STORYMIRROR

Bishwa Kalyan Mohapatra

Drama Tragedy Thriller

3  

Bishwa Kalyan Mohapatra

Drama Tragedy Thriller

ଅଭିମନ୍ୟୁ-୦୧(ଚରିତ୍ରର ଉପକ୍ରମ)

ଅଭିମନ୍ୟୁ-୦୧(ଚରିତ୍ରର ଉପକ୍ରମ)

2 mins
1.0K

ଅଭିମନ୍ୟୁ ନାମ ଶୁଣିଲେ , ମହାଭାରତ ଚରିତ୍ର ରେ ଥିବା ତେଜସ୍ଵୀ ବାଳକ କଥା ସ୍ମରଣ ଆସେ। ମନେ ପଡ଼ିଯାଏ କିପରି ସେଇ ବାଳକ ଏକାକୀ ସପ୍ତରଥ଼ୀଙ୍କ ସହ ମଧ୍ୟାହ୍ନ ରୁ ସନ୍ଧ୍ୟା ଯାଏ ଯୁଦ୍ଧ କରିଥିଲା। ଶରୀରର ଶେଷ ବିନ୍ଦୁ ରକ୍ତ ଥିବା ଯାଏ ସେ ହାର ମାନି ନଥିଲା। ତାଙ୍କ ପିତା ଥିଲେ ଶ୍ରେଷ୍ଠ ଧନୁର୍ଦ୍ଧର ଅର୍ଜୁନ ଓ ମାମୁଁ ଥିଲେ ଶ୍ରୀକୃଷ୍ଣ , ଯାହାଙ୍କ ଇଚ୍ଛା ବିନା ପତ୍ରଟିଏ ମଧ୍ୟ ଗଛରୁ ଖସି ନଥାଏ। ତଥାପି ସେଇ ବ଼ାଳକର ମୃତ୍ୟୁ କୁ କେହି ଅଟକାଇ ପାରି ନଥିଲେ।କାରଣ ଏହା ଥିଲା ବିଧିର ବିଧାନ। ଅବଶ୍ୟ ଅଭିମନ୍ୟୁର ମୃତ୍ୟୁ ଏକ ମହତ୍ ଉଦ୍ଦେଶ୍ୟ ପାଇଁ ହୋଇଥିଲା। ମାତ୍ର କାହାଣୀର ନାୟକ ମତାନୁସାରେ ଅଭିମନ୍ୟୁ ମହାଭାରତ ର ଅସମ୍ପୂର୍ଣ୍ଣ ଚରିତ୍ର।

       କାହାଣୀର ନାୟକ ହେଉଛି ଅଭିମନ୍ୟୁ ବାର ବର୍ଷର ବାଳକ। ତା ବାପା ଭଗବାନ ପରାୟଣ ହୋଇ ଥିବାରୁ ତା ନାମ ଏଭଳି ଦେଇଥିଲେ। ମାତ୍ର ଏଇ ନାମକୁ ହିଁ କାହାଣୀ ନାୟକ ପସନ୍ଦ କରେ ନାହିଁ। ସେ ସମସ୍ତଙ୍କୁ ତା ନାମ ଅଭି ବୋଲି କହୁଥାଏ। 

