ତୁମ ବିନା
ତୁମ ବିନା
ତୁମ ବିନା କେବେ ନିଃଶ୍ଵାସ ନେଇଛି
ମନେ ପଡୁନାହିଁ ମୋର
ବିଶ୍ୱାସ ନଥିଲେ ତୁମେବି ନ'ଥାନ୍ତ
ନା'ଥାନ୍ତା ଏହି ଶରୀର।।
ତୁମକୁ ନେଇ ମୋ ସକାଳ ଆରମ୍ଭ
ତୁମେ ନଥିଲେ ତ ରାତି
ଯୁଆଡେ ଚାହେଁ ମୁଁ ତୁମ ବିନା ଖାଲି
ସ୍ୱପ୍ନ ମୋର ହୁଏ ଇତି।।
ଏମିତି ଡୋରୀରେ ବନ୍ଧା ଏ ଜୀବନ
ତୁମେ ନଉକା ମୁଁ କାତ
ସମୟ ସ୍ରୋତରେ ଆସ ଭାସିଯିବା
ଧରା ଧରି ହୋଇ ହାତ।।
ତୋତେ ପାଇବାର ଉତ୍ସାହ ଏମିତି
ଗଢ଼ିଛି ନୂଆ କୋଣାର୍କ
ପ୍ରେମ ମନ୍ଦିରରେ ପୂଜା ଫୁଲ ଭଳି
ଆମ ଏ ସ୍ନେହ ସମ୍ପର୍କ।।
ପ୍ରଦୀପ ବନ୍ଧ, ଭଦ୍ରକ ବାସୁଦେବପୁର
ସାନମଛୁଆଘାଇ,ରାଜଘରପୋଖରୀ
ଭ୍ରାମ୍ୟଭାଷା--୮୦୭୨୭୮୩୨୨୦,,
