The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Dr Jharana Satapathy

Tragedy

4.0  

Dr Jharana Satapathy

Tragedy

ଅନ୍ଧୁଣୀ ଦୀପା

ଅନ୍ଧୁଣୀ ଦୀପା

3 mins
186


ଦୀପାବଳୀ ଦିନ ଜନ୍ମହୋଇଥିବା ଲାଗି ମାଆ ବାପା ନାମଟି ଦେଇଥିଲେ ଦୀପା । ଦୀପା ଜନମ ହୋଇଥିଲା ସତ କିନ୍ତୁ ଏକ ଅନ୍ଧୁଣୀ ହୋଇ ।ପିଲାଟି ଦିନରୁ ଦେଖିନାହିଁ ଦୁନିଆ କେମିତି।ଦୁନିଆର ରଙ୍ଗ କିଭଳି ଜାଣିନାହିଁ।ଦୃଷ୍ଟିଶକ୍ତି ନ ଥିଲେ ମଧ୍ୟଅକ୍ଷମ ବୋଲି କେବେ ବିଚାର କରିନାହିଁ ଦୀପା।ଅନ୍ଧୁଣି ହେଲେ କଣ ହେଲା ସର୍ବଗୁଣସଂପର୍ଣ୍ଣା ଥିଲା ଦୀପା।ବାପା ମାଆ ଚାହୁଁଥିଲେ ଦୀପାର ଆଖିଅପରେସନ କରି ଠିକ୍ କରିବାକୁ କିନ୍ତୁ ବାଧକ ସାଜିଥିଲା ଅର୍ଥ। ବାପା ମାଆ ଦୁଇଜଣଙ୍କର ପେଶା ମାଟିରେ ବିଭିନ୍ନ ଦୀପମାନ ଗଢିବା ଏବଂ ତାକୁ ବଜାରରେ ବିକ୍ରିକରିବା।ଦୀପାର ଆଖିଦୁଇଟି ନଥିବା ସର୍ତେ ସେ ତାର ବାପାମାଆଙ୍କୁ ସବୁବେଳେ ଏହି କାମରେ ସାହାର୍ଯ୍ୟକରେ।ନିଜ ହାତରେ ସେ ସୁନ୍ଦର ସୁନ୍ଦର ମାଟିଦୀପ ମାନ ବିଭିନ୍ନ କିସମର ଗଢିଦିଏ।ଏବଂ ତାକୁ ନାନା ଚିତ୍ରବିଚିତ୍ରରେ ସଜାଇଦିଏ।ତାପରେ ସେଗୁଡିକୁ ନେଇ ମନ୍ଦିର ପ୍ରାଗଣରେ ବସିଯାଏ ବିକ୍ରିକରିବାକୁ।ଯାହା ପଇସା ମିଳେ ତା ମାଆ ହାତରେ ସେ ଧରାଇଦିଏ। ତା ମାଆ ଦିନେ କୌଣସି କାରଣରୁ ଅସୁସ୍ଥ ହୋଇପଡିଲା ଚିର ଦିନ ପାଇଁ ଆଖି ବୁଜିଦେଲା।ଫଳରେ ବାପା ନିଜ ଭାରସାମ୍ୟ ହରାଇ ମଦ ପିଇଵା ଆରମ୍ଭ କଲା ।ଯାହା ପଇସା ଦୀପା ଦୀପ ବିକ୍ରିକରି ପାଏ ସେ ପଇସା ତକ ଛଡାଇ ନେଇ ମଦପିଇଦିଏ ତା ବାପା।ମଦ ପିଇ ପିଇ ତା ଵାପାର କଲିଜା କଣା ହୋଇଗଲା। ଦୀପା ସବୁବେଳେ ଭାବେ ବାପା ଦିନେ ନା ଦିନେ ମଦ ଛାଡି ଦେଵେ ଏବଂ ଭଲ ମଣିଷଟିଏ ହେବେ । ନିତି ଦୀପା ଜଗନ୍ନାଥ ମନ୍ଦିରରେ ସକାଳେ ଏବଂ ସନ୍ଧ୍ୟାରେ ବସି ଦୀପ ବିକ୍ରି କରି କିଛି ପଇସା ରୋଜଗାର କରେ। ଆଖି ନଥାଇ ମଧ୍ୟ ଦୀପା  ଯିଏ ଯାହା ପଇସା ଦିଅନ୍ତି ଦୀପ କିଣିଲାଵେଳେ ତାକୁ ଦୁଇ ଆଙ୍ଗୁଳିରେ ଘସି ଯାଣିଦିଏ ତାହା କେତେଟଙ୍କା।ଯେତେ ଟଙ୍କା ଦୀପର ସେତିକି ନିଏ ଏବଂ ବାକିତକ ଫେରାଇଦିଏ।ଜଗନ୍ନାଥଙ୍କ ଆଳତି ସମୟରେ ସମସ୍ତେ ଠିଆ ହୋଇ ଠାକୁରଙ୍କୁ ଡାକିଲାବେଳେ ସିଏ ମଧ୍ୟ ଡାକିଦିଏ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।ଯେମିତିକି ସିଏ କାଳିଆ ସାଆନ୍ତକୁ ନିଜ ଆଖିରେ ଦେଖିପାରୁଛି। ଆଗକୁ ଦୀପାବଳୀ ଥିବା ଯୋଗୁ ଦୀପା ମନଟି ଭାରି ଖୁସିଥାଏ ତା ଦୀପ ସବୁ ବିକ୍ରିକରିଦେବ ଏବଂ ଅଧିକ ପଇସା ମଧ୍ୟ ମିଳିବ।ସେ ସେହି ପଇସାରେ ତା ବାପାଙ୍କୁ ଭଲ ଡାକ୍ତରଙ୍କୁ ଦେଖାଇବ। ଆଲୋକର ପର୍ବ ଦୀପାବଳୀରେ ସମସ୍ତେ ଆଲୋକ ଜାଳି ବ୍ୟସ୍ତ ଥିବାବେଳେ ବେଳେ ସେ ଦିନ କାହିଁକି କେଜାଣି ମନ ଦୁଃଖ କରି ଦୀପା  କାନ୍ଦି କାନ୍ଦି ଡାକୁଥାଏ କାଳିଆକୁ।କାରଣ ସେ ଦେଖି ପାରୁନଥିଲା କେମିତି ଦିଶୁଛି ଦୀପର ଆଲୋକ ।ଏମିତି ସାରା ରାତି ସେହି ମନ୍ଦିର ପ୍ରାଗଣରେ ରହିଗଲା ଦୀପା ମନଦୁଃଖ କରି। 

-----"ଏ ଅନ୍ଧୁଣୀକୁ କାହିଁକି ଜନ୍ମକଲ ପ୍ରଭୁ ଏହି ଆଲୋକର ପର୍ବରେ।ଦିନ ରାତି ସବୁ ଯାହା ପାଖରେ ସମାନ। ଏ ସୁନ୍ଦର ଦୁନିଆଁ କୁ ଜୀବନ କାଳ ଭିତରେ ଭଲରେ ଦେଖି ପାରିନାହିଁ ।ଦୁନିଆଁ କୁ ଉପଭୋଗ କରିବାକୁ ଦିଅନ୍ତୁ ପ୍ରଭୁ , ଏ ସୁନ୍ଦର ପ୍ରକୃତି କୁ ଦେଖିବାକୁ ଦିଅନ୍ତୁ"। "କାନ୍ଦି କାନ୍ଦି ଠାକୁରଙ୍କୁ ଡାକୁଥାଏ ବାପା କାହିଁକି ଏପରି ବୁଦ୍ଧି ଧରିଲେ।ତାଙ୍କୁ ଭଲ ରାସ୍ତା ଦେଖାଅ।ଏ ଅନ୍ଧଣିକୁ ଜନ୍ମ କରିଛ ଯିଏ ଜୀବନକାଳ ଭିତରେ କିଛି କରିପାରିଲା ନାହିଁ।କାଳିଆ ତୋର ଲୀଳା ବଡ ଅପୂର୍ବ।ଦିନା ନା ଦିନେ ତୁ ଏ ଅନ୍ଧୁଣୀର ଦୁଃଖ ଶୁଣିବୁ।ତୁତ ଜଗତକୁ ଦେଖିପାରୁଛୁ।କିନ୍ତୁ ଏ ଅନ୍ଧୁଣୀ ଜଣେ ହେଲେ କାହାକୁ ଦେଖିପାରୁନାହିଁ"। କିନ୍ତୁ ସେହି ଦୀପାବଳୀ ରାତି ଅନ୍ୟ ରାତିଠୁ ଅଲଗାଥିଲା।ରାତି ବାରଟା ପରେ ଠାକୁର ପୂଜାରି ମନ୍ଦିରର ସବୁ କବାଟ ବନ୍ଦବାନ୍ଦ କରି ନିଜ ଘରକୁ ଚାଲିଗଲା।ଦୀପାକୁ ମଧ୍ୟ ସେଠୁ ଚାଲିଯିବାକୁ କହିଥିଲା।କିନ୍ତୁ ଦୀପା ଘରକୁ ନ ଯାଇ ମନ୍ଦିର ବାରଣ୍ଡାରେ ଏମିତି ପଡିରହିଥିଲା ।ସେହି ଦୀପାବଳୀ ରାତିରେ ବାଣ ଫୁଟା ସରିଲାପରେ କିଛି ଦୁର୍ବୁତ ମନ୍ଦିର ହୁଣ୍ଡିରୁ ପଇସାତକ ଚୋରାଇ ବାକୁ ଯୋଜନାକରୁଥିଲେ। କିଛି ଦୁର୍ବୁତ ମନ୍ଦିର ଭିତରକୁ ପ୍ରବେଶ କଲେ।ମନ୍ଦିରଟି ଶୂନଶାନ ଥାଏ।ଆସ୍ତେ ଆସ୍ତେ କରି ମନ୍ଦିରର ଦାନ ହୁଣ୍ଡି ଭାଙ୍ଗିଲା ବେଳକୁ ଦୀପା ଜାଣିଦେଲା।କେହି ମନ୍ଦିର ହୁଣ୍ଡି ଭାଙ୍ଗୁଛନ୍ତି।ସେ କିଛି ଦେଖି ପାରୁନଥିଲା।କିନ୍ତୁ କାନଦୁଇଟି ପ୍ରଖର ଥିଲା। ସଙ୍ଗେ ସଙ୍ଗେ ସେ ଯୋରରେ ପାଟିକଲା ଚୋର ଚୋର ଧର ଧର।