STORYMIRROR

Akshya Das

Abstract

2  

Akshya Das

Abstract

ଟିକି ଚଡ଼େଇ

ଟିକି ଚଡ଼େଇ

1 min
103

ଟିକି ଚଡ଼େଇ ରେ ଟିକିଚଡ଼େଇ

ଉଡିଯାଉ ଛୋଟ ଡେଣା ମେଲେଇ

ମନହୁଏ ତତେ ଦେଖି,

ଖୋଲାଆକାଶରେ ତୋପରି ଉଡନ୍ତି

ସରାଗରେ ଶିର ଟେକି

ଟିକିଚଡ଼େଇ ରେ ଟିକିଚଡ଼େଇ

ଦେଉତୋର ନାଲି ଚଂଚୁ ବଢ଼େଇ

ଖାଉଥାଉ କେତେ ଫଳ,

ଗଛଳତା ବସି ସୋଇଯାଉ ହସି

ପିଉ ଝରଣାରୁ ଜଳ

ଟିକିଚଡ଼େଇରେ ଟିକିଚଡ଼େଇ

ଖିଚିରିମିଚିରି ସଙ୍ଗୀତ ଗାଇ

ବୁଲୁଥାଉ ବିଲବନ,

ପର ଆପଣାର ସରବେ ନିଜର

ନାଇଁଭୟ ଥାଉ ଧନ

ଟିକିଚଡ଼େଇରେ ଟିକିଚଡ଼େଇ

ମୋହ ମାୟା ସବୁ ଭାବ ଛଡ଼େଇ

ମନ୍ତର କି ତତେ ଜଣା,

ଶିଖାଇଦେ ମତେ ତୋ ପାଠରୁ ପଦେ

ନହୁଏ ଟି ବାଟବଣା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract