STORYMIRROR

ସାଇ ସୋନାଲି ପତି

Inspirational

4  

ସାଇ ସୋନାଲି ପତି

Inspirational

ତା' ପରେ

ତା' ପରେ

1 min
253

ମନ ଯେବେ ହଜିଯାଏ

ହୃଦୟ କେହି ନେଇଯାଏ

ମନେ ମନେ ସ୍ମିତହାସ୍ୟ ଦେଇ ଏଣୁତେଣୁ ଭାବୁଥାଏ

ଆଉ ତା' ପରେ...


         ଜଟିଳ ବାଜିରେ ବାଜିମାରି

         ପରିଶ୍ରମେ ଯେବେ ଜିତିଯାଏ ବାଜି

         ବାଜି ବାଜିରେ ଶିଖିଯାଏ ଜୀବନେ

         ଅନେକ ଯେ କଥା ଆଜି

         ଆଉ ତା' ପରେ...


ମେଘ ବରଷିଲେ ଟୁପୁର ଟାପୁର

ମେଘ ତାଳେ ତାଳେ ମୟୂରୀର ନୂପୁର

କଳାମେଘ ଦେଖି ସେ ପୁଚ୍ଛ ଟେକିଥାଏ

ଖୁସିଖୁସି ମେଳେ ତା' ଦିନ ଚାଲିଯାଏ

ଆଉ ତା' ପରେ...


          ବାଲ୍ୟ ବନ୍ଧୁ କେବେ ଛାଡ଼ି

          ଦୂରେ ଚାଲିଗଲେ

          ଦୁଃଖରେ ମନ ବୁଡ଼ି ରହିଥିଲେ

          କିଏ ଯଦି ସ୍ନେହେ ଆଶ୍ୱାସନା ଦିଏ

          କି ଆନନ୍ଦ ଆହାଃ ! କି ତୃପ୍ତି ?

          ଆଉ ତା' ପରେ...


ଭୌତିକ ବିଜ୍ଞାନେ ଜ୍ଞାନପ୍ରାପ୍ତି କରି

ପୂର୍ଣ୍ଣ ଅଙ୍କ ଯେବେ ଯାଏ ରହି

ଖୁସିର ସୁଅରେ ହସର ଜୁଆରେ

ବହିଯାଏ ମୁହୂର୍ତ୍ତ ନଈ

ଆଉ ତା' ପରେ...



Rate this content
Log in

More oriya poem from ସାଇ ସୋନାଲି ପତି

Similar oriya poem from Inspirational