ହେ ଆନନ୍ଦମୟ -୧୪
ହେ ଆନନ୍ଦମୟ -୧୪
ମାଟି ଆମ ମାଆ ଗୋଡ଼ି ମାଟି ନୁହଁ
ନୁହଁଇ ମାଟି ପଥର
କୋଣେକୋଣେ ଯାହା ପଡ଼ିଛି ଦରବ
ସିଏ ଅଟନ୍ତି ଶଙ୍କର ll୧ll
ତପସ୍ୟାର ଭୂମି ସାଧାନାର ପୀଠ
ମାଆ ମୋର ବସୁମତୀ
ଭରି ରହିଅଛି ତାହାରି କୋଳରେ
ପଶୁ ପକ୍ଷୀ ନାନା ଜାତି ll୨ll
ଧୂଳି କଣା କହେ ଓଁକାରର ନାଦ
ପୁଣ୍ୟ ଆଶିଷର ଧାରା
ଘୁରି ବୁଲେ ଆଜି ରାମ ନାମ କହି
ହୃଦୟର ମନ ପାରା ll୩ll
ଏମାଟି ଚନ୍ଦନ କରୁଛି ବନ୍ଦନ
ଶୁଦ୍ଧ ଚରଣର ତଳେ
କୋଟି ଜନ୍ମ ଫଳେ ପବିତ୍ର ଗର୍ଭରେ
ଜନମିଛି ମହୀତଳେ ll୪ll
ଅଯୋଧ୍ୟା ମଥୁରା କାଶୀ ଅବନ୍ତିକା
ବୈଶାଳି କାଞ୍ଚି ଦ୍ୱାରିକା
ପୁରୀ ତକ୍ଷଶୀଳା ରାମେଶ୍ଵର ପୀଠ
ସୀମାଞ୍ଚଳ ଭକ୍ତି ମାୟା ll୫ll
ତିରୁପତି ଠାରୁ ଦକ୍ଷିଣେଶ୍ଵରଙ୍କ
କାଳୀ ମାତା ଦିଏ ଛାୟା
ନବଦ୍ୱୀପେ ପ୍ରଭୁ ବାଲ୍ୟ ଲୀଳା କରି
p>
ସଭିଙ୍କୁ କରିଲେ ବାୟା ll୬ll
ଦେଖି ଯାରେ ମନ ପ୍ରଭୁ ଲୀଳା ଖେଳା
ଦୁନିଆଁକୁ କରେ ବାଇ
ଦର୍ଶନ କରିବା କାଳିଆ ବଳିଆ
ପୁରୀ ଶ୍ରୀକ୍ଷେତ୍ରକୁ ଯାଇ ll୭ll
କଣାର୍କର କଳା ବିଶ୍ୱେ କରେ ମେଳା
କହେ ଅମର କାହାଣୀ
ଦିଲ୍ଲୀ ଲୌହ ସ୍ତମ୍ଭ ଭାରତର ଦ୍ୱାର
ଗୁରୁର ଅଭୟ ବାଣୀ ll୮ll
ଗ୍ରାମରୁ ସହର ପତିତପାବନି
ଦେବା ଦେବୀ ପୂଜି ଚାଲ
ରତ୍ନର ଭଣ୍ଡାର ମାଆ ଗର୍ଭ ମୋର
ଆନନ୍ଦରେ ବାଣ୍ଟିଦେଲ ll୯ll
ଆଶିଷ ଲଭୁଛୁ ମାଆ ହୃଦୟରୁ
ବନ୍ଦେଗୋ ଭାରତ ମାତା
କୋଣେ ଅନୁକୋଣେ ସେବୁଛନ୍ତି ନରେ
ନିଜର ଇଷ୍ଟ ଦେବତା ll୧୦ll
ଧନ୍ୟଲୋ ଜନନୀ ଜନମ ଦେଇଛୁ
କୋଟି କୋଟି ମହାରଥୀ
ଭୀଷ୍ମ ଦ୍ରୋଣ କର୍ଣ୍ଣ ବୀର ପର୍ଶୁରାମ
ଶ୍ରୀକୃଷ୍ଣ ଅର୍ଜ୍ଜୁନ ରଥି ll୧୧ll