STORYMIRROR

Akshayakumar Dash

Tragedy Action Inspirational

3  

Akshayakumar Dash

Tragedy Action Inspirational

ଅବଶୋଷ

ଅବଶୋଷ

1 min
202

ଚନ୍ଦ୍ର ଜଣେ ମେଧାବୀ ଛାତ୍ର ବିଟେକକରି ଡାଟା ସାଇନ୍ସପରେ ବାଙ୍ଗାଲୋର ର ଏକ ବହୁରାଷ୍ଟ୍ରୀୟ କମ୍ପାନୀ ରେ ଚାକିରୀ କଲା।ମାସକୁ ବେତନ ପଚାଶ ହଜାର।କମ୍ପାନୀ ରେ ଯୋଗଦେଇ ନିଜର ବେତନ ଠାରୁ ଅଧିକ ଖର୍ଚ୍ଚ କରିବା ପ୍ରବୃତ୍ତି ରହିଲା।ଜଣେ ସାଙ୍ଗ ର ପ୍ରଭାବରେ କିଛି ଅର୍ଥ ସେୟାର ମାର୍କେଟ ରେ ଖଟାଇଲା।ଏଥିପାଇଁ ଦୁଇଲକ୍ଷ ଟଙ୍କା ନିଜ ଚାକିରୀର ବେତନ ପ୍ରମାଣ ପତ୍ର ଦେଖେଇ ଆଣିଲା।ହଠାତ ମାର୍କେଟ ଡାଉନହେବାରୁ ସେଇଟଙ୍କା ବୁଡ଼ିଗଲା।ଏଥିପାଇଁ ବ୍ୟାଙ୍କ ର ଲୋନ ସୁଝିବା ପାଇଁ ପବ୍ଲିକ ଏକାଉଣ୍ଟ ରୁ ପୁଣି ତିନିଲକ୍ଷ ଧାର କଲା।ତାକୁ ସୁଝିବାକୁ ଆଇପିଲଖେଳିଲା। ସେଥିରେ ମଧ୍ୟ ହାରିଲା ।ପୁଣି ପବ୍ଲିକ ସେକ୍ଟର ବ୍ୟାଙ୍କ ରୁ ଆଉ ପାଞ୍ଚ ଲକ୍ଷ ଧାର କରି ତାହାକୁ।ମଧ୍ୟ ଖେଳି ହାରିଲା।ଏହିସମସ୍ତ ଲୋନ ବଢିପନ୍ଦର ଲକ୍ଷ ହୋଇଗଲା।ଏବେ ତାକୁ ସମସ୍ତ ଟଙ୍କା ସୁଝିବା ଅସହ୍ୟ ହେଲା।ଶେଷରେ ପାଗଳ ପରି ଚାକିରୀ ଛାଡି ଦେଇ ଘରକୁ ଫେରିଲା।ଘରେ ଜଣାଇଲେ ପିତାମାତା ଭୟକରିବେ ଭାବି ନିରବ ରହିଲା। ବ୍ୟାଙ୍କରେ ଘର ଠିକଣା ଓ କଣ୍ଟ୍ରାକ୍ଟ ଫୋନ ନମ୍ବର ଦେଇଥିବାରୁ ସେମାନେ ଫୋନ କରି ଲୋନ ସୁଝିବାକୁ ପିତାମାତାଙ୍କୁ ଜଣାଇଲେ। ପିତାମାତା ପୁଅ କୁ ପଚାରି ସମସ୍ତ ବିବରଣୀ ଜ୍ଞାତ ହେଲେ।ପିତା ନିଜର ଜମି ବିକି ସେ ସମସ୍ତ ଲୋନ ସୁଝିଲେ। ମୋଡ଼ ଅଲଗା।ମଣିଷ ଗୋଟେ ହେବାକୁ ଚାହେଁ। କିନ୍ତୁ ଭିର୍ଣ୍ଣ ହୋଇଯାଏ। ଭାଗ୍ୟ ଓ ଭାଗ୍ୟ ଚକ୍ର ପରିବର୍ତନ ଶୀଳ। ଯେଉଁମାନଙ୍କ ମସ୍ତିଷ୍କର ଶକ୍ତି ଅଧିକ ତାଙ୍କ ଜୀବନରେ ଏପରି ଏପରି ଘଟିବାର ଦୃଷ୍ଟାନ୍ତ ରହିଛି।ଜୀବନରେ ବହୁକ୍ଷେତ୍ରରେ ସେମାନେ ବାଜିଲଗେଇ ବିଫଳ ହେବାଦୃଘଟଣା ଘଟିଛି।ଫଳରେ ଉତ୍ସାହ ଶୂନ୍ୟ ହୋଇପଡି ଆତ୍ମହତ୍ୟା ପରି ଦୁର୍ଘଟଣା ଘଟିବା ଅବସ୍ଥାକୁ ଯାଇଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy