STORYMIRROR

Durgashish Pattnaik

Abstract

1  

Durgashish Pattnaik

Abstract

ତିନି ଶ' ସତୁରୀ

ତିନି ଶ' ସତୁରୀ

1 min
200

କାଶ୍ମୀର ଥରୁଛି ଯେ

ଥଣ୍ଡାରେ ନା ଆଉ କାହାରି

ପାଶବିକ ଆକ୍ରମଣରେ

ହେଇତ କାନ୍ଦ ଶୁଭୁଛି ଯେ କାହାର

ପାକିସ୍ତାନୀ ସୈନ୍ୟମାନଙ୍କର

କାହିଁକି ଯେ କ'ଣ ହେଲା କି

କାଶ୍ମୀରର ମୁହଁ ଆଉ ସେମିତିି

ଆଗ ପରି ଦିିଶୁନି ଯେ

କୁରୁକ୍ଷେତ୍ରର ସ୍ତମ୍ଭ ଉପରେ

ଥୁଆ ହେଇଥିବା ବେଲାଲସେନର

କଟାମୁଣ୍ଡଟେ ପରି


ଏଇତ ହୋ ହା ଶବ୍ଦ ଶୁୁଭିଲାଣି

ପୁଣି, କିଏ କୋଉଠି ପଶା ଖେଳୁଛି

ଅଥବା ଦ୍ରୌପଦୀ ପରି କାଶ୍ମୀରର

କିଏ ବସ୍ତ୍ର ହରଣ କଲା କି

କୌରବ ନା ପାଣ୍ଡବମାନେ

ନା ଆଉ ବି କୋଉମାନେ

ସମ୍ବିିିଧାନର ଧାରାମାନଙ୍କରେ

କେତେ ଯେ ଠେଲାପେଲା, ହୋ' ହାଲ୍ଲା

ତୁଚ୍ଛା ଝାମେଲା, ଅଯଥା କଟାହଣା

ହିମାଳୟ ଦୋହଲୁଛି

ସମୁଦ୍ରର କମ୍ପନ ସାଙ୍ଗକୁ

ଏଇତ ବାସୁକୀର ଆକସ୍ମିକ ଦଂଶନ

ମନ୍ଦରଟେ ପରି କାଶ୍ମୀରକୁ

ମନ୍ଥନ କିଏ କଲା କି

ଦେବତା ଆଉ ଦାନବମାନେ

କେଜାଣି

ହେଇବି ପାରେ ଆଉ କୋଉମାନେ


ମୁଁ କାଶ୍ମୀର କହୁଛି

ମୋ'ରି ପାଇଁ ଆଉ କେତେ ଯେ ସୈନିକ

ଅଯଥାରେ ରକ୍ତନଦୀରେ ସନ୍ତରଣ କରିିବେ

କେତେ ଭୀଷ୍ମ ଶରଶଯ୍ଯା ନେବେ

କେତେ ଏକଲବ୍ୟ ବୃଦ୍ଧ°ଗୁୁଳି ଦେବେ

ବୃଥାରେ ମରିିବେ ଗଦାଗଦା ଅଶ୍ୱତ୍ଥାମା

ନା' କୃଷ୍ଣ,,, ମହାଭାରତ ଏତିକି ଥାଉ

ତମେ ଆଉ କଷ୍ଟ କରି ମତେ ଦିଅନା

ଲୋଡ଼ା ନାହିଁ ମତେଆଉ

ତମରି ତିିନିିି ଶ' ସତୁରୀ ହାତର

ଏତେ ଲମ୍ବା ଶାଢ଼ୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract