ଓଡ଼ିଆ ଗଳ୍ପ ଓ କବିତା - ୩

Children

3  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଅଧିକ ଗୁଣର

ଅଧିକ ଗୁଣର

2 mins
7.1K


ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

ରାଜା ପୁଣିଥରେ ସେହି ବେତାଳକୁ କାନ୍ଧରେ ଧରି ଚାଲିଯାଉଥିବାବେଳେ ବେତାଳ କହିଲା – ‘’ ମଗଧ ଦେଶରେ ଜଣେ ଧାର୍ମିକ ବ୍ରାହ୍ମଣ ରହୁଥିଲେ l ତା’ର ବଡ଼ ପୁଅଟି ମେଧାବୀ l ସେ ହାତରେ ଛୁଇଁ ଦେଇ କିଏ କି ପ୍ରକାର ବସ୍ତୁ କହିପାରୁଥିଲା l ମାଟିତଳେ ଥିବା ପଦାର୍ଥକୁ ଶୁଙ୍ଘି କରି କହିଦେଉଥିଲା l ସାନ ପୁଅଟି ସ୍ତ୍ରୀକୁ ପରୀକ୍ଷା କରି ତାଙ୍କର ଗୁଣ ଓ ଚରିତ୍ର ସମ୍ପର୍କରେ କହିପାରୁଥିଲା l ଦୁଇ ଭାଇଙ୍କର ସୁଙ୍ଘିବା ଶକ୍ତି ଅଦ୍ଭୁତ ଥିଲା l

ଠାରେ ବ୍ରାହ୍ମଣର ଦେହ ଖରାପ ହେଲା l ବୈଦ୍ୟ ଦୁଇ ଭାଇଙ୍କୁ ଗୋଟିଏ କଇଁଚି ଆଣିବାକୁ ବରାଦ ଦେଲେ l ମାତ୍ର ଦୁଇଭାଇ ଗନ୍ଧହେତୁ କଇଁଚ ଆଣିବାକୁ ମନା କଲେ l ତେଣୁ ଚାକରକୁ ପଠାଇଲେ l ହେଲେ ଚାକରର କେଉଟ ସହିତ ଝଗଡ଼ା ହୋଇଗଲା l ରାଜାଙ୍କ ଜଗୁଆଳି ତାକୁ ଧରିନେଲେ l ରାଜା ସବୁ ଜାଣିପାରି ଦୁଇ ଭାଇଙ୍କୁ ନେଇ ପାଖରେ ରଖିଲେ ଓ ତାଙ୍କ ବଫର କିକିତ୍ସା କଥା ବୁଝିଲେ l

ଦୁଇଭାଇ ରାଜାଙ୍କ ପାଖରେ ଥିଲା ବେଳେ ଦୁଇଜଣ ଲୋକ ଗୋଟିଏ ମୂଲ୍ୟବାନ୍ ହାରକୁ ନେଇ ଆସିଲେ l ସେଇଟା କାହାର ବୋଲି କହିବାକୁ ଦୁଇଭାଇଙ୍କୁ ପଚାରିଲେ l ବ୍ରାହ୍ମଣ ପୁଅ ହିରାଟିକୁ ଛୁଇଁ ଦେଇ କହିଲା ଏହା ମୋଟା ଲୋକର l ବ୍ରାହ୍ମଣ ପୁଅର କଥାକୁ ସେମାନେ ସତ ବୋଲି ମାନି ଚାଲିଗଲେ l ଆଉ ତାକୁ ଧନ୍ୟବାଦ ମଧ୍ୟଦେବାକୁ ଭୁଲି ନଥିଲେ l

କିଛି ଦିନ ପରେ ରାଜାଙ୍କ ରାଜ୍ୟକୁ ଗୋଟିଏ ସୁନ୍ଦରୀ ସ୍ତ୍ରୀ ଆସି ପହଞ୍ଚିଲା l ସାନପୁଅ ତାକୁ ଦେଖି କହିଲା – ଏହାର ବାପା ବ୍ରାହ୍ମଣ ଓ ମାଆ ଶୂଦ୍ର ଜାତିର l ଏଗୁଣରୁ ସେ ଖରାପ କାମ କରୁଛି l ରାଜା ତାକୁ ନିଜର ଦରବାରରେ ନର୍ତ୍ତକୀ କରିଦେଲେ l ସେହି ସ୍ତ୍ରୀଟି କହିଲା –‘ ହଜୁର ଏ ମୋର ବାପା ମାଆ କଥା ଜାଣିଲେ କିପରି ?

ରାଜା ସେହି ବଡ଼ଭାଇର କଥା ତାକୁ କହିଦେଲେ l ଏକଥା ଶୁଣି ସ୍ତ୍ରୀଟିର ତା’ ପ୍ରତି ଶ୍ରଦ୍ଧା ବଢିଗଲା l ଦୁଇ ପୁଅ ନିଜ ନିଜର ଗୁଣରେ ଖୁବ୍ ବଳିୟାର ଥିଲେ l ବଡ଼ଭାଇ ସେଠାରେ ରହି ରାଜାଙ୍କୁ ସବୁକାମରେ ସହାୟତା କଲା l ସାନ ଭାଇଟି ମଧ୍ୟ ଲୋକଙ୍କୁ ଚିହ୍ନି ରାଜାଙ୍କୁ ବହୁ ବିପଦରୁ ରକ୍ଷା କଲା l ରାଜା ସେ ଦୁହିଁଙ୍କୁ ଟିକେ ହେଲେ ମଧ୍ୟ ଛାଡିବାକୁ ରାଜି ହେଉନଥିଲେ l

ବେତାଳ କହିଲା – ରାଜା ! ଏବେ କୁହ, ଏ ଦୁହିଁଙ୍କ ମଧ୍ୟରେ ସବୁଠୁ ଅଧିକ ଗୁଣି କିଏ ? ବଡ଼ ନା ସାନପୁଅ ?

ବିକ୍ରମାଦିତ୍ୟ କହିଲେ – ‘’ ଦେଖ ବେତାଳ ! ଜ୍ଞାନୀ ଲୋକର ଜ୍ଞାନର କୌଣସି ସୀମା ନାହିଁ l ଦୁହେଁ ନିଜ ନିଜର ସ୍ଥାନରେ ଯୋଗ୍ୟ ‘’ l ତୁମେ ଠିକ୍ କହିଛ ରାଜା l ଏହା କହି ବେତାଳ ହସିବାରେ ଲାଗିଲା ଓ ଖସି ଯିବାକୁ ଉଦ୍ୟମ କଳା l ହେଲେ ଏଥର ରାଜା ବିକ୍ରମାଦିତ୍ୟଙ୍କ ହାତରୁ ସେ ଖସି ପାରିଲା ନାହିଁ l ଖାଲି ଛଟପଟ ହେବାରେ ଲାଗିଲା l ରାଜା ଖୁବ୍ କୌଶଳରେ ତାକୁ ଧରି ନିଜ ବାଟରେ ଚାଲିଲେ l


Rate this content
Log in

Similar oriya story from Children