ASHIS KUMAR SWAIN

Tragedy Inspirational

4.7  

ASHIS KUMAR SWAIN

Tragedy Inspirational

ଅବାଞ୍ଛିତର ହୃଦୟ

ଅବାଞ୍ଛିତର ହୃଦୟ

5 mins
527


     ନଭେମ୍ବର ମାସର ଏକ ଶୀତୁଆ ରାତ୍ରୀରେ,ମୁଁ ଛିଡ଼ା ହୋଇଥାଏ ରାଜଧାନୀ ଉପକଣ୍ଠ ଏକ ଜନାକୀର୍ଣ୍ଣ ରାସ୍ତାର ଗୋଟେ ଷ୍ଟ୍ରିଟ ଲାଇଟ୍ ତଳେ।ସନ୍ଧ୍ୟା ପାଖାପାଖି ୯ଟା ହେବ କିନ୍ତୁ ଶୀତର ପ୍ରକୋପ ଧୀରେ ଧୀରେ ବଢୁଥିବାରୁ ବୋଧହୁଏ ଶୂନଶାନ ଲାଗୁଥିଲା ରାସ୍ତାଟା।ଗୋଟେ ବନ୍ଦ ଥିବା ଛୋଟ କେବିନ୍ ପାଖରେ ଛିଡ଼ାହୋଇ ଖୋଜି ଚାଲିଥାଏ ଅନେକ ଅସମାହିତ ପ୍ରଶ୍ନର ଉତ୍ତର।ମୋ ମନକୁ ଆନ୍ଦୋଳିତ କରୁଥାଏ ସେ ପ୍ରଶ୍ନଗୁଡିକ। ସମୟର ଅଭାବ ହେତୁ କାହା ପାଖରେ ବଖାଣି ପାରୁନଥିବା ମନଟା ମୋର ବିବେକକୁ ଗୁଡେ଼ଇ ତୁଡେଇ ପଚାରିଚାଲିଥାଏ ସେ ପ୍ରଶ୍ନଗୁଡିକ।ଥଣ୍ଡାର ପ୍ରକୋପ ଯେତିକି ଯେତିକି ବଢ଼ୁଥାଏ ଦାୟିତ୍ଵଗୁଡ଼ା ଅନ୍ତରର ତାତିକୁ ସେତିକି ସେତିକି ବଢ଼ାଇ ଦେଉଥାଏ।ଅପେକ୍ଷା କରିଥାଏ ମୋ ଗାଁ କୁ ଯାଉଥିବା ଶେଷ ବସ୍ କୁ।ଭୋକ ବି ଜୋରରେ ହେଉଥାଏ କିନ୍ତୁ ଅଜାଣତରେ ପକେଟ ଭିତରେ ପଶିଯାଉଥିବା ମୋର ହାତଟି ମନେପକାଇ ଦେଉଥାଏ ଟଙ୍କା ନଥିବା ପକେଟ୍ ର ଖାଲିପଣକୁ।ଚାହା ଟିଏ ପିଇବାର ସାମର୍ଥ୍ୟ ରଖିଥିବା ମନରେ ଇଚ୍ଛା ଥିଲେ ବି ପ୍ରାୟ ଦୋକାନ ସବୁ ବନ୍ଦହୋଇ ସାରିଥାଏ। ଆଜି ଇଣ୍ଟରଭିୟୁ ଦେଇକି ତ ଆସିଯାଇଥାଏ କିନ୍ତୁ ଆସନ୍ତାକାଲିକୁ ଅପେକ୍ଷା କରିଥାଏ ଚାକିରି ଟା ମିଳିବ କି ନାହିଁ। ଏହି ଦ୍ଵନ୍ଦ ଭିତରେ ତାରାମୟ ସ୍ୱଚ୍ଛ ଆକାଶକୁ ଚାହିଁ ଭଗବାନଙ୍କୁ ଆସନ୍ତାକାଲି ପାଇଁ ପ୍ରାର୍ଥନା କରୁଥାଏ।


   ହାଠାତ୍ ଏତିକିବେଳେ ଜଣେ ସୁନ୍ଦରୀ ଯୁବତୀଙ୍କୁ ଦୌଡ଼ି ଦୌଡ଼ି ଯାଇ ମୋ ସାମ୍ନା ରାସ୍ତାର ଆରପଟେ ଥିବା ଗଛ ଛାଇ ଓ ବନ୍ଦ ଥିବା ଏକ କ୍ୟାବିନର ଅନ୍ଧାରିଆ କଡ଼ରେ ଆଉଜିହୋଇ ଛିଡ଼ା ହୋଇଥିବା ଅବସ୍ଥାରେ ଆବିଷ୍କାର କଲି।ମୋ ଚଞ୍ଚଳ ମନଟା ଯେମିତି ଅଟକିଗଲା ସେ ଯୁବତୀଙ୍କ ପାଖରେ।ମନକୁ ଗୁଡ଼ାଏ ପ୍ରଶ୍ନ ଆସିଲା ଏମିତି ଏକ ସମୟରେ ପୁଣି ଏ ଅନ୍ଧାର ରାତିରେ କାହିଁକି ସେ ଏମିତି ଛିଡ଼ାହୋଇଛନ୍ତି।ତାଙ୍କ ହାବଭାବରୁ ଲାଗୁଥିଲା ସେ ବୋଧହୁଏ ନିଜକୁ କାହାଠୁ ଲୁଚେଇ ସେ ଗଛ ଅନ୍ଧାରରେ ଛିଡ଼ା ହୋଇଛନ୍ତି। ନା ହାତରେ ମୋବାଇଲ ଅଛି ନା ପର୍ସ ଅଛି,ଦେହକୁ ଶୀତର ପ୍ରକୋପରୁ ରକ୍ଷା କରିବା ପାଇଁ କୌଣସି ଶୀତବସ୍ତ୍ର ନ ଥାଏ।ବ୍ୟସ୍ତ ବିବ୍ରତା ସ୍ପଷ୍ଟ ବାରିହୋଇ ପଡୁଥାଏ ତାଙ୍କ ଭାବଭଙ୍ଗୀରୁ।ଲାଗୁଥାଏ ସେ ଘରୁ ଲୁଚିକି ବୋଧେ ପଳାଇ ଆସିଛନ୍ତି??ମୋ ମନ ଭିତରେ ସଂଶୟ ହେଲେ ମଧ୍ୟ ମୁଁ ପ୍ରତ୍ୟକ୍ଷଦର୍ଶୀ ଭାବେ ଏ ସବୁକୁ ଯାହା ଖାଲି ଦେଖୁଥାଏ।କିଛି ସମୟପରେ ଦୁଇ ଜଣଲୋକ ଗୋଟେ ବାଇକ୍ ରେ ଆସି ରାସ୍ତାକଡ଼ରେ ଚକ୍କର କାଟିଲେ ଓ ଏଣେ ତେଣେ ପାଗଳଙ୍କ ଭଳି ଖୋଜିବାକୁ ଲାଗିଲେ। ମଝିରେ ମଝିରେ କାହା ସହ ମୋବାଇଲରେ କଥା ବି ହେଉଥାନ୍ତି ଏବଂ ଗାଳି ବି କରୁଥାନ୍ତି।ମୋତେ ଏବେ ବୁଝିବାକୁ ବାକି ନଥିଲା କି ସେମାନେ ଯାହାକୁ ଖୋଜୁଥିଲେ ସେ ଏହି ଯୁବତୀ ଜଣକ।

   ମୋପାଖକୁ ଆସି ପଚାରିଲେ ଭାଇ!! ଏପଟେ ଗୋଟେ ଝିଅକୁ ଯିବାର ଦେଖିଛ କି? ମୁଁ କିଛି ସମୟ ନୀରୁତ୍ତର ରହି କହିଲି ନା ପାଖାପାଖି ୩୦ମିନିଟ୍ ହେବ ମୁଁ ଏଠି ଛିଡ଼ା ହୋଇଛି ସେମିତି କାହାକୁ ଯିବାର ଦେଖିନି।ଏହା ଶୁଣି ସେମାନେ ସେଠାରୁ ଚାଲିଗଲେ ସିନା କିନ୍ତୁ ମୋ ମନରେ ଏମିତି କିଛି ଅସମାହିତ ପ୍ରଶ୍ନ ଉଦ୍ରେକ କରି ଚାଲିଗଲେ ଯାହା ମୋତେ ବାଧ୍ୟ କରୁଥିଲା ସେ ଯୁବତୀଙ୍କୁ ଯାଇ ପଚାରିବାକୁ।

