STORYMIRROR

DAYANAND SABAR

Drama Tragedy Crime

3  

DAYANAND SABAR

Drama Tragedy Crime

ଆ ବଳଦ ମତେ ଢୁସ

ଆ ବଳଦ ମତେ ଢୁସ

2 mins
189

ନବୀନ ବାବୁ ଖୋବ ବଡ଼ ଧନୀ । ନବୀନ ବାବୁଙ୍କର ଦୁଇଟା ଟୁକେଲ । ଗୁଟେ ଫେସବୁକ ନେ ଲଟରପଟର ହେଇ କରି ଉଧୁଳିଆ ପଲାଲା । ତାର ସାନ ଟୁକେଲ ପିଙ୍କି । ଭୁବନେଶ୍ୱର ଥି +୩ ରେ ପହେଲା ନମ୍ବର ରେ ପାସ କଲା, ଆଉ ଘରେ ହେନ୍ତା ସୋଯ ବସି ରହେଲା ହେନ୍ତା ଘରେ କେତେ ରହେବା ଦିନେ ଫେସବୁକ ଖୁଲି କରି ଫେସବୁକ ନେ ପ୍ରେରଣା ମୂଳକ, ଶିକ୍ଷା ମୂଳକ ପୋଷ୍ଟ ମନେ କରି ବସଲା, ହେନ୍ତା ଚାଲୁ ଥେ ଫେସବୁକ ଚଲା କେତେ ଦିନ ।


ଇଆଡେ ତାର ବୁଆ ନବୀନ ବାବୁ ପିଲା ଖୁଜୁଛନ ବିହା କରି ଦେମୀ ଆମର୍ ପିଙ୍କି କେ ବଲି, ହେଲେ ପିଲା ନି ମିଲବାର ଇଆଡେ ପିଙ୍କି ବୁଢ଼ୀ ହେ ତେଲ ଜଉଛେ । ପିଲା ମନେ ଟୁକେଲ ଫେସବୁକ ହ୍ଵାଟ୍ସଆପ ଚଲାସୀ ବଲି କିହେ ପସନ ନି କରବାର, ଗୁଟେ ମଧୁଆ ପିଲା ରାଜୁ ପଇସା ଲାଲଛ ଥି ବିହା ହେବାର କେ ରାଜି ହେଇ କରି ପିଙ୍କି କେ ବିହା ହେଲା ବିହା ବର୍ପଣ ସରଲା ପରେ ,ରାଜୁ, ଦିନେ ମଧୁଆ ମାନକର ସଂଗେ ମଦ ପିଉ ଥେ ମଦ ପିଲେ କେତେ କଥା ବାହାରସି ହେନ୍ତା କଥା ଟେ ବାହାର ଲା ଯେ ଫେସବୁକ ଚଳୁଥିବାର ଟୁକେଲ ମନେ ଖୋବ ବିଗଡ଼ି ଗଲେ ନ, ନ ଆଜି କାଲି ଯେ ଜାହାକେ ଜାଣା ପଠେଇ ପାରଲା ପଠଉଛେ ଯେ ଯେନ୍ତା କମେଣ୍ଟ କରୁଛେ, ଏନ୍ତା କଥା ବାର୍ତା ଚାଲ୍ଲା, ରାଜୁ ର ମଧୁଆ ସାଙ୍ଗ ପିଙ୍କୁ କହେଲା କାଲି ଗୁଟେ ଟୁକେଲ ସଂଗେ କଥା ହେନି ବୋ ସେ ଟୁକେଲ ଚାଲ ଭାଗମା ବଲି କହୁଛେ ଦେଖ ତାର ଫୋଟୋ ବଳି କରି ସବକେ ଦେଖେଇ ଦେଲା , ଆଉ ତାର ନା ରିଙ୍କି ଆଏ ବଳି କହେଲା, ସଭେଁ ଦେଖଲେ ମସ୍ତ ଅଛେ ଵୋ କହେଲେ ରାଜୁ ବି ଦେଖଲା ,କମେଣ୍ଟ ମନେ ବି ଦେଖେଇ ଦେଲା 

