ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଆଉ ସବୁ କଥା ମିଛ

ଆଉ ସବୁ କଥା ମିଛ

2 mins
7.5K


ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

କଳିଙ୍ଗ ଦେଶରେ ସୁମନ୍ତ ନାମରେ ଜଣେ ବ୍ୟବସାୟୀ ରହୁଥିଲେ l ତାଙ୍କର ଗୋଟିଏ ବୋଲି ପୁଅ ଥିଲା l ତା’ ନାଁ ହେମନ୍ତ l ହେମନ୍ତ ଦେଶ ବିଦେଶରେ ବଣିଜ ବେପାର କରୁଥିଲା l ଥରେ ସେ ଗାନ୍ଧାର ଦେଶର ରାଜାଙ୍କ ପାଖକୁ ଗଲା l ସେ ରାଜାଏନକେ ଆଦେଶରେ ମୂଲ୍ୟବାନ ପଦାର୍ଥ ନେଇ ରାଜାଝିଅ ଚନ୍ଦ୍ରପ୍ରଭାଙ୍କୁ ଦେଖାଇଲା l ହେମନ୍ତ ଆଉ ଚନ୍ଦ୍ରପ୍ରଭା ପରସ୍ପରକୁ ଦେଖି ବିମୋହିତ ହେଲେ l ହେମନ୍ତ ଚନ୍ଦ୍ରପ୍ରଭାକୁ ପାଇବାକୁ ଭାବି ଭାବି ପାଗଳ ହୋଇଗଲା l

ଏହାପରେ ହେମନ୍ତର ଭୁତଦେବ ନାମକ ତାନ୍ତ୍ରିକ ସହିତ ଭେଟହେଲା l ତାନ୍ତ୍ରିକ ତାକୁ ଗୋଟିଏ ତାବିଜ ଦେଇ କହିଲେ ଏହାକୁ ହାତରେ ବାନ୍ଧିଲେ ସେ ଝିଅ ହୋଇଯିବ l ଆଉ ବାହାର କରିଦେଲେ ନିଜର ପୂର୍ବରୂପ ଫେରି ପାଇବ l ହେଲେ ରାଜା ଝିଅ ପାଖକୁ ସେ କିପରି ଯିବ ?

ତାନ୍ତ୍ରିକଟି ହେମନ୍ତକୁ ଝିଅ କରାଇ ରାଜାଙ୍କ ପାଖକୁ ଗଲା ଆଉ କହିଲା - ''ହଜୁର ! କିଛି ଦିନ ପାଇଁ ମୁଁ ବିଦେଶକୁ ଯାଉଛି l ଦୟାକରି ମୋର ଏହି ଝିଅଟିକୁ ଆପଣ ରଖନ୍ତୁ l ମୁଁ ଫେରିଆସିଲେ ତାକୁ ମୋ ସାଙ୍ଗରେ ନେଇଯିବି l '' ରାଜା ତାକୁ ନିଜର ଝିଅ ପାଖରେ ଦାସୀ ଭାବରେ ରଖିଲେ l ତା’ ପରେ ତାନ୍ତ୍ରିକଟି କେଉଁଆଡ଼େ ଚାଲିଗଲା l ହେମନ୍ତ ରାତିରେ ନିଜ ରୂପ ଦେଖାଇବାରୁ ରାଜା ଝିଅ ବେଶ୍ ଖୁସି ହୋଇଗଲା l ଏପରି କିଛି ଦିନ ଗଳାପରେ ଭୂତଦେବ ତାକୁ ନେବାକୁ ଆସିଲା l ହେମନ୍ତ ତାକୁ ଅନୁରୋଧ କରି ଆଉ ଏକ ସପ୍ତାହ ରହିବାକୁ କହିଲା l

ଏହା ଭିତରେ ମନ୍ତ୍ରୀପୁଅ ହେମନ୍ତର ଝିଅରୂପ ଦେଖି ବିବାହ କରିବାକୁ ଅଡ଼ି ବସିଲା l ରାଜା ଭୁତଦେବ ଆସିବାଯାଏ ଅପେକ୍ଷା କରିବାକୁ କହିଲେ l ଭୁତଦେବ ଆସି ହେମନ୍ତକୁ ନେଇଗଲେ l ହେମନ୍ତ ତାଙ୍କୁ କହିଲା ଯେ ରାଜାଝିଅ ଚନ୍ଦ୍ରପ୍ରଭା ବର୍ତ୍ତମାନ ଗର୍ଭବତୀ ହୋଇଛି l ଭୁତଦେବ ସେହି କଥା ରାଜାଙ୍କୁ ଜଣାଇଲେ l ହେଲେ ରାଜା ଚନ୍ଦ୍ରପ୍ରଭା ସହିତ ହେମନ୍ତର ବିବାହକୁ ଅସ୍ଵୀକାର କଲେ l ଶେଷରେ ହେମନ୍ତ ଦୁଃଖରେ ଭାଙ୍ଗି ପଡ଼ି ଆତ୍ମହତ୍ୟା କରିଦେଲା l

ବେତାଳ କହିଲା, ଏହି ପାପରେ ରାଜା ଭାଗୀଦାର ହେବେ ନା ନାହିଁ ?

ବିକ୍ରମାଦିତ୍ୟ କହିଲେ – ହେମନ୍ତ ସବୁ କିଛି ଲୁଚାଇ କରିଛି l ତେଣୁ ରାଜା ଦୋଷୀ ନ ହୋଇ ହେମନ୍ତ ନିଜେ ହିଁ ଦୋଷୀ ଅଟେ l

ବେତାଳ କହିଲା – ମନ୍ତ୍ରୀର ପୁଅ ତ ପୁଣି ତା’ର ନାରୀ ବେଶ ଦେଖି ବିମୋହିତ ହୋଇଗଲା l ସେ କାହିଁକି ଆତ୍ମହତ୍ୟା କଳା ନାହିଁ ? ସେ ତ ପୁଣି ବଞ୍ଚି ରହିଲା l

ରାଜା କହିଲେ – ମୋ’ ବିଚାରରେ ଦୁନିଆ ଯାହା ଜାଣିଲା ତାହା ସତ୍ୟ, ଆଉ ସବୁକଥା ମିଛ l

ବେତାଳ କହିଲା – ତୁମେ ଠିକ୍ କହିଛ ବିକ୍ରମ ! ଏଥି ସହିତ ଏକ ଅଟ୍ଟହାସ୍ୟ କରି ସେ ସେହି ଗଛ ଆଡ଼କୁ ଚାଲିଗଲା l


Rate this content
Log in

Similar oriya story from Children