STORYMIRROR

Susil Panigrahi

Fantasy Others

3  

Susil Panigrahi

Fantasy Others

ଯେବେ ଫୁଲ ନ ଥିବ

ଯେବେ ଫୁଲ ନ ଥିବ

1 min
384


ଯେବେ ହଜିଯିବେ ସବୁ ଫୁଲ

ଜାଣିବ ଏ ଧରାରେ

ହୃଦୟ ବୋଲି କିଛି ନାହିଁ।

ପଥରମାନଙ୍କର ଭାଷାରେ

ପ୍ରେମ ବୋଲି ଶବ୍ଦଟିଏ

କଣ ଥିବ?

ଶିଉଳିର ସ୍ଵପ୍ନ ଥିବ ମହାର୍ଘ

ମେଘ ପାଇଁ ପ୍ରାର୍ଥନା

ସବୁଠୁ କରୁଣତମ!

ନା, ଏମିତି କିଛି

ଘଟିବାର ନାହିଁ

ଇତିହାସ ସମ୍ପୂର୍ଣ୍ଣ ହେଇସାରିଥିବ

ଶେଷ ପୃଷ୍ଠାରେ ଅନ୍ତିମ ଦୂବର

ସନ୍ତକ ସହ।

ସୁଶୀଲ କୁମାର ପାଣିଗ୍ରାହୀ

ଧୁଚୁରାପଡା, ସମ୍ଵଲପୁର-୧


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy