Sukanta Nayak

Drama Others

1.7  

Sukanta Nayak

Drama Others

ଆଇସକ୍ରିମ୍

ଆଇସକ୍ରିମ୍

3 mins
7.9K


ସହରରେ ଜୀବନ ପୁରା ବ୍ୟସ୍ତବହୁଳ, ବେଳେବେଳେ ଟିକେ ନିଶ୍ୱାସ ମାରିବାକୁ ଫୁରସତ ମିଳେନାହିଁ । ବର୍ଷ ସାରା ଯଦି କିଛି ଜିନିଷ ପାଇଁ ଅପେକ୍ଷା ଥାଏ ତାହା ହେଲା ଟିକେ ଛୁଟି । ବାରମାସରେ ଗୋଟେ ବୋଲି ଲମ୍ବା ଛୁଟି, ସେଇଟା ହେଉଛି ଖରାଛୁଟି । ଏଥର ବାପା ମାଆଙ୍କର ଗୋଟିଏ ବୋଲି ଜିଦ୍ ଥିଲା, ଗାଁ କୁ ଯିବା । ମୋର କିନ୍ତୁ ଜମା ଇଚ୍ଛା ନଥାଏ । ଗାଁରେ ନା ଇଣ୍ଟରନେଟ୍ ଅଛି ନା କିଛି କ୍ଲବ୍ ଘର ଅଛି । ଆଉ ଏବେ ତ କେହି ସାଙ୍ଗ ସାଥି ଭି ନାହାନ୍ତି । ଟିକେ ଫେସବୁକ୍ କରିହେବ ନା ଆଉ ଟିକେ ଚାଟିଙ୍ଗ୍ ହେଇପାରିବ, ହେଲେ ବାପା ମାଙ୍କ ଇଚ୍ଛା ସେଥିପାଇଁ ଗାଁ କୁ ଆସିଛୁ । ସେଦିନ ବହୁତ ଗରମ ହଉଥାଏ, ମୁଁ ଘର ବାହରେ ଅଗଣାରେ ବସିଥାଏ ଟିକେ ପବନର ଅପେକ୍ଷାରେ । ସେପଟୁ ମାଆର ଡାକ ଆସିଲା- ଆରେ ବିଜୁ ଆଜି ପରା ବୁଧବାର ଗାଁ ହାଟ ଲାଗିଥିବ, ଘରେ କିଛି ପରିବା ନାହିଁ, ଯା ଟିକେ ସାଇକଲ ମାରିଦେଇ କଣ କିଛି ପରିବା ନେଇଆ । ଇଚ୍ଛା ତ ହଉନଥାଏ, ହେଲେ ଆଉ କଣବା କରିହେବ । ଏଇଟା ତ ସହର ନୁହେଁ ଯେ ଘର ପାଖରେ ଦୋକାନ । ପାଞ୍ଚ କିଲୋମିଟର ଗଲେ ହାଟ ପୁଣି ଉପରୁ ଜୁନ ମାସର ହୁଧୁହୁଧିଆ ଖରା ।  

ହାତରେ ପରିବା ବ୍ୟାଗ୍ ଧରି ବାହାରିଲି ହାଟ । ସାଙ୍ଗରେ ଧଇଁଆ ସାଇକଲ, ମୁଣ୍ଡରେ ଓଦା ଗାମୁଝା ଖାଲି ଆଖି ଦୁଇଟା ଦେଖାଯାଉଛି, ପୁଣି ଫୁଲ୍ ପ୍ୟାଣ୍ଟ ସାର୍ଟ ଆଉ ଚପଲ ଦିଟା ଗୋଡ଼ରେ ଚାହିଁଛନ୍ତି ଭକୁଆ ଭଳି । ଯେମିତି ବାହାରି ପଡ଼ିଲି ଯୁଧ୍ୟ ପାଇଁ । ଗାଁରୁ କିଛି ବାଟ ଚାଲି ଆସିଥାଏ । କିଛି ଅଳ୍ପ ଦୂରରେ ଦେଖିଲି ଗୋଟେ ଆଇସକ୍ରିମ୍ ଵାଲା ଓ ତା ପାଖରେ ଛୋଟ ପିଲାଟି ଠିଆ ହୋଇଛି । ମୁଣ୍ଡଫଟା ଖରା ହଉଥାଏ, ଛୁଆଟି ଖରାରେ ପୁରା କଳା କେଉଟ ପରି ଦେଖାଯାଉଥାଏ । ସାର୍ଟର ଉପର ଦିଟା ବୋତାମ ଛିଡିଯାଇଛି, ହାଫ୍ ପ୍ୟାଣ୍ଟଟି ପୁରା ମଳିଆ କିଟ୍ କିଟ୍ । ଦେହରୁ ଝାଳ ପୁରା ଗମ୍ ଗମ୍ ବୋହିଯାଉଥାଏ କିନ୍ତୁ କିଛି ପର୍ବାୟେ ନାହିଁ ତାର । ହାତରେ ଅଛି ଗୋଟେ ଆଇସକ୍ରିମ୍ । ଓଠ ଲାଲି ହେଇଗଲାଣି ତାର, ରସ ହାଥରୁ କହୁଣୀ ପର୍ଯ୍ୟନ୍ତ ପହଞ୍ଚି ବୋହିଯାଉଛି, ହେଲେ ସେ ତାର ଆଇସକ୍ରିମ୍ ଚାଟିବାରେ ବ୍ୟସ୍ତ । ଆଇସକ୍ରିମ୍ ଏମିତି ଚାଟି ଯାଉଛି ଯେ, ଯେମିତି ୟାଠୁ ବଡ ସୁଆଦିଆ ଜିନିଷ ଆଉ କିଛି ନାହିଁ । ଏସବୁ ଦେଖି ମୋ ମନରେ ଭାରି ଇଚ୍ଛା ହେଲା ଗୋଟେ ଆଇସକ୍ରିମ୍ ଖାଇବାକୁ । ସାଇକଲଟି ଟିକେ ଧିରେ କରିଲି ହେଲେ ମନେପଡିଗଲା ଯେ ହାଟ ଯିବାର ଅଛି । ମନକୁ ମାରି ଆଗକୁ ବଢି ଚାଲିଲି ।

ମନକୁ ମାରି ତ ଚାଲିଆସିଲି କିନ୍ତୁ ମନ ମୋର ଆଇସକ୍ରିମ୍ ପାଖରେ । ମାନେପଡ଼ିଗଲା ମୋର ପିଲା ଦିନ କଥା। ଖରାଦିନେ ଶୋଇବା ପାଇଁ କେତେ ଯେ ବାହାନା । ମା କହେ ଶୋଇଯା ଉଠିଲେ ଆଇସକ୍ରିମ୍ ଖାଇବୁ । ପୁଣି କେବେ ମାକୁ ଶୋଇଦେଇ ଲୁଚି ଲୁଚି ସାଙ୍ଗମାନଙ୍କ ସହ କ୍ରିକେଟ୍ ଖେଳିବାକୁ ଯିବା । ପଡୋଶୀ ଘର ଆମ୍ବ ଗଛରୁ ଲୁଚି ଛପି ଆମ୍ବ ତୋଳିବା । ଆହୁରି କେତେ କଣ । ଭାବୁ ଭାବୁ ଆସି ହାଟ ପହଞ୍ଚିଗଲା । ପରିବା ପତ୍ର ସବୁ କିଣାକିଣି କରିଲି, ଜିନିଷ ସବୁ ଶୀଘ୍ର ଶୀଘ୍ର ବ୍ୟାଗରେ ଭରି ଘରକୁ ଫେରିବା ପାଇଁ ବାହାରିଲି । ମନରେ ଆଇସକ୍ରିମ୍ ଖାଇବାର ଇଚ୍ଛାଟା ବଢିବାରେ ଲାଗିଥାଏ । ଆଖି ଦୁଇଟି ମୋର ଖାଲି ଆଇସକ୍ରିମ୍ ଵାଲାକୁ ଖୋଜୁଥାଏ । ମନରେ ଇଚ୍ଛା ବଢ଼ୁଥାଏ ଓ ଅଥୟ ଲାଗୁଥାଏ, କାହିଁକିନା ବାଟ ସରି ସରି ଆସୁଥାଏ । ଦେଖୁ ଦେଖୁ ଗାଁ ପହଞ୍ଚିଗଲା ହେଲେ ଆଇସକ୍ରିମ୍ ଵାଲାର କୌଣସି ଖବର ନାହିଁ । ମନଟି ପୁରା ଭାଙ୍ଗିପଡ଼ିଲା । ଶେଷରେ ଆସି ଘରେ ପହଞ୍ଚିଲି, ମନ ବହୁତ ଦୁଃଖ । ଗୋଟେ ଆଇସକ୍ରିମ୍ ଇଚ୍ଛା କରିଥିଲି ଯେ ସେ ଭି ମିଳିଲାନି । ମନଦୁଃଖରେ କହିଲି ମାଆ ନେ ତୋ ପରିବା, ନେଇଯା ରାନ୍ଧିକି ଖାଇବୁ । ଠିକ୍ ସେତିକିବେଳେ ପଛପଟୁ ବାପା ଡାକ ପକାଇଲେ, କହିଲେ ବିଜୁ ନେ ତୋ ମନପସନ୍ଦ ଓରେଂଜ ଆଇସକ୍ରିମ୍, ଏଇନେ ଆଇସକ୍ରିମ୍ ଵାଲା ଏଆଡୁ ଗଲାତ... । ମୋ ମନ ଖୁସିରେ ନାଚିଉଠିଲା ଯେପରି ସେ ପିଲାଟି ବେପର୍ବା ହୋଇ ଆଇସକ୍ରିମ୍ ଖାଉଥିଲା ।


Rate this content
Log in

Similar oriya story from Drama