        ମାତ୍ର ଛଅ ବର୍ଷ ବୟସରେ ସେ ତା ବାପା ମା' ଉଭୟଙ୍କୁ ହଜେଇ ଦେଇ ଥିଲା। ସେଦିନ ମଙ୍ଗଳବାର ଥିଲା। ବାପାଙ୍କ ଏକା ଜିଦ୍ ଯେ ସେ ପୁଅକୁ ନେଇ ମନ୍ଦିର ଯିବେ , ତା'ପରେ ବିଦ୍ୟାଳୟ ରେ ତାର ନାମ ଲେଖା ଯିବ। ଛଅ ବର୍ଷର ଅଭିମନ୍ୟୁ କିନ୍ତୁ ନାସ୍ଥିକ ପ୍ରକୃତିର। ସେ ଭଗବାନଙ୍କୁ ବିଶ୍ୱାସ କରେ ନାହିଁ। ତେଣୁ ସେ ମନ୍ଦିର ଯିବା ପାଇଁ ମନା କରୁଥିଲା। ଏଥିରେ ତାକୁ ସହମତି ଜଣାଇଛନ୍ତି ତାଙ୍କ ମାଆ କାରଣ ବାହାରିବା ରେ ତାଙ୍କର ଡେରି ହୋଇ ସାରିଛି ଏବଂ ବିଦ୍ୟାଳୟରେ ବିଳମ୍ବରେ ପହଞ୍ଚିବା ପାଇଁ ସେ ଚାହାନ୍ତି ନାହିଁ। ତଥାପି ବାପାଙ୍କ ଇଚ୍ଛା ଆଗେ କିଏ ତିଷ୍ଠିବ। ମନ୍ଦିର ଦର୍ଶନ ସାରି ବିଦ୍ୟାଳୟ ଯିବା ସମୟରେ ଗୋଟେ ବଡ଼ ଦୁର୍ଘଟଣା ହୋଇ ଗଲା। ସେଇ ଦୁର୍ଘଟଣା ରେ ତା ବାପା ରଘୁରାମ ଏବଂ ମା' ଜାନକୀଙ୍କ ଦେହାନ୍ତ ହୋଇଗଲା। ତିନି ଦିନ ସରକାରୀ ଚିକିସ୍ୟାଳୟରେ ରଖିଲା ପରେ ଅଭିମନ୍ୟୁକୁ ଛଡାଗଲା। 

          ସେତେବେଳକୁ ଯେମିତି ଟିକେ ଅଧିକା ଡେରି ହୋଇ ଯାଇଥାଏ। ମାତା ପିତା ଙ୍କୁ ଶେଷ ଥର ଦେଖିବାର ସୁଯୋଗ ମଧ୍ଯ ସେ ହରାଇ ଦେଇ ଥାଏ। ହରିଦାସ ପୁର ମଶାଣି ପାଖକୁ ଯାଇ ସେଦିନ ସେ ମାତା ପିତାଙ୍କ ପାଉଁଶକୁ ଧରି ବହୁତ କାନ୍ଦିଲା। କୁଆଡେ ଯିବ ଏବେବି ତାହା ଅସ୍ପଷ୍ଟ। ହେତୁ ପାଇଲା ଦିନଠୁଁ ଆଜି ଯାଏଁ ସେ କେବେ କେଉଁ ବନ୍ଧୁ ବାନ୍ଧବ ଘରକୁ ଯାଇନି। ତା ମାଆ କୁହନ୍ତି ଯେ ସେ ତା ବାପାଙ୍କ ପାଇଁ ନିଜ ଘର ଛାଡ଼ି ପଳେଇ ଆସି ଥିଲେ। ବାପାଙ୍କ ଘରେ ସେମାନଙ୍କୁ ଗ୍ରହଣ ନ କରିବାରୁ ସେଠି ମଧ୍ୟ ରହିବା ସମ୍ଭବ ହୋଇ ନଥିଲା। ତେଣୁ ତା ବାପାମାଆ ଏଇ ଅଜଣା ହରିଦାସ ପୁର ରେ ଘର ଭଡ଼ା ନେଇ ରହୁଛନ୍ତି। 

         ସେ ଏବେ ଏଇ ଦୁନିଆରେ କାହାକୁ ବି ଜାଣି ନାହିଁ। ତାଙ୍କ ପଡୋଶୀ ତାକୁ ନେଇ ଗୋଟେ ଅନାଥ ଆଶ୍ରମରେ ଛାଡ଼ି ଦେଇ ଆସିଲେ। ତିନି ଦିନ ପୂର୍ବରୁ ଯିଏ ତା ବାପାମାଆଙ୍କ ସାଥିରେ ଥିଲା ସେ ଏବେ ଅନାଥ। ବିଧିଙ୍କ ଲୀଳା ବଡ ବିଚିତ୍ର। ସେଠି ରହିଲା ବେଳେ ସେ ସମସ୍ତଙ୍କୁ ତା ନାଁ ଅଭି ବୋଲି କୁହେ କାରଣ ସେ ତା' ନାଁକୁ ଘୃଣା କରେ ଏବଂ ନିଜକୁ ମଧ୍ୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama