ତୁ ଆଉ ନାହୁଁ ମାଁ
ତୁ ଆଉ ନାହୁଁ ମାଁ
ବିନା ଡାକରେ ସକାଳୁ ମୁଁ ନିଜେ ଉଠିଯାଉଛି
ତୁ ଆଉ ନାହୁଁ ମାଁ,
ବିନା କାନ୍ଦରେ ସବୁ କାମ ନିଜେ କରିଦେଉଛି
ତୁ ଆଉ ନାହୁଁ ମାଁ,
ଵେଶ ଠିକ୍ ଅଛି କି ନାହିଁ ତନଖି ଦେଉଛି
ତୁ ଆଉ ନାହୁଁ ମାଁ,
ଭୁଲ୍ କରିଲେ ନିଜକୁ ବୁଝେଇ ଦେଉଛି
ତୁ ଆଉ ନାହୁଁ ମାଁ,
ଦୁଃଖ ଆସିଲେ ନିଜକୁ ଶାନ୍ତ କରିଦେଉଛି
ତୁ ଆଉ ନାହୁଁ ମାଁ,
ବିନା ତାରରେ ମୁଁ ଶୋଇ ଯାଉଛି
ତୁ ଆଉ ନାହୁଁ ମାଁ ।
