ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଅପ୍ରିୟ ସତ୍ୟ କହିବା ମନା

ଅପ୍ରିୟ ସତ୍ୟ କହିବା ମନା

2 mins
7K


ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

ଅବଧ ଦେଶର ରାଜା ଖୁବ୍ ଦୟାଳୁ ଓ ପରୋପକାରୀ ଥିଲେ l ଥରେ ଗୋଟିଏ ବଣିଆ ରାଜଦରବାରକୁ ନିଜର ତିନୋଟି ଅନ୍ଧ ପିଲା ଧରି ଆସି ପହଞ୍ଚିଲା l ସେ ରାଜାଙ୍କୁ ଏକ ହଜାର ସୁନାମୋହର ଧାର ମାଗିଲା l ସୁନା ମୋହର ବଦଳରେ ସେହି ତିନି ଅନ୍ଧ ପିଲାଙ୍କୁ ରଖି ଛଅମାସ ପରେ ଫେରାଇ ଦେବାକୁ କଥା ଦେଲା l ପ୍ରଥମଟି ଘୋଡ଼ା ଚିହ୍ନିବାରେ,ଦ୍ଵିତୀୟଟି ଧାତୁ ଚିହ୍ନିବାରେ ଆଉ ତୃତୀୟଟି ଅସ୍ତ୍ରଶସ୍ତ୍ର ପରଖିବାରେ ପାରଙ୍ଗମ ଥିଲେ ବୋଲି କହିଲା l ରାଜା ସେହି ତିନି ଅନ୍ଧ ପିଲାଙ୍କୁ ପାଖରେ ରଖିଲେ l

କିଛି ଦିନପରେ ଗୋଟିଏ ଘୋଡ଼ା ବେପାରୀ ନିଜର ଘୋଡ଼ାକୁ ନେଇ ରାଜାଙ୍କୁ ଦେଖାଇଲା l ବଡ଼ ଅନ୍ଧଟି ଘୋଡ଼ା ଦେହରେ ହାତମାରୀ କହିଲା –‘ହଜୁର ! ଏ ଘୋଡ଼ାକୁ କିଣନ୍ତୁ ନାହିଁ l ଏ ଲୋକଟି ଜଣେ ଗଉଡ଼, ସେ ଘୋଡାକୁ ମଇଁଷି କ୍ଷୀର ଦେଇଛି l ରାଜା ସେକଥା ପଚାରିବାରୁ ବେପାରୀଟି ସତ ମାନି ସେଠାରୁ ଚାଲିଗଲା l

ଆଉ ଏକ ଦିନେ ଗୋଟିଏ ଜହୁରୀ ରାଜାଙ୍କୁ କିଛି ମୂଲ୍ୟବାନ୍ ଧାତୁ ଆଣି ବିକିଲା l ରାଜା ମଝିଆଁ ଅନ୍ଧକୂ ତାହା ପରୀକ୍ଷା କରିବାକୁ କହିଲେ l ସେ ସେହି ଧାତୁକୁ ପରୀକ୍ଷା କରି କହିଲା – ‘ ମହାରାଜା ! ଆପଣ ଏ ହିରାକୁ କିଣନ୍ତୁ ନାହିଁ l ଏହା ଯାହା ପାଖରେ ରହିବ,ତା’ର ପରିବାରରୁ କେହି ଜଣେ ମରିଯିବ l ‘’ ଜହୁରୀ ସତକଥା ମାନିଲା ଓ ନିଜର ଭୁଲ ପାଇଁ କ୍ଷମା ମାଗି ସେଠାରୁ ଚାଲିଗଲା l

ଏହାପରେ ଜଣେ ଅସ୍ତ୍ରଶସ୍ତ୍ର ବିକାଳି ରାଜାଙ୍କ ପାଖକୁ ଆସିଲା l ତୃତୀୟ ପୁଅଟି ତାକୁ ଭଲ ଭାବରେ ପରୀକ୍ଷା କରିଦେଲା l ସେ କହିଲା ରାଜା ! ଆପଣ ଏହାକୁ କିଣନ୍ତୁ ନାହିଁ l ଏହି ଲୋକଟି ଗୋଟେ ଠକ l ‘’ କିଛିଦିନ ପରେ ବଣିଆ ଆସି ସୁନାମୋହର ତକ ଫେରାଇ ଦେଇ ନିଜ ପିଲାଙ୍କୁ ନେବାକୁ ଚାହିଁଲା l ରାଜା ତାକୁ ପଚାରିଲେ ତୁମ ପିଲା ତ ଏପରି , ତୁମର କ’ଣ ବିଶେଷ ଗୁଣ ଅଛି ? ସେ କହିଲା – ‘ ମୁଁ ଲୋକଙ୍କୁ ଚିହ୍ନିପାରେ l ‘ ରାଜା କହିଲେ, ‘ ତେବେ ମୋତେ କିପରି ଚିହ୍ନିଛ ?

ବଣିଆ କହିଲା – ‘ ଆପଣ ଜଣେ ଭିନ୍ନମତ ପୋଷଣକାରୀ ବ୍ୟକ୍ତି l ମୋର ଏଇ ତିନି ପିଲାଙ୍କୁ କିଛି ପୁରସ୍କାର ନ ଦେଇ ପ୍ରତି ଥର ସେମାନଙ୍କର ପ୍ରଶଂସା ଗାନ କରିଛନ୍ତି l ଏକଥା ଶୁଣି ରାଜା ରାଗରେ ଜଳିଗଲେ l ସେ ସଙ୍ଗେ ସଙ୍ଗେ ସେହି ବଣିଆ ଓ ତା’ର ପୁଅ ମାନଙ୍କୁ ମାରିଦେଲେ l

ବେତାଳ କହିଲା – ‘’ ରାଜା ! ସେହି ରାଜା ପାପରେ ଭାଗ୍ୟ ହେବେ ନା ନାହିଁ ; କୁହ ! ‘’

ବିକ୍ରମାଦିତ୍ୟ କହିଲେ – ‘ ଏଥିରେ ରାଜଙ୍କର ଟିକେ ହେଲେ ପାପ ହେବ ନାହିଁ l ବଣିଆ ବୁଝି ବିଚାରି କାମ କରିବାର ଥିଲା l ଅପ୍ରିୟସତ୍ୟ କହି ନିଜ ସହିତ ନିଜ ପିଲାଙ୍କର ମୃତ୍ୟୁର କାରଣ ହେଲା l ‘’ ଅପ୍ରିୟ ସତ୍ୟ କହିବା ଅନୁଚିତ୍ ବୋଲି ଶାସ୍ତ୍ରରେ ପରା କୁହାଯାଇଛି l

ବେତାଳ କହିଲା – ‘ ତୁମେ ଠିକ୍ କହିଛ l ଏତିକି କହି ସେ ରାଜାଙ୍କ କାନ୍ଧରୁ ଡେଇଁ ପଡ଼ି ସେହି ଗଛ ଡାଳରେ ଯାଇ ପୂର୍ବପରି ଓହଳି ପଡ଼ିଲା l ‘’


Rate this content
Log in

Similar oriya story from Children