ଅବହେଳିତଙ୍କୁ ସାହାଯ୍ୟ ଧର୍ମ
ଅବହେଳିତଙ୍କୁ ସାହାଯ୍ୟ ଧର୍ମ
ଧନ, ସୁନାମ ଓ ପ୍ରତିଷ୍ଠାଠାରୁ ସମାଜର ଅବହେଳିତ ଲୋକଙ୍କୁ ସାହାଯ୍ୟ କରିବା ହେଉଛି ଧର୍ମ !!
ଡାକ୍ତର ମାର୍କ ଥି୍ଲେ ଜଣେ ପୃଥିବୀ ବିଖ୍ୟାତ ସର୍ଜନ. ଚିକିତ୍ସକ ମାନଙ୍କର ଏକ ବଡ ସମ୍ମିଳନୀରେ ଭାଗ ନେବା ପାଇଁ ଦୂର ସହରକୁ ଯାତ୍ରା କରୁଥିଲେ. ସେଠାରେ ତାଙ୍କୁ ମେଡିକାଲ ରିସର୍ଚ କ୍ଷେତ୍ରରେ ଉନ୍ନତି ଆଣିଥିବାରୁ ଏକ ସମ୍ମାନଜନକ ପୁରସ୍କାର ମଧ୍ୟ ଦିଆ ଯିବାର ଥିଲା. ଦୁଇ ଘଣ୍ଟା ବିମାନରେ ଯାତ୍ରା କରିବା ପରେ ହଠାତ୍ ବିମାନର ଯାନ୍ତ୍ରିକ ତୃଟି ଦେଖାଗଲା. ପାଇଲଟ ବାଧ୍ୟ ହୋଇ ବିମାନକୁ ନିକଟସ୍ଥ ଏକ ଛୋଟ ବିମାନ ବନ୍ଦରରେ ଅବତରଣ କରାଇଲେ. ଡାକ୍ତର ମାର୍କ ସମ୍ମିଳନୀରେ ପହଞ୍ଚିବା ପାଇଁ ଏକ ଅତ୍ୟାଧୁନିକ ଭଡା କାର୍ ଠିକ୍ କଲେ. କାର୍ ଠିକ୍ ହୋଇଗଲା. କିନ୍ତୁ ଡ୍ରାଇଭର୍ କେହି ନଥିଲେ. ଡାକ୍ତର ମାର୍କ ବାଧ୍ୟ୍ୟ ହୋଇ ନିଜେ ଡ୍ରାଇଭର ସିଟ୍ ରେ ବସିଲେ. କିଛି ବାଟ ସେ କାର୍ ଚଳାଇ ଯିବା ପରେ ହଠାତ୍ ଭୟଙ୍କର ଝଡ ବର୍ଷା ଆରମ୍ଭ ହୋଇଗଲା. ବର୍ଷା ଓ ପବନର ବେଗ ଏତେ ଅଧିକ ମାତ୍ରାରେ ଥିଲା ଯେ ତାଙ୍କୁ ରାସ୍ତା ମଧ୍ୟ ଠିକ୍ ରୂପେ ଦେଖାଗଲା ନାହିଁ. ସେ ମୁଖ୍ୟ ସଡକ ଛାଡି ଏକ ଅଜଣା ରାସ୍ତାରେ କାରଟିକୁ ଚଳାଇ ନେଇଗଲେ. ପ୍ରାୟ ଦୁଇ ଘଣ୍ଟା ଯାତ୍ରା କରିବା ପରେ ଜାଣି ସାରିଥିଲେ ଯେ ସେ ଭୁଲ୍ ରାସ୍ତାରେ ଚାଲି ଆସିଛନ୍ତି. ସେତେବେଳକୁ ସେ ଅତି କ୍ଲାନ୍ତ ଓ ଅବସନ୍ନ ହୋଇ ପଡି ଥିଲେ. ତାଙ୍କୁ ଖୁବ୍ ଭୋକ ଲାଗୁଥାଏ. କିଛି ଦୂର ଗଲା ପରେ ତାଙ୍କୁ ଏକ ଛୋଟ ଘରଟିଏ ଦେଖାଗଲା. ସେ କାର୍ ଅଟକାଇ ସେଇ ଘରଟି ପାଖକୁ ଗଲେ ଓ କବାଟରେ ଶଦ୍ଦ କଲେ. ଜଣେ ମହିଳା କବାଟ ଖୋଲିଲେ. ଡାକ୍ତର ମାର୍କ ନିଜର ପରିସ୍ଥିତି ବିଷୟରେ ଜଣାଇ ଏକ ଫୋନ୍ କରିବା ପାଇଁ ଅନୁମତି ମାଗିଲେ. ମହିଳା ଜଣକ କହିଲେ - ତାଙ୍କ ଘରେ କୌଣସି ଫୋନ୍ ସୁବିଧା ନାହିଁ. କିନ୍ତୁ କ୍ଳାନ୍ତ ଅତିଥି ଜଣଙ୍କୁ ସେ ଘର ଭିତରକୁ ନିମନ୍ତ୍ରଣ କଲେ ଓ କହିଲେ, ଆପଣ ଚା ପିଅନ୍ତୁ, ବର୍ଷା ପବନ କମିଗଲେ ଏଠାରୁ ଯିବେ. ଡାକ୍ତର ମାର୍କ ମହିଳାଙ୍କ କଥାରେ ରାଜି ହୋଇଗଲେ. ସ୍ତ୍ରୀଲୋକଟି ତାଙ୍କୁ ବଡ ସମ୍ମାନର ସହିତ ବସାଇଲେ, ଚା' ସହିତ କିଛି ଖାଇବାକୁ ମଧ୍ୟ ବାଢି