ରାଜୁ ତାର କନିଆଁ ର ଫୋଟୋ ଦେଖି କରି ଚମକି ପଡଲା ।


ରାଜୁ ର କନିଆଁ ବି ଫେସବୁକ ଚଲାସି ରାଜୁ ଇ କଥା ଆଘୋ ନୁ ଜାନିଛେ ତ ରାଜୁ ର ରକତ ଗରମ ହେଇ ଗଲା ମୋର କନିଆଁ ମତେ ଧୋକା ଦେଉଛେ ବଳି ଚୁପଚାପ ମଦଭାଟି ନୁ ସିଧା ଘର କେ ଛୁଟଲା ରଡ଼ ଗୁଟେ ଧରି କରି, ଘର କେ ଗଲା ଆଉ ପିଙ୍କି କେ କିଛି ନି କହି କରି ମଦର ସୁରେ ରଡ଼ ଭୂଷି ଦେଲା ପିଙ୍କି ଛଟପଟ ହେଇ କରି ମରି ଗଲା, ପିଙ୍କି ବିଚାରି ଏତେ ଭଲ ଟୁକେଲ ବିନା ଦୁସେ ତାର ଜୀବନ ଗଲା ସେ ବିଚରି କିଛି ବି ଭୁଲ ନି କରି ଥେଇ ।


ତାର ଫେସବୁକ ନୁ କେ ଗୁଟେ ଫୋଟୋ ନେଇ କରି ଫେକ ଆଇଡ଼ି ବନେଇ କରି ପିଲା ମନକୁ ଭକୁଆ ବନଉ ଥେ ଇ କଥା ରାଜୁ ବି ଜାନି ନି ପାରି କି ସେ ପିଙ୍କି ବି ନି ଜାନି ଥେଇ ।


ସଭେଁ ସାବଧାନ ହୁଅ ! ଟୁକେଲ ଫେସବୁକ, ହ୍ଵାଟ୍ସଆପ ଚଲଉଛେ ବଲି ଜାନଲେ  ସେ ଘର କେ ଆଉ ଟୁକେଲ ନି ଦେଖି ଯିବାର ନ କେନ୍ତା ଟା ନି କେନ୍ତା ଟା ହେଇ ଥିବା ବଲି, ତାକର ଚାଲି ଚଲନ କେନ୍ତା ଥିବା ହେନ୍ତା କଥା ଭାବି କରି ।


ହେତିର ଲାଗି ମୋର ଫେସବୁକ ର ସବୁ ଭାଇ ବୁହେଁନ, ବନ୍ଧୁ ମାନକୁ ମୋର ଛୋଟ ବିନତି ଫେସବୁକ ,ହ୍ଵାଟ୍ସଆପ, .... ବ୍ୟବହାର କଲେ ଭଲ ଭଲ ଜିନିଷ ପୋଷ୍ଟ କରୁଥିଲେ ବି, ଭଲ ଜିନିଷ share କରୁଥିଲେ ବି, ଭଲ ଭଲ କମେଣ୍ଟ କରୁଥିଲେ ବି ସବକର ନଜରିଆ ସମାନ ନି ଥେ , ଗଲତ ବି ଭାବବାର ଲୋକ ବହୁତ ଥିସନ ଦେଖି କରି, ଆଉ ନିଜର ଫୋଟୋ କେ ନେଇ କରି ମିସ ଇଉଜ କରସନ । ଆଉ ଏନ୍ତା ପରିସ୍ଥିତି ସାମ୍ନା କରବା କେ ପଡି ପାରେ, ହେତିର ଲାଗି ଦେଖି ଚାହିଁ ଫେସବୁକ, ହ୍ଵାଟ୍ସଆପ ବ୍ୟବହାର କରୁନ ।


ମୁଇ କାହାକେ ଆକ୍ଷେପ କରି ଦୁଃଖ ପୁହୁଚାବାର କେ ନି ଲେଖି ଲୋକ ବୁଝବେ ଆଉ ସତର୍କ ହେବେ ବଲି ଇ କଥାନି ଲେଖିଛେ, ଭୁଲ ଥିଲେ କ୍ଷମା କରବେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama