ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଅଲୌକିକ ମହିମା

ଅଲୌକିକ ମହିମା

2 mins
7.8K


ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଯାତ୍ରା ମଧ୍ୟରେ ଆଦ୍ୟ ଯାତ୍ରା ହେଉଛି ସ୍ନାନ ଯାତ୍ରା । ସ୍ନାନ ଯାତ୍ରା ଶେଷରେ ଠାକୁରମାନଙ୍କୁ ପଞ୍ଚଦଶ ଦିବସ ପାଇଁ ଅଣସର ଗୃହରେ ରଖାଯାଏ । ଏହି ସମୟ ମଧ୍ୟରେ ତାଙ୍କ ଦର୍ଶନ ଭଳି ସାମଞ୍ଜସ୍ୟ ଥିବା ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ନାରାୟଣ ସ୍ୱରୁପ ଶ୍ରୀ ଅଲାରନାଥଙ୍କୁ ବ୍ରହ୍ମଗିରିରେ ଦର୍ଶନ କଲେ ଭକ୍ତମାନଙ୍କୁ ସମାନ ଫଳ ଲାଭ ହୁଏ ବୋଲି ବିଶ୍ୱାସ କରାଯାଏ । ତେଣୁ କୁହାଯାଏ ଅଣସରରେ ଅଲାରନାଥ, ଆଉ ସବୁଦିନେ ଜଗନ୍ନାଥ । ବହୁତ ଦିନ ତଳର କଥା । ଜନୈକ ପୂଜକ ପ୍ରତିଦିନ ଶ୍ରୀ ଲାରନାଥଙ୍କ ପୂଜାର୍ଚ୍ଛନା କରନ୍ତି । ଏଠାରେ ପ୍ରସିଦ୍ଧ ଭୋଗ ହେଉଛି ଖିରି । ପୂଜକ ଜଣଙ୍କ ଖିରି ନୈବେଦ୍ୟ ପ୍ରତ୍ୟହ ଠାକୁରଙ୍କ ନିକଟରେ ସର୍ମପଣ କରନ୍ତି । ଅବଶିଷ୍ଟ ଖିରିକୁ ଉପସ୍ଥିତ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରନ୍ତି । ଭକ୍ତମାନେ ମହା ଆନନ୍ଦରେ ତାହା ଗ୍ରହଣ କରନ୍ତି । ଦିନେ ପୂଜକ ମହାଶୟଙ୍କର ଅତି ଜରୁରୀ କାମ ଯୋଗୁଁ ଦୂର ଗ୍ରାମକୁ ଯିବାକୁ ପଡ଼ିଲା । କ’ଣ କରିବେ । କାହାକୁ ସେ ପ୍ରଭୁଙ୍କର ପୂଜା ଦାୟିତ୍ୱ ଦେବେ । ପରିବାର କହିଲେ ସେ, ତାଙ୍କ ପନିୀ ଓ ପାଞ୍ଚ ବର୍ଷର ବାଳୁତ ପୁତ୍ର । ସେ ପନିୀ ଓ ପୁତ୍ରକୁ ପାଖକୁ ଡ଼ାକି କହିଲେ, ଦେଖ ମୁଁ ଦୁଇଦିନ ଘରେ ଅନୁପସ୍ଥିତ ରହିବି । ପ୍ରଭୁ ଅଲାରନାଥଙ୍କର ପୂଜାର୍ଚ୍ଛନା ଯେପରି ବନ୍ଦ ନ ହୁଏ । ସେଥିପାଇଁ ପୁଅକୁ ପ୍ରତିଦିନ ଫୁଲ, ଚନ୍ଦନ ଓ ଖିରି ଦେଇ ପଠେଇବ । ପୁଅ ସାଙ୍ଗେସାଙ୍ଗେ ନିଜର ଅସମ୍ମତି ପ୍ରକାଶ କରି କହିଲା ବାପା, ମୁଁ ଶ୍ଲୋକ ପଢ଼ିବା ଜାଣିନାହିଁ, କିପରି