STORYMIRROR

Pradeep Bandha

Others

3  

Pradeep Bandha

Others

ସ୍ମୃତି ଏଠି ଚିରା ପୃଷ୍ଠାର

ସ୍ମୃତି ଏଠି ଚିରା ପୃଷ୍ଠାର

1 min
536


ଚିରା ଚରିତ ଏ ଚିତ୍ରର କାହାଣୀ

ବହୁତ ପୁରୁଣା ଗପ

ଦରିଦ୍ର ସୁଦାମା ହୃଦୟ ଜୀବନୀ

ଆଉ ନାହିଁ ସେହି ରୂପ।।

ସ୍ନେହ ପ୍ରେମ ସବୁ ଲୋପ ପାଇଲାଣି

ବନ୍ଧୁ ସାଜୁଛି ବନ୍ଧୁକ

ନିଜ ରକ୍ତ ଏଠି ଭଗାରୀ କିମ୍ପାଇ

ବଳି ପଡେ ଭଲ ଲୋକ।।

ଗାନ୍ଧିବାଦୀ ନୀତି ଲୋପ ପାଇଲାଣି

ନିଇତି ଗଣ ଦୁଷ୍କର୍ମ

ମୁକୁଟ ପିନ୍ଧା ଏ ନେତା ମନ୍ତ୍ରୀ ସବୁ

ଦେଶକୁ କଲେ ନିଲାମ।।

ପେଟପାଇଁ ଏଠି ଶ୍ରମିକ କାନ୍ଦୁଛି

ହାକିମ ହାତେ କଲମ

ରାଜରାସ୍ତା ଦେଖ ଭିକାରୀଙ୍କ ଭିଡ଼

ମିଛରେ କେତେ ସଲାମ।।

ପ୍ରଦୀପ ବନ୍ଧ ,ଭଦ୍ରକ,ବାସୁଦେବପୁର

ସାନମଛୁଆଘାଇ,ରାଜଘରପୋଖରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