ତୁମରି ସ୍ମୃତିରେ
ତୁମରି ସ୍ମୃତିରେ
କେଇଟା ମୁହୂର୍ତ୍ତ ପାଇଁ ତମ ସହ ଦେଖା
ଅଜସ୍ର ସାଉଁଟା ତୁମ ସ୍ମୃତି ପରା
ହଁ ଆଜି ଭାବି ବସିଲେ
ଆଖିରେ ଆସେ ଲୁହର ବନ୍ୟା
ଯେମିତି ନଦୀ କି ବୁଝିବ ମନର ଜାତନା
ନା ଶୋଷ କି ବୁଝିବ ଲୁହ ବେଦନା
ସେମିତି ତମେ କି ବୁଝବ ହୃଦୟର କଥା
ତୁମ ପାଇଁ ଏସବୁ ମୂଲ୍ୟହୀନ ପରା
ଆସିଥିଲ ତୁମ ଇଚ୍ଛାରେ ଚାଲିଗଲ ତୁମ ଇଚ୍ଛାରେ
ମଝିରେ ଏକା ଛାଡି ଚାଲି ଗଲ ତୁମ ବାଟରେ
ହଁ ଆଜି ବି ଝୁରି ମରେ ଏକା ତୁମରି ସ୍ମୃତିରେ......