STORYMIRROR

Bidyadhar Mantry

Abstract Classics Inspirational

3  

Bidyadhar Mantry

Abstract Classics Inspirational

ଯାତ୍ରା ମଞ୍ଚ ନୃତ୍ୟ

ଯାତ୍ରା ମଞ୍ଚ ନୃତ୍ୟ

1 min
181



ଯାତ୍ରା ପ୍ରତି ପ୍ରେମ ଅବା ଯାତ୍ରା ପ୍ରେମୀ 

ସର୍ବେ କଳାର ପୂଜାରୀ

ପୁଣି ଯାତ୍ରା କଳାକାର ସର୍ବାଗ୍ରରେ 

ମନୋରଞ୍ଜନ ବେପାରୀ

ଦ୍ବିଅର୍ଥ ବୋଧକ ସଂଳାପ ମୁଖରେ

ପୁଣି ଅଙ୍ଗ ପ୍ରଦର୍ଶନ

ମାଆ ଝିଅ ବୋହୂ ବି ଦର୍ଶକ ସାଜି

ଅଯଥାରେ ଅପମାନ


ହାସ୍ୟ ଅଭିନୟ ସହ ଅଙ୍ଗ ଭଙ୍ଗୀ 

ସବୁକିଛି ହିଁ ଅଶ୍ଳିଳ

ଚଳନ୍ତି ଘଟଣା କାହାଣୀ ଆଳରେ 

ରହୁ ନାହିଁ ଥଳ କୂଳ 

ପ୍ରାୟ ଉଦଣ୍ଡ ନୃତ୍ୟ ପରିବେଷଣ 

ସିନେମା ଠାରୁ ବି ବଳି

ଖୋଲା ଖୋଲି ଅଙ୍ଗ ହୁଏ ପ୍ରଦର୍ଶନ

ତଥାପି ବାଜୁଛି ତାଳି 


ଏ ଯାତ୍ରା ପରିଚାଳନାର ଦାୟିତ୍ଵ 

ଯିଏ ବା ପାଖେ ରଖିଛି

ପରୋକ୍ଷରେ ଅବା ପ୍ରତ୍ୟକ୍ଷରେ ପୁଣି

ତା' ଝିଅ ବୋହୂ ଦେଖୁଛି

ରେକର୍ଡିଂ ସହିତ ପ୍ରଚାର ପ୍ରସାର

ପୁଣି ଗଣ ମାଧ୍ୟମରେ

ଅର୍ଥ ଉପାର୍ଜନ ଆଢ଼ୁଆଳେ ପ୍ରାୟ

ଅଶ୍ଳିଳତା ସମାଜରେ


ନିୟମ ଆଇନ କାନୁନ ପ୍ରାୟତଃ

ରହିଛି ବଳବତ୍ତର

ଜାଣି ଶୁଣି ସର୍ବ ସମ୍ମୂଖେ ଉଲଗ୍ନ

ଅଛି କି ତା ପ୍ରତିକାର!!!

ଜନତାଙ୍କୁ ସମ୍ବୋଧନ ଆଢ଼ୁଆଳେ 

ନେତା ବ

ି ଯାତ୍ରା ମଞ୍ଚରେ

ନିୟମ ଆଇନ କିଛି ଲାଭ ନାହିଁ

ସବୁ ଉଡୁଛି କଥାରେ


ନିଜକୁ କଳାର ପୂଜାରୀ ନାମରେ

ନାରୀ ସମ୍ପୂର୍ଣ୍ଣ ଲଙ୍ଗଳା

ଘର ଚାରି କାନ୍ଥ ଯାହା ଦେଖି ନାହିଁ 

ତାହା ଯାତ୍ରାରେ ମୁକୁଳା 

ବେଶ୍ୟା ର ବି ସମ୍ମାନ ପ୍ରାୟ ଅକ୍ଷୁର୍ଣ୍ଣ

ରହୁଛି ଆମ ପାଶରେ 

ବେଶ୍ୟା ବୃତ୍ତି ବି ସ୍ଵୀକୃତି ପାଇଛି

ବିକଶିତ ସମାଜରେ

କିନ୍ତୁ ସର୍ବ ସମ୍ମୁଖରେ ଉଲଗ୍ନତା 

ଆଦୌ ନୁହେଁ ଗ୍ରହଣୀୟ

ନିୟମ ନୁହଁ ,ଜନ ସଚେତନତା 

ଏକ ମାତ୍ର ହିଁ ଉପାୟ

ରାଣୀ, ରାନୀ ,ନିଶା ଓ ସାହୁ ଭାଉଜ

ନାରୀ ନାମରେ କଳଙ୍କ

ପେଟ ପାଇଁ ନୁହଁ, କଳା ପାଇଁ ନୁହଁ

ଚରିତ୍ର ନାମେ କଳଙ୍କ


ହେ ଯାତ୍ରା ମାଲିକ ଓ ପରିଚାଳକ

ଅଶ୍ଳିଳତା ବନ୍ଦ କର

ତୁମର ବି ମାଆ ଝିଅ ବୋହୂ ଘରେ

ନାରୀଙ୍କୁ ସମ୍ମାନ କର

ହେ ଉତ୍ପାତ କାରୀ ଯୁବ ଯାତ୍ରା ପ୍ରେମୀ

ଯାହା ଦେଖୁଛ ଯାତ୍ରାରେ

ତୁମ ପରିବାର ଲୋକ ଦେଖୁଛନ୍ତି

ଘରେ,ଗଣ ମାଧ୍ୟମରେ

କଳା ,କଳାକାର,ଯାତ୍ରା,ଯାତ୍ରା ମଞ୍ଚ

ମନୋରଞ୍ଜନ ଯୋଗାଉ 

ନୃତ୍ୟ,ସଂଳାପ,ଅଙ୍ଗ ଭଙ୍ଗୀ ଓ ଭାଷା

ସଂଯମତା ରକ୍ଷା ହେଉ


Rate this content
Log in

Similar oriya poem from Abstract