   ଠିକ୍ ଏହି ସମୟରେ ରାସ୍ତା ପାରହୋଇ ସେପଟକୁ ଯିବାକୁ ଉଦ୍ୟତ ହେଉଥାଏ କି ଗୋଟେ ଗାଡ଼ି ମୋତେ ଆଉ କିଛି ସମୟ ଅଟକାଇଦେଲା।ଦେଖିଲି ଗୋଟେ ଛୋଟ ଝିଅ ପାଖାପାଖି ୫ବର୍ଷ ବୟସର ହେବ, ସେ ଯୁବତୀଙ୍କୁ କାନ୍ଦି କାନ୍ଦି କିଛି କହୁଥାଏ ଓ ତା ସହ ଯିବାକୁ ତାଙ୍କ ହାତ ଧରି ଡାକୁଥାଏ। ଯୁବତୀ ଜଣକ ଏହି ସମୟରେ ନିଜ ଛାତି ଭିତରେ ଲୁଚାଇ ରଖିଥିବା ଏକ କାଗଜର ନୋଟ ଦେଇ ତାକୁ କହୁଥାଆନ୍ତି ସେଠାରୁ ଚାଲିଯିବାକୁ। ସେ ଛୁଆଟି କିନ୍ତୁ ନଛୋଡ଼ବନ୍ଧା ତାଙ୍କୁ କିଛି ଦେଖେଇବା ପାଇଁ ଡାକୁଥାଏ। ଉପାୟ ଶୂନ୍ୟ ହୋଇ ଯୁବତୀ ଜଣଙ୍କ ଛୁଆଟି ସହିତ ଗଲେ। ମୁଁ ବି ଏବେ ତାଙ୍କ ପଛେ ପଛେ ଚାଲିଲି।ଅନତି ଦୂରରୁ ଛିଡ଼ାହୋଇ ଦେଖିଲି କି ଛୁଆଟି ମା ମା କହି ଜୋରରେ କାନ୍ଦିବାକୁ ଲାଗିଲା।ଜଣେ ମଧ୍ୟ ବୟସ୍କା ସ୍ତ୍ରୀଲୋକ ମୂର୍ମୁଷ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ି ଛଟପଟ ହେଉଥାନ୍ତି !! ତାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେଉଥାଏ। କୌଣସି ଗାଡ଼ିବାଲା ତାଙ୍କୁ ଧକ୍କା ଦେଇ ପଳେଇଛି ବୋଧହୁଏ! ରାଜଧାନୀର ରାଜରାସ୍ତାରେ ଏମିତି ବୁଲୁଥିବା ବହୁତ୍ ଗୁଡ଼ିଏ ପଶୁମାନଙ୍କ ମଧ୍ୟରୁ ଗୋଟିଏ କିଏ ପଶୁ ଏମିତି କରିଥିବ।

       ବ୍ୟସ୍ତବିବ୍ରତ ହୋଇ ଯୁବତୀ ଜଣକ ଏପଟ ସେପଟ ଚାହିଁଲେ କାହା ସାହାଯ୍ୟ ଆଶାରେ କିନ୍ତୁ କେହି ମିଳିଲେନି କଣ କରିବେ ଭାବୁଥାନ୍ତି? ପାଖରେ ମୋବାଇଲ ବି ନ ଥାଏ କାହାକୁ କଲ୍ ଟିଏ କରିବାକୁ। ମୁଁ ଦୌଡ଼ିଯାଇ ପହଂଚିଲି ତାଙ୍କୁ କିଛି ସାହାଯ୍ୟ କରିବା ଉଦ୍ଦେଶ୍ୟରେ।ସେ କହିଲେ ଜଲଦି ମୋବାଇଲ ଦିଅ?? ଆମ୍ବୁଲାନ୍ସକୁ କଲ୍ କରିବା ଯେମିତି ହେଲେ ତାଙ୍କୁ ହସ୍ପିଟାଲ ନେବାକୁ ହେବ ଡେରି ହେଲେ ଅସୁବିଧା ହେଇଯିବ।କଣ କରିବି ଅସହାୟତା ଆଗରେ ମୁଣ୍ଡ ନୁଆଁଇ ମନା କଲି କି ମୋର ମୋବାଇଲ ନାହିଁ ବୋଲି।ଏତିକି ବେଳେ ଦୂରରୁ ଆସୁଥିବା ଗୋଟେ ଭ୍ୟାନ୍ କୁ ଯୁବତୀ ଜଣଙ୍କ ହାତଠାରି ଅଟକାଇଲେ ଓ ଦୌଡ଼ିଯାଇ ସେ ଡ଼୍ରାଇଭର ସହ କଣ କଥା ହେବାକୁଲାଗିଲେ। ମୁଁ ମୋ ବ୍ୟାଗରୁ ପାଣି ବୋତଲ ବାହାର କରି ଯନ୍ତ୍ରଣାରେ ଛଟପଟ ହେଉଥିବା ସେ ସ୍ତ୍ରୀ ଲୋକକୁ ପିଆଇ ଦେଉଥାଏ।

        ଏ କି ପ୍ରକାରର ଦୃଶ୍ୟ! ସେ ଡ଼୍ରାଇଭର ଅଭଦ୍ରାମି କରୁଥାଏ ସେ ଯୁବତୀଙ୍କ ସହ।ତାଙ୍କ ଗାଲରେ ଓ ଦେହରେ ହାତ ମାରୁଥାଏ। ମୁଁ ଚିତ୍କାର କଲି... ହେ! ହେ! କଣ ହେଉଛି ଏ ?? ଏତିକି କହୁ କହୁ ଯୁବତୀ ଓ ସେ ଡ଼୍ରାଇଭର ଦୁଇ ଜଣଯାକ ଭ୍ୟାନ ଭିତରେ ପଶି ଡୋର ବନ୍ଦ କରିଦେଲେ।ଛି! ଛି! ଏ କିପ୍ରକାରର ମାନସିକତା??ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଯୁବତୀଜଣଙ୍କର ଏପରି କାର୍ଯ୍ୟ ମୋତେ ବହୁତ୍ ମର୍ମାହତ କଲା।କିଛି ସମୟପରେ ଦୁଇଜଣଯାକ ବହାରିଆସିଲେ ଗାଡିରୁ।ନିଜର ଡ୍ରେସ୍ ସଜାଡୁ ସଜାଡୁ ଯୁବତୀ ଓ ଡ଼୍ରାଇଭର ମୋ ପାଖାପାଖି ପହଂଚି ଯାଇଥାନ୍ତି। ମୁଁ ରାଗିକି ଯୁବତୀଙ୍କୁ କହିଲି ତୁମକୁ ଟିକେ ଲାଜ ଲାଗିଲାନି ଏଭଳି ପରିସ୍ଥିତିରେ ଏସବୁ କରିବା ପାଇଁ ??ମୁଁ ଏମିତି କହିବା ଭିତରେ, ହଠାତ୍ ସେ ମୋ ହାତରେ କିଛି ପାଞ୍ଚଶହ ଟଙ୍କିଆ ନୋଟ୍ ରଖିଦେଇ କହିଲେ, ଆଜ୍ଞା ମୁଁ ସେ ଗାଡ଼ି ବାଲାକୁ କହିଦେଇଛି ସେ ଏମାନଙ୍କୁ ନେଇ ହସ୍ପିଟାଲରେ ଛାଡ଼ିଦେବ!!! ଆପଣ ପ୍ଲିଜ ଏମାନଙ୍କ ସହ ଟିକେ ହସ୍ପିଟାଲ ଚାଲିଯାଆନ୍ତୁ। ଆଉ ସମୟ ନଷ୍ଟ କରନ୍ତୁନି.... ପ୍ଲିଜ ଯାଆନ୍ତୁ କହି ମୋତେ ହାତ ଯୋଡ଼ି ଅନୁରୋଧ କଲେ।

       କଣ ! କିନ୍ତୁ! କିବା! ଏସବୁ ଶବ୍ଦ ଭିତରେ ମୁଁ ଛନ୍ଦି ହୋଇଯାଇଥିଲେ ବି ଖାଲି ଯାହା ତାଙ୍କୁ ଆବକ୍ ହୋଇ ଚାହିଁ ରହିଥାଏ। ସେ ପୀଡ଼ିତା ସ୍ତ୍ରୀଲୋକକୁ ଧରି ମୁଁ ଭ୍ୟାନରେ ବସେଇଲି ଓ ନିଜେ ଯାଇ ଡ଼୍ରାଇଭର ସହ ଆଗ ସିଟ୍ ରେ ବସିଲି । ମନମୋର ଭାରାକ୍ରାନ୍ତ ହୋଇଯାଉଥାଏ ବହୁତ୍ ଗୁଡାଏ ପ୍ରଶ୍ନ ଭିତରେ। ବିବେକ ମୋର ଛଟପଟ ହେଉଥାଏ କିଛି ଉତ୍ତରର ସନ୍ଧାନରେ।ନିଜକୁ ଅଟକାଇ ନ ପାରି ସେ ଡ୍ରାଇଭରକୁ ପଚାରିଲି ତୁମେ କଣ ସେ ଯୁବତୀଙ୍କୁ ଜାଣିଥିଲ କି??

   ଡ୍ରାଇଭର ଜଣକ ଅଟ୍ଟହାସ୍ୟ କଲା ଭଳି ଭଙ୍ଗୀରେ କହିଲା ଓଃ ସେ? ସେ ଜଣେ ବେଶ୍ୟା !!ସେ ଏହି ପାଖ ବସ୍ତିରେ ରୁହେ।ଏହି ଗୋଟିଏ ଉତ୍ତର ଯେମିତି ମୋର ସବୁ ପ୍ରଶ୍ନଗୁଡାର ଅନ୍ତଜ୍ବଳନକୁ ପ୍ରଶମିତ କରିପକାଇଲା।


     ଭାବିଲି ସମାଜ ଯାହାକୁ ଘୃଣା ଚକ୍ଷୁରେ ଦେଖେ, ଯାହାକୁ ଅବାଞ୍ଛିତ କହି ତିରସ୍କାର କରେ ସେ ଏ ସ୍ୱାର୍ଥପର, ଲୋଭୀ, କୁତ୍ସିତ ଅମଣିଷଙ୍କ ସମାଜରୁ ବୋଧହୁଏ ନିଜକୁ ଏକ ସ୍ବତନ୍ତ୍ର ପରିଚୟ ଦେବାପାଇଁ ତା'ର ଠିକଣାକୁ ବଦଳେଇ ଦେଇଛି !!!!!

"କିଏ କହିଲା ଗୋଟେ ବେଶ୍ୟାର ହୃଦୟ ନାହିଁ ବୋଲି ??ବୋଧହୁଏ କେହି କେବେ ତା ହୃଦୟକୁ ପଢିପାରିବାର ସତ୍ ସାହାସ କରିନାହିଁ"।

 "ଅନେକ କୁହନ୍ତି ସେ ଜଣେ ଚରିତ୍ରାହୀନା। ତା ହେଲେ ଏକ ଜୀବନ ମରଣର ଦୋଛକିରେ ପଡ଼ିଥିବା ଜଣେ ଅଜଣା ଅସହାୟ ମହିଳାଙ୍କୁ ସାହାଯ୍ୟ କରିବା ପାଇଁ ଯେ ତାର ସର୍ବଶ୍ରେଷ୍ଠ ସମ୍ମାନକୁ ଉତ୍ସର୍ଗ କରିଦେଲା ସେ ଚରିତ୍ରହୀନା?? ନା ଏ ଖରାପ ପରିସ୍ଥିତିକୁ ଠିକ୍ ସେ ବୁଝିପାରି ମଧ୍ୟ ତାକୁ ଲୁଟିନେଇଥିବା ସେ ଅମଣିଷକୁ ଚରିତ୍ରହୀନ କହିବା"?? 

"ଗୋଟେ ବେଶ୍ୟାର କୁଆଡେ ପରିବାର ନ ଥାନ୍ତି? କ'ଣ କରିବ ସେ ଗୋଟିଏ ପରିବାରରେ ମୋ ଭଳି ବାନ୍ଧି ହୋଇ? ଯିଏ ପୁରା ସମାଜକୁ ତା'ର ପରିବାର ଭାବିନେଇଛି ତାଙ୍କ ପାଇଁ ନିଜକୁ ସମର୍ପିତ କରିଦେଇଛି ତା ପାଇଁ ଗୋଟିଏ ପରିବାର କଣ ଲୋଡ଼ା"??? 

"କିଏ କହିଲା ବେଶ୍ୟାର ଠିକଣା ନାହିଁ ବୋଲି? କେହିକେବେ ତାକୁ ତା ଉଚିତ୍ ଠିକଣାରେ ଖୋଜିନାହାନ୍ତି"।

    "ମୋ ହୃଦୟର କୋହରୁ ନିଗିଡ଼ି ଆସୁଥିବା ଲୁହ ସେ ମହିୟସୀ ଯୁବତୀଙ୍କ ପାଦ ପ୍ରକ୍ଷାଳିତ କରିବାକୁ ତାଙ୍କୁ ଖାଲି ଖୋଜିବୁଲୁଥିଲା ସେ ଶୀତ ରାତିର ଅନ୍ଧକାର ଭିତରେ".....।


Rate this content
Log in

Similar oriya story from Tragedy