Lalita Mohan Mishra

Tragedy

2.8  

Lalita Mohan Mishra

Tragedy

ଅଜାଙ୍କ ଚଷମା

ଅଜାଙ୍କ ଚଷମା

1 min
117



ଯାଜ୍ଞ ! ! ! ଏ ଯାଜ୍ଞ ! ! ! ଯାଜ୍ଞ ଲୋ ! ! !

  ଡାକି ଡାକି ଚାରି ଘର କମ୍ପୁଥାଏ । ବାଡିଘରୁ ନାତୁଣୀ ଯାଜ୍ଞ ଉତ୍ତର ଦିଏ - ହଁ ଯାଉଛି ଅଜା...କ'ଣ କହୁଛ ? ? ? ଆରେ ମୋର ଚଷମାଟା ଆଣିଲୁ ! ! ଦୁଇଟି ମୋଟା ଗ୍ଲାସ୍ ଓ ମୋଟା ଫ୍ରେମରେ ତିଆରି ଅଜାଙ୍କ ଚଷମା । ନାତୁଣୀ ଚଷମାଟା ଖୋଜି ଅଜାଙ୍କୁ ଧରେଇଦିଏ । ନାତୁଣୀ ଯାଜ୍ଞ ସହିତ ଅଜାଙ୍କର ଚଷମା ଏକ ପୁରୁଣା ସ୍ମୃତି । ଯାଜ୍ଞର ଜନ୍ମବେଳେ ତାର ମାଆ ଚାଲିଗଲା , ଦୁଃଖରେ ଅଜା ଭାଙ୍ଗି ପଡିଲେ । ଆଖିକୁ ଭଲ ଦେଖାଗଲା ନାହିଁ । ଅଜାଙ୍କର ଅନ୍ଧର ଲଉଡି ହେଉଛି ଚଷମା ନାତୁଣୀ ଯାଜ୍ଞ ।

   ବୟସର ସାୟାହ୍ନରେ ଅଜାଙ୍କର ଚଷମା ହିଁ ସାହା ଭରସା । ବିକଳ୍ପ ଆଖି ଯାଜ୍ଞ । ନାତୁଣୀ ଯେଉଁଦିନ ଶାଶୁଘରକୁ ଚାଲିଗଲା, ଅଜା ସେଦିନ ଯାଜ୍ଞକୁ ଧରି କାନ୍ଦି କହିଥିଲେ - ତୁ ଚାଲି ଗଲୁନି ଯେ ମୋର ଚଷମାଟି ଚାଲିଗଲା ।


Rate this content
Log in

Similar oriya story from Tragedy