STORYMIRROR

Bishwa Kalyan Mohapatra

Tragedy Inspirational Thriller

3  

Bishwa Kalyan Mohapatra

Tragedy Inspirational Thriller

ଅଭିମନ୍ୟୁ-୦୩ ( ଅଭି ହିଁ ବିଶ୍ୱାସ)

ଅଭିମନ୍ୟୁ-୦୩ ( ଅଭି ହିଁ ବିଶ୍ୱାସ)

4 mins
523

କାହାଣୀ ଶୁଣିଲେ ଶ୍ରୋତା , ନାୟକ ଆଉ ଖଳନାୟକଙ୍କ ଅଭିନୟ ମନକୁ ଆସିଥାଏ। କିଏ ଏହି କାହାଣୀର ନାୟକ ଆଉ କିଏ ଖଳନାୟକ? ଏଇଠି ହିଁ ଶ୍ରୋତା ଭୁଲ୍ କରି ବସେ , କାରଣ କାହାଣୀରେ ଖଳନାୟକ କେହି ନଥାନ୍ତି। କାହାଣୀରେ ଅଭିନୀତ ସମସ୍ତ ଚରିତ୍ର ଜଣେ ଜଣେ ନାୟକ ହୋଇ ଥାଆନ୍ତି। କେବଳ ଭିନ୍ନ ଭିନ୍ନ ଦ୍ରଷ୍ଟା ଆଖିରେ ଭିନ୍ନ ଭିନ୍ନ ଚରିତ୍ର ଉପସ୍ଥାପନ କରି ଥାଆନ୍ତି। ସତରେ ଦୃଷ୍ଟି କେତେ ଭିନ୍ନଭିନ୍ନ , କେବେ କୌଣସି ଚରିତ୍ର ଦ୍ରଷ୍ଟାର ଦୃଷ୍ଟିକୁ ଅନୁଭବ କରେଇଥାଏ ସ୍ୱର୍ଗୀୟ ପରିବେଶରେ ବିଳାସମୟ ଭାବାବେଗକୁ , ଆଉ କେବେ ପୁଣି ସେଇ ଚରିତ୍ର ଅନୁଭବ କରେଇଥାଏ ନର୍କରେ ଜର୍ଜରିତ ତୁଚ୍ଛ ମନୁଷ୍ୟର ଆତ୍ମାକୁ। ଅର୍ଥାତ୍ ଚରିତ୍ରଟିର ସୁକର୍ମ ଦ୍ରଷ୍ଟାର ଆଖିରେ ତୋଳିଥାଏ ପରିକଳ୍ପିତ ସ୍ୱର୍ଗଲୋକ। ଆଉ କେବେ ଗୋଟିଏ ଦୃଶ୍ୟ ପାଇଁ ବାମନ ଅବତରୀ ମାଧବଙ୍କ ପଦପଙ୍କଜ ସଦୃଶ ଦୃଷ୍ଟି ଚାପି ଦେଇଥାଏ ବଳୀ ସଦୃଶ ଚରିତ୍ରଟିକୁ ପାତାଳର ସେଇ ଅନ୍ଧାରକୁ। ଚରିତ୍ରଟି ନର୍କ ଯନ୍ତ୍ରଣା ଭୋଗକରେ ଦ୍ରଷ୍ଟାର ଦୃଷ୍ଟିରେ। ପ୍ରକୃତପକ୍ଷେ ଏଠାରେ ସେଇ ଦୃଶ୍ୟର ଭୂମିକା ଅତ୍ୟନ୍ତ ଗୈାଣ , ପ୍ରମୁଖ ଭୂମିକାର ଶ୍ରେୟ ବହନ କରିଥାଏ ସମୟ। ସମୟ କେବେ ଗୋଟେ ଦୁର୍ଦ୍ଦଶ ଦସ୍ୟୁକୁ ମହର୍ଷି ବାଲ୍ମୀକିର ଆଖ୍ୟା ଦେଇ ଥାଏ ତ କେବେ ସେଇ ସମୟ ଦାନବୀର ରାଜା ହରିଶ୍ଚନ୍ଦ୍ରଙ୍କୁ ମଶାଣି ଜଗୁଆଳରେ ପରିଣତ କରିଥାଏ। ସତରେ ସମୟ ଅଜେୟ ଓ ଅକ୍ଷୟ ଯାହା ଏ ମାନବ ସମାଜ ପାଇଁ ଆଜିବି ଅଭେଦ୍ୟ। ଆଉ ସେଇ ସମୟ ହିଁ ଦର୍ଶାଇ ପାରେ ଅଭିମନ୍ୟୁ ଏବଂ ବିଶ୍ୱାସ ମଧ୍ୟରେ ଥିବା ପାର୍ଥକ୍ୟକୁ। 

              ଜେଜେଙ୍କ କୋଠରୀ ଆଡ଼କୁ ଅଦୃଶ୍ୟ ଶକ୍ତି ଟାଣି ନେଉଛି ଅଭିମନ୍ୟୁକୁ। କିଏ ? କିଏ ସେଠାରେ ? ପ୍ରଶ୍ନ କରି ଉଠେ ଅଭିମନ୍ୟୁ। ଝରକା ପାଖରେ ଥିବା ଚୌକିରେ ବସିଥାଆନ୍ତି ଜଣେ ବୃଦ୍ଧ ଲୋକ। ବିଶ୍ୱାସ ବୋଲି ଉଚ୍ଚାରଣ କରିଛନ୍ତି ବୃଦ୍ଧ ଜଣକ। ପୁରୁଣା କୁର୍ତାରେ ଜେଜେଙ୍କ ମୁହଁ ଅଭିମନ୍ୟୁର ଆଖି ସାମ୍ନାରେ ଝଲସି ଉଠେ। ଅଭିମନ୍ୟୁ ଚିତ୍କାର କରେ ମୁଁ ଅଭିମନ୍ୟୁ , ବିଶ୍ୱାସ ନୁହେଁ କି ତୁମେ ମୋ ଜେଜେ ନୁହେଁ।        

