Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyostna mishra

Inspirational

4.5  

Jyostna mishra

Inspirational

ସଫଳତା

ସଫଳତା

1 min
323



ଯେ ପର୍ଯ୍ୟନ୍ତ ପାଦେ ପାଦେ ଚାଲୁଥିବ,

ଖରା ଥିବ ହେଲେ ଧୈର୍ଯ୍ୟ ଥିବ

ଛାଇ ହେଲେ ପାଦ ରହିଯିବ ଯେବେ

ଭାଗ୍ୟ ତୁମ ସେବେ ସାଥି ହେବ ।


ସଫଳତା ଗୋଟେ ଅଭ୍ୟାସ ଯଦି

ବିଫଳତା ଯେ ପର ନିର୍ଯ୍ୟାସ

ଶିଖରର ଧାର ଉପରକୁ ଗଲେ

ଅତୀତ ତ ହିଁ ହେବ ମାର୍ଜିତ ।


ନିଜେ ଦୃଢ ସିଏ , ତା ଆତ୍ମ ବିଶ୍ୱାସ ,

ଜୀବନରେ ସଫଳତା ମିଳେ 

ନୁହେଁ ପରା ଖାଲି  ଏ ଅନ୍ଧ ବିଶ୍ୱାସ 

ଭାଗ୍ୟ ଯୋଗୁଁ ସବୁ ଫଳ ମିଳେ ।


ଲକ୍ଷ୍ୟ ସ୍ଥଳେ ଆମେ ପହଞ୍ଚିବା ପଥେ

 ଯଦି ଦୁର୍ଗମ ଯେ ଆମ ପଥ,

ଚେଷ୍ଟା ରୁ ହେବାନି ବିରତ ଆମେ ,ଯେ

ଲକ୍ଷ୍ୟ ପଥୁ  ସତ ବିଚ୍ୟୁତ ।


ସଫଳତା ହେବ ଚାବିକାଠି ପରା

ସଂଘର୍ଷ ର ସତ୍ତା ଏ ବିଶ୍ୱାସ

ସୌଭାଗ୍ୟ ଫେରିବ ଆଲୋକରେ ହେବ

ଯାତ୍ରାପଥ ରାସ୍ତା ଉଦ୍ଭାସିତ ।


ସଫଳତା ସହ ଭାଗ୍ୟ ପୁଣିଦିଏ

ପୂର୍ଣ୍ଣତା ର ଏକ କବଚ

ବିଫଳତା ପାଇଁ ଶେଷ ଆଶା ଯେବେ

ଆଣିଦିଏ ଖାଲି ହତାଶ ।


ଶବ୍ଦ ପ୍ରହେଳିକା ସାଥେ ହଜିଯାଏ

ସ୍ବପ୍ନ ମିଶା କିଛି ପ୍ରୟାସ,

ଅତୀତ କୁ ଛାଡି ମୁହୂର୍ତ୍ତ ମାତ୍ରାରେ

ସ୍ମୃତି କହେ ତାକୁ ଇତିହାସ ।


ବିଫଳତା ହୁଏ ପ୍ରଥମ ପାହାଚ

ଶିଖରକୁ ଯଦି ପହଞ୍ଚିବ

ଅମୂଲ ମୂଲ ଯେ ବିଫଳତା ଦିଏ

ସଫଳତା ଶିଖରରେ ହେବ ।




Rate this content
Log in

Similar oriya poem from Inspirational