ଦେଲେ. ଡାକ୍ତର ଜଣକ ଚା' ପିଇବା ସମୟରେ ଲକ୍ଷ୍ୟ କଲେ ଯେ - ସେହି ସ୍ତ୍ରୀ ଲୋକଟି ନିଜ ପାଞ୍ଚ ବର୍ଷର ପୁଅ ସହିତ ନୀରବରେ ଏବଂ ଭକ୍ତିର ସହିତ ପ୍ରାର୍ଥନା କରୁଛି. ସେ ଅନେକ ପ୍ରକାରର ସ୍ତୁତି କରି ଭଗବାନଙ୍କୁ ନତ ମସ୍ତକ ହୋଇ ପ୍ରଣାମ କରୁଛି. ଏସବୁ ଦେଖିବା ପରେ ଡାକ୍ତରଙ୍କୁ ଲାଗିଲା- ମହିଳା ଜଣଙ୍କର କୌଣସି ନା କୌଣସି ବଡ ସମସ୍ୟାଟିଏ ରହିଛି. ଯେମିତି ମହିଳାଙ୍କ ପ୍ରାର୍ଥନା ଶେଷ ହୋଇଛି - ଡାକ୍ତର ସମସ୍ୟା କଅଣ ପଚାରିଲେ. ମହିଳା ଜଣକ ବଡ ଦୁଃଖ ଭରା ମୁହଁରେ ସାମାନ୍ୟ ହସି କହିଲେ, ମୋ ପୁଅର ବୟସ ମାତ୍ର ପାଞ୍ଚ ବର୍ଷ. ଏହାକୁ ଏପରି ଏକ ଦୁରାରୋଗ୍ୟ ରୋଗ ହୋଇଛି କିନ୍ତୁ ସେ ରୋଗର ଚିକିତ୍ସା ଏ ପୃଥିବୀରେ କେବଳ ଡାକ୍ତର ମାର୍କଙ୍କ ଭଳି ବିଖ୍ୟାତ ଚିକିତ୍ସକଙ୍କ ପାଖରେ ଅଛି. ମୁଁ ବି ଜାଣେନା ଯେ, ମାର୍କ ନାମକ ସେ ପୃଥିବୀର ବଡ ଡାକ୍ତର ଜଣକ କେଉଁଠି ରୁହନ୍ତି !! ମୋ ପାଖରେ ବି ଏତେ ପଇସା ନାହିଁ ଯେ, ମୁଁ ଏତେ ବଡ ଡାକ୍ତରଙ୍କ ପାଖରେ ମୋ ପୁଅର ଚିକିତ୍ସା କରିପାରିବି !!! ମୋର ଦୃଢ ବିଶ୍ୱାସ ଓ ଭରସା ଅଛି, ଭଗବାନ୍ ଦିନେ ନା ଦିନେ ମୋ ଡାକ ଶୁଣିବେ ଏବଂ ମୋତେ ନିଶ୍ଚୟ ସାହାଯ୍ୟ କରିବାକୁ ଆସିବେ । ସେ ମୋର ବିଶ୍ବାସକୁ କେବେ ବି ଭାଙ୍ଗିବାକୁ ଦେବେ ନାହିଁ.
ତାଙ୍କ ସ୍ମୃତି ପଟ୍ଟରେ ସେ ଦିନର ସମସ୍ତ ଘଟଣାକ୍ରମ ଚଳଚ୍ଚିତ୍ରର ଛବି ଭଳି ମନେ ପଡିଗଲା -- ତାଙ୍କୁ ଏକ ବଡ ସମ୍ମିଳନୀରେ ଯୋଗ ଦେବାର ଥିଲା- ଯେଉଁଠି ସେ ସମ୍ବର୍ଦ୍ଧିତ ହୋଇଥାନ୍ତେ. କିପରି ତାଙ୍କ ବିମାନଟିକୁ ଏକ ଅଜ୍ଞାତ ସହରରେ ଆପତକାଳିନ ଭାବେ ଅବତରଣ କରା ଯାଇ ଥିଲା ! ବିମାନ ବନ୍ଦରରେ ମଧ୍ୟ ତାଙ୍କୁ କିପରି ଜଣେ ଡ୍ରାଇଭରଟିଏ ବି ମିଳିଲା ନାହିଁ !! ବର୍ଷା ଝଡ ଯୋଗୁଁ ରାସ୍ତା ଭୁଲି ଯାଇ ସେ ଏଠାରେ ଆସି ଆଶ୍ଚର୍ଯ୍ୟଜନକ ଭାବେ ପହଞ୍ଚିଲେ !!!
ଡାକ୍ତର ଜଣକ ଏବେ ବୁଝି ପାରିଲେ ଯେ --ଭୌତିକ ଜୀବନରେ ଧନ, ସୁନାମ ଓ ପ୍ରତିଷ୍ଠା ଠାରୁ ସମାଜର ଅବହେଳିତ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ହେଉଛି ସବୁଠାରୁ ଉର୍ଦ୍ଧ୍ଵରେ. ସେ ବୁଝିପାରିଲେ, ଭଗବାନ ଚାହାନ୍ତି କି ଡାକ୍ତର ମାର୍କ ସେହି ଅବହେଳିତ ଲୋକମାନଙ୍କର ଚିକିତ୍ସା କରନ୍ତୁ-- ଯେଉଁମାନଙ୍କ ପାଖରେ ଧନ ନାହିଁ.