                ବାସ୍ ଏତିକିରେ ହିଁ ଆଖି ଖୋଲିଯାଏ ଅଭିମନ୍ୟୁର । ପରିବାରର ସମସ୍ତ ସଦସ୍ୟଙ୍କୁ ଆଖି ସାମ୍ନାରେ ପାଏ ଅଭିମନ୍ୟୁ। ମାତ୍ର ଆଖି ଯାହାର ପରଶ ପାଇବା ପାଇଁ ଆତୁର ତାହା ପାଇବା ପ୍ରାୟ ଆଉ ସମ୍ଭବ ନୁହେଁ। ଜେଜେଙ୍କ ମୃତ୍ୟୁର ଦୁଇ ଦିନ ହେଇ ଗଲାଣି , ଅଭିମନ୍ୟୁ ଗୋଟେ ଜଡ ବସ୍ତୁ ପରି ନିସ୍ତବ୍ଧ। ଯେପରି ଆତ୍ମା ବିନା ଶରୀର ତାର ଭାରସାମ୍ୟ ହରାଇ ସାରିଛି। କ୍ଳାନ୍ତ ଆଖିରେ ନାହିଁ ନିଦ୍ରାଦେବୀଙ୍କ ସ୍ଥାନ, ଖାଲି ଉଦରରେ ନାହିଁ ଭୋକର ପରିଭାଷା , ଶୁଷ୍କ ପାଟିରେ ନାହିଁ ତୃଷ୍ନାର ଅବକାଶ ,ଲାଳସାରେ ଲିପ୍ତ ଜିହ୍ୱାରେ ନାହିଁ ସ୍ୱାଦର ସଂକେତ , ରୁକ୍ଷ ଓଷ୍ଠରେ ନାହିଁ ହସ କିମ୍ବା କ୍ରନ୍ଦନର ଭାବ , ହୃଦୟରୁ ଶୁଣା ଯାଉନି ମୃଦୁ ହୃଦ୍ ସ୍ୱର। ଦୁଇ ଦିନରେ , ସ୍ୱପ୍ନରେ ଜେଜେ ଆସିବା ଘଟଣା ତିନିଥର ହୋଇ ସାରିଲାଣି ଆଉ ପ୍ରତ୍ୟେକ ଥର ଏହି ଗୋଟିଏ ଦୃଶ୍ୟ। ଏବଂ ସେତିକି ସମୟ ବାସ୍ତବ ଦୁନିଆର ଅନ୍ତରାଳରେ ହିଁ ଜେଜେ ଆଉ ଅଭିମନ୍ୟୁର ଭେଟ ହୁଏ। କିଛି କଥା ହେବା ଏବେ ଯାଏଁ ସମ୍ଭବ ହୋଇନି। ସେଇ ସ୍ବପ୍ନ ଦୁନିଆରେ ହଜିବାକୁ ଚାହୁଁଛି ଅଭିମନ୍ୟୁ। ଏଥିରେ ବାଧକ ସାଜିଛନ୍ତି ମା' ଭାର୍ଗବୀ ଦେବୀ। ପୁଅ ପାଇଁ ତାଙ୍କର ଭଲପାଇବା ଅତୁଳନୀୟ। ଖରାପ ସ୍ୱପ୍ନରେ ପ୍ରଭାବିତ ନହେବା ପାଇଁ , ସେ ବସି ରହିଛନ୍ତି ଅଭିମନ୍ୟୁ ସାମ୍ନାରେ। ଅଭିମନ୍ୟୁ କପାଳରେ ମା' ଙ୍କ ହାତ ପରଶ। ମାଆ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯେ ତାକୁ ଅଭି ନାମରେ ଡାକନ୍ତି। ନାମ ରୂପାନ୍ତରଣ ପରେ ମଧ୍ୟ ସେ ଅଭିମନ୍ୟୁକୁ ବୁଝାଇଛନ୍ତି ଯେ ଅଭି ଆଉ ବିଶ୍ୱାସ ଜଣେ। ତୁ ତାକୁ ହୃଦୟଙ୍ଗମ କରିବାକୁ କେବଳ ସମୟର ଅପେକ୍ଷା। ତେବେ ସତରେ କଣ ଅଭିମନ୍ୟୁ ହିଁ ବିଶ୍ୱାସ ? ଅଭିମନ୍ୟୁ ମନରେ ବହୁତ ପ୍ରଶ୍ନ ତା'ର ଉତ୍ତର ଦେବାକୁ ଆଜି ତା ପାଖରେ ତା ଜେଜେ ନାହାନ୍ତି । ସତରେ ସେ କଣ ବିଶ୍ୱାସର ପରିଚୟ ପାଇ ପାରିଲା , ଏ ପରିବାରକୁ ଆପଣେଇ ପାରିଲା ? କାହିଁକି ତା ସହ ଏପରି ହେଉଛି ? ସେ କଣ ସତରେ ଅଭିଶପ୍ତ? ଜେଜେଙ୍କ ମୃତ୍ୟୁର ତୃତୀୟ ଦିନରେ ଅଭିମନ୍ୟୁର ଶରୀର ଅସୁସ୍ଥ। ଦାଦା ରାକେଶ ବାବୁ ତାକୁ ଔଷଧ ଦେଇ ବିଶ୍ରାମ ନେବାକୁ କହିଛନ୍ତି। ଔଷଧ ମଧ୍ୟ ତାର ଶରୀରକୁ ମୁକ୍ତ କରି ପାରେନା ସେ ପୀଡ଼ାରୁ। କେବଳ ଶାରୀରିକ ରୋଗକୁ ପ୍ରତରୋଧ କରିପାରେ ଔଷଧ, ମାନସିକ ରୋଗକୁ ନୁହେଁ । କେଜାଣି କାହିଁକି ଶକ୍ତ ଆଘାତ ଲାଗିଛି ଅଭିମନ୍ୟୁର ମନରେ। ଦାଦା ରାକେଶ ବାବୁ , ଖୁଡି ନନ୍ଦିନୀ ଦେବୀ ଉଭୟେ ଡାକ୍ତର। ସେମାନେ ଅଭିମନ୍ୟୁର ସ୍ୱାସ୍ଥ୍ୟ ପ୍ରତି ଖୁବ୍ ଯତ୍ନବାନ ହୋଇ ଗଲେଣି।

          ଜେଜେଙ୍କ ମୃତ୍ୟୁର ପଞ୍ଚମ ଦିନରେ ଅଭିମନ୍ୟୁ ଜେଜେଙ୍କୁ ପୁଣି ଆଖି ସାମ୍ନାରେ ପାଇଲା। ଏଥର ସେ ଡରି ନଯାଇ ତାଙ୍କୁ ସାମ୍ନା କରିବାକୁ ଚାଲିଗଲା ତାଙ୍କ ଆଗକୁ। ପଚାରିବାକୁ ଲାଗିଲା କାହିଁକି ଏକୁଟିଆ କରି ଚାଲିଗଲେ ଏ ଅଭାଗାକୁ। ଏକୁଟିଆ କଣ ସେ ଏ ଦୁନିଆକୁ ସାମ୍ନା କରି ପାରିବ ? ହଠାତ୍ ମରି ଯାଇଥିବା ମଣିଷଟିର ମୁଖମଣ୍ଡଳରେ ସ୍ମିତହାସ୍ୟର ଚିହ୍ନ ଅଭିମନ୍ୟୁ ବାରି ପାରିଲା। ଅଭିମନ୍ୟୁ କିଛି କହିବା ଆଗରୁ ଜେଜେ ସଂସାରର ନିୟମ ସମ୍ପର୍କରେ ବୁଝାଇ ଦେଲେ। "ଜନ୍ମ ମୃତ୍ୟୁ ଏ ସଂସାରରେ ଧୃବସତ୍ୟ। ଏବଂ କେବଳ ମୁଁ ଯେ ତୋର ନିଜର ଥିଲି ତାହା ଭାବିବା ମୂର୍ଖାମି । ଆପଣେଇ ପାରିଲେ ଏ ଦୁନିଆ ତୋର ଭାଇ, ବନ୍ଧୁ, କୁଟୁମ୍ବ ହେଇ ପାରିବ, ନଚେତ୍ ଆପଣାର ଲୋକ ମଧ୍ୟ ତୋତେ ଦୂରେଇ ଦେବେ। "

            ବାସ୍ ଏତିକିରେ ହିଁ ଘର ପ୍ରକମ୍ପିତ ହୋଇ ଉଠେ ଅଭିମନ୍ୟୁର ଧ୍ବନିରେ। ଏ ଦୁନିଆକୁ ଆପଣେଇ ପାରେନା ଅଭିମନ୍ୟୁ ନାଁ ଆପଣେଇ ପାରିବ ନାହିଁ। ଏ ଚିତ୍କାର ଜେଜେଙ୍କ ମୃତ୍ୟୁର ପ୍ରଭାବକୁ ସ୍ପଷ୍ଟ କରିଥିଲା ପରିବାର ସମ୍ମୁଖରେ। ମାତ୍ର ସମୟର ପ୍ରତିଦ୍ବନ୍ଦୀ ହେବାର ସାମର୍ଥ୍ୟ କାହା ପାଖରେ ନାହିଁ। ସଭିଏଁ ସମୟ ପାଖରେ ଦୁର୍ବଳ , ନାଚାର ଏବଂ ନତମସ୍ତକ। ସେଦିନ ଅଭିମନ୍ୟୁକୁ ସାନ୍ତ୍ୱନା ଦେବାର ବିଚାର ପରିବାରର ସଭିଙ୍କ ହୃଦୟରୁ ନେଇଥିଲା ବିଦାୟ। ଅବଶ୍ୟ କହିବେ ବା କଣ ସେମାନେ ନିଜେ ମଧ୍ୟ ଦୁଃଖମୁକ୍ତ ହୋଇ ପାରି ନାହାନ୍ତି। ମାତ୍ର ସେଦିନ ଅଭିମନ୍ୟୁକୁ ନିଜ ଲୋକଙ୍କ ସାନ୍ତ୍ଵନା ଦରକାର ଥିଲା। 

             ସେଦିନ ରାତି ଥିଲା ବଡ଼ ଦାରୁଣ। ଅଭିମନ୍ୟୁ ଆଜି ଏକୁଟିଆ ଗୋଟିଏ ଛୋଟ କୋଠରୀରେ ଆବଦ୍ଧ କରିଛି ନିଜକୁ। ରାତ୍ରିର ପ୍ରତିଟି କ୍ଷଣକୁ ଅଙ୍ଗେ ଅଙ୍ଗେ ଅନୁଭବ କରିପାରୁଛି ସେ। ରାତ୍ରି ଏତେ ଲମ୍ବା ଅନୁଭବ ହୁଏ ଯେପରି ସକାଳ ସୂର୍ଯ୍ୟ ଉଇଁବାର ବ୍ୟବଧାନ ବଢ଼ି ବଢ଼ି ଚାଲିଛି।ସତେକି ସୂର୍ଯ୍ୟକୁ କିଏ ଲୁଚାଇ ଦେଇଛି ପର୍ବତ ଗୁମ୍ଫାର କୋରଡ ମଧ୍ୟରେ । କେବେ ମଧୁର ଲାଗୁଥିବା ଝିଙ୍କାରିର ଝି଼ଁ ଝିଁ ଶବ୍ଦ ଆଜି ଶୁଣାଯାଏ କର୍କଶ , ସେତେବେଳେ ଉଲ୍ଲୁକର ଫୂତକାର ମନରେ କୌତୁହଳ ସୃଷ୍ଟି କରୁଥିଲା ବେଳେ ଆଜି ହଠାତ୍ ପାଲଟିଛି ମନର ଯନ୍ତ୍ରଣା ଓ ହୃଦୟର ବେଦନାର କାରଣ। ଆଉ ଜୀଇଁ ରହିବାର କୌଣସି କାରଣ ଆସି ନଥିଲା ଅଭିମନ୍ୟୁର ଆଖିରେ। ସତରେ ଏ ଧରାପୃଷ୍ଠ ତା ପାଇଁ ବୋଝ କିମ୍ବା ସେ ଧରାପୃଷ୍ଠୁ ପାଇଁ , ଏହାର ଉତ୍ତର ଦେବା ସମ୍ଭବପର ନୁହେଁ। 

           ଧରାପୃଷ୍ଠୁରୁ ବିଦାୟ ନେବା ପାଇଁ ସେ ଜହରକୁ ଆପଣେଇ ନେଲା। ତା ପୂର୍ବରୁ ଗୋଟିଏ ଚିଠି ତା ପରିବାର ପାଇଁ ଛାଡ଼ିଗଲା। ଅନ୍ତିମ ସମୟରେ ସଭିଙ୍କୁ ଥରେ ଦେଖିବାକୁ ଇଚ୍ଛା ଥିଲେ ମଧ୍ୟ ସେ ବିବଶ। ଜହରର ପ୍ରକୋପ ପ୍ରାରମ୍ଭ ହୋଇ ସାରିଛି। ନୟନ ଅପେକ୍ଷାକୃତ କ୍ଷୁଦ୍ର ହୋଇ ଗଲାଣି। ଅଭିମନ୍ୟୁର ଦୃଷ୍ଟି ଶକ୍ତି କ୍ଷୀଣ ହେବାରେ ଲାଗିଛି। କିଛି ସ୍ପଷ୍ଟ ଦେଖି ପାରୁ ନଥିଲେ ମଧ୍ୟ କବାଟ ପାଖରେ କୌଣସି ବ୍ୟକ୍ତିଙ୍କ ମୁଦ୍ୟୁ ସ୍ୱର ଭେଦ କରିଛି ଅଭିମନ୍ୟୁକୁ। 


Rate this content
Log in

Similar oriya story from Tragedy