STORYMIRROR

kamal kumar dash

Horror Tragedy Classics

3  

kamal kumar dash

Horror Tragedy Classics

ଅନଲାଇନ କ୍ଲାସ

ଅନଲାଇନ କ୍ଲାସ

1 min
121

୨୦୧୯ ଜାନୁଆରୀ , ଗୋଟେ ଇଂଲିଶ ମିଡିୟମ ସ୍କୁଲରେ କାମ କରୁଥିବା ସେଲି ମାଡାମ ତାଙ୍କ ଏମଡି ମାଡାମଙ୍କୁ କହିଲେ , ମାଡାମ..ମୋର ଦେହ ଭଲ ରହୁନି ମୁଁ ଆଉ ସ୍କୁଲକୁ ଆସିପାରିବିନି | ଏମଡି ମାଡାମ ତାଙ୍କୁ କହିଲେ ,ଆପଣ ଆଉ ଜଣେ ମାଡାମଙ୍କୁ ଠିକ କରି ଦିଅନ୍ତୁ ଅପଣଙ୍କ ଜାଗାରେ କାମ କରିବାକୁ | ନୂଆ ମାଡାମ ଆସିଲା ଯାଏଁ ପ୍ଲିଜ ଆପଣ ଆସନ୍ତୁ ଓ କ୍ଲାସ ବି ଅନ୍ୟମାନଙ୍କୁ ଗାଇଡ଼ କରନ୍ତୁ | କିଛି ଦିନ ପରେ ସେଲି ମାଡାମ ରିମା ମାଡାମଙ୍କୁ ତାଙ୍କ ଜାଗାରେ କାମ କରିବାକୁ ସ୍କୁଲ୍ କୁ ନେଇ ଗଲେ | କିଛି ଦିନ ସେଲି ମାଡାମ ଓ ରିମା ମାଡାମ ସବୁଦିନ ସ୍କୁଲକୁ ଆସିଲେ | ରିମା ମାଡାମ କ୍ଲାସ ନେଲା ପରେ ଫ୍ରେବୃଆରି ଶେଷରେ ସେଲି ମାଡାମ ସ୍କୁଲ ଆସିବା ବନ୍ଦ କରିଦେଲେ ଓ ଦରକାର ହେଲେ ମୋ ସାଥିରେ ଫୋନରେ କଥା ହେବେ କହିଗଲେ | ମାର୍ଚ୍ଚରୁ କରୋନା ପାଇଁ ସ୍କୁଲ ବନ୍ଦ ହେଲା | ଜୁନରୁ ଅନଲାଇନ କ୍ଲାସ ଆରମ୍ଭ ହେଲା ରିମା ମାଡାମ କିଛି ଦିନ କ୍ଲାସ କଲା ପରେ ଆଉ କ୍ଲାସ କରି ପାରିଲେନି କାରଣ, ତାଙ୍କ ପତିଙ୍କୁ କରୋନା ହୋଇଯାଇଥିଲା ଓ ସେ ହସ୍ପିଟାଲରେ ଥିଲେ | ହସ୍ପିଟାଲ ଓ ଘରର ଟେନସନରେ କ୍ଲାସ କରିବା ସମ୍ଭବ ହେଲାନି | କିଛି ଦିନ ପରେ ଦିନେ ସନ୍ଧ୍ୟାରେ ରିମା ମାଡାମ ସେଲି ମାଡାମଙ୍କୁ ଫୋନ୍ ରେ କାନ୍ଦି କାନ୍ଦି କହିଲେ ତାଙ୍କ ପତି କରୋନାରେ ଚାଲିଗଲେ , ସେ ସେଲି ମାଡାମଙ୍କୁ ଅନଲାଇନ କ୍ଲାସ କରିବାକୁ ଅନୁରୋଧ କଲେ | ବହୁତ କମ ପିଲା ଅନଲାଇନ କ୍ଲାସ କରୁଥିଲେ ତେଣୁ ସେଲି ମାଡାମ ରାଜି ହୋଇଗଲେ ଓ ସ୍କୁଲରୁ ବହି ପତ୍ର ମଗାଇ କ୍ଲାସ କରିବା ଆରମ୍ଭ କଲେ |


Rate this content
Log in

Similar oriya story from Horror