କିଏ କେଉଁଠେ ଅଛ ଦୌଡିଆସ ଏ ଚୋରକୁ ଧର।ମନ୍ଦିରକୁ ଲାଗି ଛୋଟିଆ ଚାଳ ଘରେ ପୂଜାରି ନନା ଶୋଇଥାନ୍ତି।ଦୀପାର ପାଟି ଶୁଣି ଗୋଟିଏ ଠେଙ୍ଗା ଧରି ଦୌଡି ଆସିଲେ ମନ୍ଦିର ଭିତରକୁ।କିଛି ବ୍ୟକ୍ତି ପାହାନ୍ତିଆ ଚାରିଟା ବାଜିଲାଣି ବୋଲି ପ୍ରାତଃ ଭ୍ରମଣରେ ବୁଲୁଥାନ୍ତି।ପୂଜାରି ନନାଙ୍କ ଏବଂ ଦୀପାର ପାଟିଶୁଣି ସେମାନେ ସବୁ ଦୌଡି ଆସିଲେ ମନ୍ଦିର ଭିତରକୁ।ଚୋରକୁ କାବୁ କରି ତାକୁ ଉତ୍ତମ ମଧ୍ୟମ ଦେଲେ।ନିର୍ଧୁମ ଛେଚିଲେ।ସମସ୍ତେ ଦୀପାକୁ ପ୍ରଶଂସା ମଧ୍ୟ କଲେ।ବିଚାରିଟାର ଆଖି ନ ଥାଇ ମଧ୍ୟ ସେ ସବୁ ଜାଣିପାରିଲା। ମନ୍ଦିର କମିଟିର ସଦସ୍ୟମାନେ ନିଷ୍ପତ୍ତିନେଲେ ମନ୍ଦିରକୁ ମିଳିଥିବା ଦାନହୁଣ୍ଡି ଟଙ୍କାରେ ଦୀପାର ଆଖି ଅପରେସନ୍ କରାଇବା।ଦୀପା ଏହା ଜାଣି ଵହୁତ ଖୁସି ହୋଇ ଯାଇଥିଲା । ମନ୍ଦିରର କମିଟି ସଦସ୍ୟଙ୍କ ସହାୟତାରେ ଦୀପାର ଭଲ ଏକଡାକ୍ତରଖାନାରେ ଆଖି ଅପରେସନ କରାଗଲା।ଦୀପାର ଆଖି ଅପରେସନ କରାଇ ପ୍ରଥମେ କାହାକୁ ଦେଖିବାକୁ ଚାହୁଁଛ ଡକ୍ଟର ପଚାରିଥିଲେ।ଦୀପାର ମୁହଁରୁ ବାହାରି ଥିଲା ସେହି ମାଟିଦୀପକୁ। ଯାହାକୁ ଗଢିଛି ସେ ନିଜ ହାତରେ।ସେ ମାଟି ଦୀପଟିକୁ ଧରି ସ୍ବହସ୍ତରେ ଦୀପା ବହ୍ନି ପ୍ରଜ୍ବଳିତ କରିଥିଲା।ସେହି ଆଲୋକକୁ ଦେଖି ହତବାକ୍ ହୋଇ ରହିଯାଇଥିଲା ଦୀପା କେହି ମୁହୂର୍ତ୍ତ ।ମନକୁ ମନେ ଭାବୁଥାଏ ଗୋଟିଏ ଦୀପର ଆଲୋକ ଯଦି ଏତିକି ଆଲୋକିତ କରୁଛି ତାହାହେଲେ ମୋର ସେହି ସହ ସହ ଦୀପ କେତିକି ଆଲୋକ ପ୍ରଦାନ କରୁନଥିବ।


Rate this content
Log in

Similar oriya story from Tragedy