ଅଲେଖ ଶରଣମ
ଅଲେଖ ଶରଣମ
ହୀରାକୁଦ, ସମ୍ବଲପୁର
ଅଲେଖ ଅରୂପ ଶୂନ୍ୟ ନିତ୍ୟ ଶୁଦ୍ଧ
ଆହେ ପ୍ରଭୁ ନିରଞ୍ଜନ
ଅଣାକାର ରୂପୀ ନିରାକାର ପ୍ରଭୁ
ପରମାତ୍ମା ହେ ନିର୍ଗୁଣ l
ମହିମା ଗୋସାଇଁ ଗୁରୁ ବ୍ରହ୍ମ ତୁମେ
ତୁମ ମହିମା ଅପାର
ଆହେ ପରଂବ୍ରହ୍ମ ଶୁଦ୍ଧ ସନାତନ
ତୁମ ସ୍ୱୟଂ ଅଣାକାର l
ଅନନ୍ତ କୋଟିର ବ୍ରହ୍ମlଣ୍ଡ ନାୟକ
ଶ୍ରୀ ଭଗବତ ପୁରୁଷ
ବିଶ୍ୱ ଶାନ୍ତି ପାଇଁ କରୁଣାର ବାରି
ଦିଅ ପରମ ପିୟୁଷ l
ଦୁଖୀ ଦୁଃଖ ନାଶ ନବଘନ ଶ୍ୟାମ
&nb
sp; ଶୁଭ୍ର ରୂପୀ ବ୍ରହ୍ମ ଜ୍ୟୋତି
ପ୍ରେମ ଭାବ ବହି ବିଶ୍ୱ ପାପ ନାଶ
ତ୍ରିପୁର ଜଗତ ପତି l
ଅଲେଖ ଅନନ୍ତ ନିଷ୍କାମ ଦେବତା
ସ୍ୱର୍ଗ ଦେବେ ଅଗୋଚର
ଭୟାବହ ବ୍ୟାଧି ଦହନ କରୁଛି
ଜଗତ କର ଉଦ୍ଧାର l
ପଦ୍ମ ପତ୍ର ଜଳ ଯେପରି ତରଳ
ଟଳ ମଳ ହେଉଥାଏ
ମାନବ ଜୀବନ କ୍ଷଣେ ଲବେ ଲେଶେ
ସଜ୍ଜନଙ୍କ ସଙ୍ଗୀ ହୁଏ l
ଶରଣ ଶରଣ ଅଲେଖ ଶରଣ
ବିଭୁ ସତ୍ୟ ସାନାତନ
ଭକ୍ତି ଭାବ ବହି ଏ ଦୁଃଖୀ ହୃଦୟେ
ଦୟା କର ଭଗବାନ l