STORYMIRROR

Surjyanarayan Panda

Romance

4  

Surjyanarayan Panda

Romance

ସଂପର୍କର ନଦୀ ତୀରେ

ସଂପର୍କର ନଦୀ ତୀରେ

2 mins
234

ଦୁଇ ମନ ଏକ ଚୈତନ୍ୟ ଗଢି ଉଠେ ପ୍ରେମ ମନ୍ଦିର

ଦୁଇ ହୃଦୟ ମିଳନରେ

ସଂପର୍କ ର ନଦୀ ତୀରେ।

ସେ ନଦୀ ତୀରେ ସଂପର୍କର ନୁଆଁ ର ଘାଟ

ଯୋଗ ବିୟୋଗ ଚଲା ପଥରେ

ସଂପର୍କ ର ନଦୀ ତୀରେ।

ଅନୁକୂଳ ରେ ସୀମା ନ ଲଙ୍ଘି ପ୍ରତିକୂଳ ରେ ମନକୁ ବାନ୍ଧି

ଶରୀର ବସି ଦେଖୁଛି ତୀରେ

ସଂପର୍କ ର ନଦୀ ତୀରେ।

ମାନ ଅଭିମାନର ଖେଳ ଲୁଚକାଳି ସେ ନଦୀ ତୀରେ ବୃକ୍ଷ ଗହଳି

ତା ପ୍ରତିବିମ୍ବ ଦିଶେ ଜଳରେ

ସଂପର୍କ ର ନଦୀ ତୀରେ।

ଜ୍ଞାନର ସୂର୍ଯ୍ୟ ବିଦ୍ୟା ଉହାଡେ ସୂଚନା ଦିଏ ପ୍ରେମ ଅମର

ଚୀର ଶାସ୍ୱତ ଯୁଗ ଯୁଗରେ

ସଂପର୍କ ର ନଦୀ ତୀରେ।

ଇର୍ଷା ର ବୁଦା ତୁଣ୍ଡ ବାଇଦ ନଦୀର ତୀରେ ଜଗି ବସିଛି

ନିରସ ଆଶା ବୁଡ ନିଏରେ

ସଂପର୍କ ର ନଦୀ ତୀରେ।

ମନରେ ପାପ ଋତୁ ଗ୍ରୀଷମ ଅସହ୍ୟ ଯନ୍ତ୍ରଣା ବହି

ନଦୀକୁ ଶୁଖାଇ ଦିଏରେ

ସଂପର୍କ ର ନଦୀ ତୀରେ।

ଯେବେ ପ୍ରେମର ଶ୍ରାବଣ ଧାରା ମନର ପାପ ଧୁଏ

ପୁଣି ସଂପର୍କ ନଦୀ ବହିଯାଏରେ

ସଂପର୍କ ର ନଦୀ ତୀରେ।

ତ୍ୟାଗର ଡ଼ଙ୍ଗା ବିବେକ ନାଉରି ସମୟ କାତ ଆଗକୁ ମାରି

ସୁଖ ଦୁଃଖର ଗୀତ ଗାଏରେ

ସଂପର୍କ ର ନଦୀ ତୀରେ।

ମନର ମଳ ନଦୀର ତଳ ସ୍ୱଛ ଧାରା ତୀରରେ ବହି

ପ୍ରେମର ଗୀତ ଗାଇ ଯାଏରେ

ସଂପର୍କ ର ନଦୀ ତୀରେ।

ଦେଖି ହୁଅଇ ମନ ପ୍ରତିବିମ୍ବ ଶୁଣି ହୁଅଇ ହୃଦୟ କାବ୍ୟ

ସ୍ମୃତିର ଡଙ୍ଗା ଭାସି ଯାଏରେ

ସଂପର୍କ ର ନଦୀ ତୀରେ।

ସକାଳୁ ସଂଜ ଦିନରୁ ରାତି ମାସ ବରଷ ଋତୁ ରୁ ଋତୁ

ଜୋଡି ପାଦ ଚିହ୍ନ ଦିଶିଯାଏରେ

ସଂପର୍କ ର ନଦୀ ତୀରେ।

ଅଭୁଲା ସ୍ମୃତି ସ୍ମୃତି ଚାରଣ। ସଂପର୍କ ସ୍ମୃତି ର ଜ୍ୟୋତିକୁ ନେଇ

ଆଶା ସେ ଜ୍ୟୋତିରୁ ଧାରେ

ସଂପର୍କ ର ନଦୀ ତୀରେ।

ଝରଣା ଦିନେ ନଦୀ ହୋଇଲା ସଂପର୍କର କୂଳକୂ ଭରି

ସଂପର୍କ ମୁହାଁ ଏବେ ସାଗରେ

ସଂପର୍କ ର ନଦୀ ତୀରେ।

ପ୍ରେମ ସାଗର ବିଭୂ ସଂପର୍କ ଦିବ୍ୟ ଶାଶ୍ୱତ ଲକ୍ଷ

ମନେ ଐଶ୍ୱରୀୟ ଶାନ୍ତି ଭରେ

ସଂପର୍କ ର ନଦୀ ତୀରେ।।


Rate this content
Log in

Similar oriya poem from Romance