Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saudamini Panda

Others

4.3  

Saudamini Panda

Others

୪ଟା ମଲ୍ଲି ଫୁଲ

୪ଟା ମଲ୍ଲି ଫୁଲ

1 min
11.9K


ଗତରାତି ଭୋଜନ କରି ପଟି ଉଠାଗଲା

ଘଡିରେ ନଅ ଦେଖି ବିଜୁଳି ଚାଲିଗଲା

ବାପା ଲଣ୍ଠନ ଧରି ମାଁଙ୍କୁ ଡାକିଲେ

ମାଁ ମଜ୍ଜାଧୁଆ ସାରି ଦାଣ୍ଡ ପିଣ୍ଡାକୁ ଆସିଲେ

ଚନ୍ଦ୍ର ଆଲୁଅ ଆଉ ପବନ ଶୀତଳ

ତାହିଁରେ ବାପା ମାଁଙ୍କ ସହ ବାର୍ତ୍ତାଳାପ

ବଗିଚାରେ ‌‌‌‌‌ଦୁଇ ମଲ୍ଲି ଫୁଟିଥିଲା

ଚର୍ଚ୍ଚାରେ ଏହାର ବାସ୍ନା ଆସିଥିଲା

ଛୋଟ ଗଛଟିରେ ଦୁଇଟି କଢି ବି ଥିଲା

ମାଁଙ୍କୁ ପଚାରିଲି ବାକି ଦୁଇ ଫୁଲ କେମିତି ହେଲା

ସାନ ଭାଇ ତାହିଁରେ ହସିଦେଲା

କହିଲା ଭୋର ସକାଳୁ ଏ ସବୁ ହେଲା

ମୋ ମନ ସେଇଠୁ ସକାଳ ପାଇଁ ଵ୍ୟାକୁଳ ହୋଇଥିଲା

ଆଜି ନିଜେ ଶୀଘ୍ର ଉଠି ବାହାରିଲି

ନାରଙ୍ଗୀ କିରଣରେ ସୂର୍ଯ୍ୟ ଉଠିବାର ଦେଖିଲି

ବଗିଚାରୁ ମାଁ ଡାକ ପକାଇଲା

ଭାଇ ଆସି ଢାଳେ ପାଣି ଧାରାଇଲା

ପାଣି ଦେବାକୁ ଆଗକୁ ବଢ଼ାଇଲି ଢାଳ

ଦେଖିଲି କଢି ସବୁ ହୋଇଯାଇଛି ଫୁଲ

ଦୁରେ ଫାଟକେ ବାପା ଡାକିଲେ

ଜନ୍ତୁ ବାହାରିବ ବେଶୀ ବଗିଚାରେ ରହିଲେ

ମାଁ କାକୁର୍ତିରେ ଚାଲ ଚାଲ କହିଲେ

ସମସ୍ତେ ଫୁଲ ନେଇ ଘରକୁ ଆସିଲେ

କାଲି ଆଉ ଆଜିର ଚାରି ଫୁଲକୁ ନେଇ

ଘର ଆଜି ସୁବାସିତ ହୁଅଇ।


Rate this content
Log in