Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhobendra Naik

Inspirational

3  

Bhobendra Naik

Inspirational

ଯୁବ ଶକ୍ତି

ଯୁବ ଶକ୍ତି

1 min
272


ଜାଗ୍ରତ କରିବା ନିଜ ଶକ୍ତିକୁ

ଚେଇଁ ଉଠିବା ବାରେ,

ଦେଖାଇ ଦେବା ନିଜ ପରାକ୍ରମ

ସଂସାର ବାସୀଙ୍କୁ ଥରେ ।।

ଦୂରତ୍ବ ନଷ୍ଟ କରିବା ପାଇଁ

ଟେଲିଫୋନ ଉଦଭବ ,

କରିଗଲେଣି ଯୁବ ବନ୍ଧୁ ଆମ

ଦେଖିବା ତାକୁ ଆଗ ।।

ପୃଥିବୀ ବାହାରେ ରହିବା ପାଇଁ 

କଲେଣି ଗବେଷଣା,

ଉଡ଼ିବା ପାଇଁ ଉଡାଜାହାଜ 

ଆମ ବନ୍ଧୁଙ୍କୁ ଜଣା ।।

ଶକ୍ତି ଆମର ଅମାପ ଅଟେ

ଚିହ୍ନିବା ଆସ ଥରେ,

ନୂଆ କରିବାର ଅଭିଳାଷକୁ

ସ୍ଥାନ ଦେବା ମସ୍ତିଷ୍କରେ ।।

କରିପାରିବାର ସବୁ କ୍ଷମତା 

ଅଛି ଆମ ଭିତରେ,

ଇଚ୍ଛା ଶକ୍ତିକୁ ଦୃଢ଼ କରିଲେ 

ସବୁ ସମ୍ଭବ ହୋଇପାରେ ।।

ଇଚ୍ଛା ଶକ୍ତିକୁ ମାରୁଛୁ୍ଁ କାହିଁ

ଭୁଲି ନିଜ ଶକ୍ତିକୁ

ତୁଚ୍ଛ ସୁଖ ପାଇଁ ବିଷ ଆପଣେଇ 

ଛାଡି ଦେଉଁ ଅମୃତକୁ ।।

ଆସ ଯୁବ ବନ୍ଧୁ ଉଠିବା ଜାଗି

ସମୟ ଥିବା ଆଗୁ,

ଦେଶପାଇଁ କିଛି କରିଦେଇକି

ଚିହ୍ନେଇ ଦେବା ନିଜକୁ ।।



Rate this content
Log in

Similar oriya poem from Inspirational