେବାକୁ କହିଲେ।ସାନପୁଅ ଟିକେ ତାତ୍ତ୍ଵିକ,ପାଠ ସହ ଧର୍ମାନୁଷ୍ଠାନ ଓ ସଭାସମିଟିର ଜ୍ଞାନୀ ଗୁଣୀଙ୍କ ଆଲୋଚନା ଆଗ୍ରହରେ ଶୁଣେ।ତେଣୁ ତା ଉନ୍ନତ ମସ୍ତିଷ୍କରେ ଉତ୍ତର ଦେବାକୁ ଯାଇ କହିଲା,ବାପା ଚିତ୍ରରେ କଣ ବୁଝାଯାଉଛି ଆମେ ବୁଝିପାରିଲେ ତାକୁ କୁହାଯାଏ ଚିତ୍ରପଠନ। ଏହି ଚିତ୍ରର ଅର୍ଥ ବ୍ୟାପକ ଓ ଉପାଦେୟ।ପୃଥିବୀକୁ ଯଦି ଗୋଟିଏ ଛୋଟ ଘର ଧରାଯାଏ,ତେବେ ତା ଭିତରେ ଅସଂଖ୍ୟ ଦୁର୍ଲଭ ଜିନିଷ ପୁରି ରହିଛି,ଯାହାକି ଆମ ପାଇଁ ତାହା ଚାବି ପଡିଥିଲା ଭଳି।ଯେଉଁ ଚାବି କାଠି ରିଂ ଖୋଲି ପଡିଛି,ଚାବି କାଠିବି ପଡିଛି,ଏହା ବୁଝାଉଛି,ଆମେ ଯତ୍ନବାନ ନୁହଁ କି ଆମ ପ୍ରତଭାକୁ ବିକାଶ କରିବାକୁ ଆମେ ହେୟଜ୍ଞାନ କରୁଛୁ ଓ ଏକତା ତଥା ଆନ୍ତରିକତାରୁ ବହୁତ ଦୂରରେ ଅଛୁ ।ପୁନଶ୍ଚ ଏ ମଣିଷ ତିନୋଟି ଖୁଣ୍ଟ ପରି ଛିଡା ହେବା ବୁଝାଏ ଏମାନେ ଉଦ୍ୟମ କି ଶ୍ରମ ଉପରେ ବିଶ୍ୱାସ ନ ରଖି ଭାଗ୍ୟ ଉପରେ ନିର୍ଭରଶୀଳ,ଆଉ ଆତ୍ମ ନିର୍ଭରଶୀଳର ବିପରୀତ ପାର୍ଶ୍ୱରେ।ଆମେ ଯଦି ଯତ୍ନରେ... ଆଗ୍ରହରେ... ଆମ ଜ୍ଞାନ,ବୁଦ୍ଧି,ବିବେକ ରୂପକ ଚାବିକାଠିକୁ ଧୈର୍ଯ୍ୟର ରିଂ ରେ ବିଶ୍ୱାସର ଆଗ୍ରହରେ ବାନ୍ଧି ସେହି ଚାବିକାଠିରେ ଚାବି ଖୋଲିବା ତେବେ ପୃଥିବୀର ଗଚ୍ଛିତ,ଚାବି ପଡି ଥିବା ସମ୍ପଦକୁ ଅକ୍ଳେଶରେ ଲାଭ କରିପାରିବା ଓ ସଫଳତାର ଶୀର୍ଷରେ ପହଁଚିବା।କଥାରେ ପରା ଅଛି ନିଜ ଭାଗ୍ୟ ନିଜ ହାତରେ।


  ପୁଅର ଏ ଚମକପ୍ରଦ ଉତ୍ତରରେ ବାପା ପୀତବାସ ମନ୍ତ୍ରମୁଗ୍ଧ ହେଲେ।ଆନନ୍ଦରେ ଭାଵ ବିହ୍ଵଳ ହୋଇ ଆନନ୍ଦାଶ୍ରୁ ବିଗଳିତ କଲେ ଓ ଉତ୍ଫୁଲ୍ଲିତ ମନରେ ସାନ ପୁଅକୁ କୁଣ୍ଢେଇ ପକାଇଲେ। ଆର ଦୁଇପୁଅ ମୁଣ୍ଡ ତଳକୁ କରି ନିଜର ଭୁଲ ପାଇଁ ଅନୁତପ୍ତ ହେଉଥାନ୍ତି।


  ବାପା ପୀତବାସ କହିଲେ,ତୁମ ମାନଙ୍କର ଜ୍ଞାନ ଉପରେ ସନ୍ଦେହ କରି ଅଂଚଳର କେତେକ ଲୋକ ସନ୍ଦେହର ବୀଜବପନ କରିଥିଲେ,ଆଜି ସେମାନଙ୍କର ଦୃଢ଼ ଜବାବ ଦେଇପାରିଛି ମୋ ସାନ ପୁଅ।ବଚନ ଅନୁସାରେ ମୁଁ ମୋର ସମସ୍ତ ସମ୍ପତ୍ତି ଓ ବିଚାରଦାୟିତ୍ୱ ତାକୁ ହିଁ ଅର୍ପଣ କଲି।ଏବେ ଜଣେ ବିଚାରବନ୍ତ ମଣିଷ ହିସାବରେ ବିଚାର ଓ କର୍ତ୍ତବ୍ୟ ତା'ର।


 ସାନପୁଅ ବାପାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲା,ଦୁଇ ଜ୍ୟେଷ୍ଠ ଭାଇଙ୍କୁ ମଧ୍ୟ ପ୍ରଣିପାତ କଲା।ଏ ସମ୍ପତ୍ତି ଆମ ତିନି ଭାଇଙ୍କର ଓ ମୋ ମତରେ, ବିଚାର ବିଭାଗରେ ମୋ ଜ୍ୟେଷ୍ଠ ଭାଇଦ୍ବୟ ସଦା ମୋ ପାଖରେ ରହି ପରାମର୍ଶ ଓ ସହଯୋଗ କରିବା ପାଇଁ ମୁଁ ନିବେଦନ କଲି ବୋଲି କହିଲେ।ଦୁଇ ଭାଇ ଓ ବାପା ତିନିହେଁ ସାନପୁଅକୁ କୁଣ୍ଢେଇ ପକାଇଲେ ଓ ମହାନତା ପାଇଁ ଧନ୍ୟ ଧନ୍ୟ ବୋଲି କହିଲେ।ଆଉ ମଧ୍ୟ ଗର୍ବରେ ବକ୍ଷ ଫୁଲାଇ ସାନ କୁ କହିଲେ,ତୁ ହେଉଛୁ ଆମ ଆମାରର ଅସଲ ଚାବିକାଠି।



Rate this content
Log in

Similar oriya story from Inspirational