Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Jiban Tripathy

Fantasy


2  

Jiban Tripathy

Fantasy


ଅନଫ୍ରେଣ୍ଡ

ଅନଫ୍ରେଣ୍ଡ

1 min 543 1 min 543


ଆଜି ଦିପହର ଟାରେ ପୁରୁଣା ଡାଏରୀ ଭିତରୁ ପ୍ରେମିକାର ଦିଚାରିଟା ଫଟୋ ଦେଖି ସାରିଲା ପରେ କେତେବେଳେଯେ ମୋ ଆଖିକୁ ଟିକେ ଛାଇ ନିଦ ଲାଗିଯାଇଛି ମୋତେ ଜଣା ନାହିଁ ।


ସେଇ ନିଦ ଭିତରେ ମୁଁ ଗୋଟେ ସ୍ୱପ୍ନ ଦେଖିଲି ଜଣେ ବଡ କବି କେତେ ବଡ ସେତେ ମନେପଡୁନି, ସେ ମୋ ପାଖରେ ଆସି ପହଂଚିଛନ୍ତି । ଗୋଟେ ଆଦେଶ ଆଉ ଧମକ ମିଶା ସ୍ୱରରେ ମୋତେ କହୁଛନ୍ତି ତୁମେ ମୋ ଲେଖା ପଢ଼ି ଲାଇକ କାଇଁ ଦଉନ ! ମୋ ଲେଖାରେ କମେଣ୍ଟ ଦିଅ ମୋ ଲେଖାକୁ ସେୟାର କର । ଆଉ ହଁ ମୋ ନୂଆ ବହି ଏବେ ଆମାଜନରେ ମିଳୁଛି ପଢ଼ିଲା ପରେ ମତାମତଟା ଫେସବୁକରେ ସେୟାର କରିବ । ତମେ ଯଦି ପାଖଲୋକ ହେଇ କିଛି ନକହିବ ତାହେଲେ ମୁଁ ତୁମକୁ ଅନଫ୍ରେଣ୍ଡ କରିଦେବି ।


ସେ ଅଧାବାଟ ଚାଲିଯାଇଥିଲେ ଟିକେ ପଛକୁ ଫେରି ଭାରି ମିଠା ସ୍ୱରରେ କହିଲେ ତମଆଡ଼େ କୋଉ ଅନୁଷ୍ଠାନରୁ ଆମ ପାଇଁ କାଗଜଖଣ୍ଡେ ଆସୁ । ହଉ ଭଲରେ ଥାଅ ଏବେ ନୂଆ ନୂଆ ଝିଅ ଗୁଡା ଭଲ ଲେଖୁଛନ୍ତି ତାଙ୍କ ଲେଖା ଦେଖିବ କେତେ ମାର୍ଜିତ । 


ବଡକବି ବାହାରକୁ ଚାଲିଯାଇଥିଲେ ।ମୋବାଇଲଟା ବାଜି ଉଠିଲା ଆଖି ଖୋଲିଲା ବେଳକୁ ମୁଁ ଖଟ ଉପରେ କବି ନା ଫବି କେହି ନାହାନ୍ତି ପାଖରେ । 


 ଖାଲି ଯାହା ମୋ ମୁଣ୍ଡ ଉପରେ ଘର ଘର ଶବ୍ଦରେ ବୁଲୁଥିଳା କୋଉ କାଳର ପୁରୁଣା ପଙ୍ଖା ।



Rate this content
Log in

More oriya story from Jiban Tripathy

Similar oriya story from Fantasy