ପୂଜା କରିବି ? ପୂଜକଙ୍କ ପନିୀ ମଧ୍ୟ ସେଇ ଏକା କଥା କହିଲେ ପୂଜକ କହିଲେ ପୁଅ ଫୁଲ, ଚନ୍ଦନ ଦେଇ ସାରି ତାଟିଆରେ ନେଇଥିବା ଖିରିକୁ ସର୍ମପଣ କରିଦେବୁ କିଛି ସମୟ ପରେ ଖିରି ପାତ୍ରଟିକୁ ନେଇ ଆସିବୁ । ପୁଅ ତାହା ହିଁ କଲା । ଦ୍ୱାର ଖୋଲି ଫୁଲ, ଚନ୍ଦନ ଦେଇ କହିଲା, ପ୍ରଭୁ ବାପା ନାହାନ୍ତି । ସେ କହିବାରୁ ମୁଁ ଆସିଛି । ତମେ ଶୀଘ୍ର ଏ ଖିରି ଖାଇ ଦେଲେ ମୁଁ ତାଟିଆ ନେଇ ଘରକୁ ଯିବି । ଏହା କହି ସେ ଦ୍ୱାର ବନ୍ଦ କରି ପଦାରେ ଅପେକ୍ଷା କଲା । କିଛି ସମୟ ପରେ ଦ୍ୱାର ଖୋଲି ଖାଲି ପାତ୍ର ଧରି ମନ ଖୁସିରେ ଘରକୁ ଫେରିଲା । ମନେ ମନେ ଭାବିଲା ଯାହା ହେଉ ପ୍ରଭୁ ଖିରି ଖାଇଦେଲେ , ବାପାଙ୍କଠୁ ଗାଳି ଶୁଣିବାକୁ ପଡ଼ିବ ନାହିଁ । ଘରେ ପୁଅ ଠାରୁ ଏକଥା ଶୁଣି ପୂଜକଙ୍କ ପନିୀଙ୍କର ବିଶ୍ୱାସ ହେଲାନି । ସେ ଭାବିଲେ ପୁଅ ବୋଧେ ବାଟରେ ଖିରି ଢ଼ାଳିଦେଇ ତାଙ୍କୁ ମିଛ କହୁଛି । ପରଦିନ ପୂଜକ ଫେରି ଯେତେବେଳେ ପନିୀଙ୍କ ଠାରୁ ସବୁକଥା ଶୁଣିଲେ ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ସେ ତା’ ପରଦିନ ପୂଜା ସାମଗ୍ରୀ ଓ ଖିରି ନେଇ ପ୍ରଭୁଙ୍କ ଦ୍ୱାର ଖୋଲି ଭୋ ଭୋ ହୋଇ କାନ୍ଦିଲେ । ଶୂନ୍ୟବାଣୀ ହେଲା ତୋ ପୁଅର ଯେଉଁ ସର୍ମପଣ ଭାବ ସରଳ, ନିଷ୍କପଟ, ଭକ୍ତି ଅଛି ତାହା ତୋର ନାହିଁ । ତା’ ସ୍ନେହରେ ମୁଁ ଏପରି ମଗ୍ନ ହୋଇଗଲି ଯେ ଗରମ ଗରମ ଖିରି ଖାଇ ଦେବାରୁ ମୋ ଡ଼ାହାଣ ହାତ ଫୋଟକା ହୋଇଯାଇଛି । ପୂଜକ ପ୍ରଭୁଙ୍କର ଡ଼ାହାଣ ହାତ ଫୋଟକା ଚିହ୍ନ ଦେଖି ବାକ୍‌ ଶକ୍ତି ରହିତ ହୋଇ ପ୍ରଭୁଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ । ଅଦ୍ୟାବିଧି ପ୍ରଭୁଙ୍କ ଦକ୍ଷିଣ ହସ୍ତରେ ସେହି ଚିହ୍ନ ଥାଇ ଶ୍ରୀ ଅଲାରନାଥଙ୍କ ମହିମାକୁ ଦ୍ୱିଗୁଣିତ କରୁଛି ।


Rate this content
Log in

Similar oriya story from Classics